ବରଗଡ,୬।୨(ପ୍ରେମାନନ୍ଦ ଖମାରୀ):ବରଗଡ ହାଟପଦା ସାଇ ମନ୍ଦିର ପାଖରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ, ସ୍ଥାନୀୟ କଲେଜ ରୋଡ ବାସିନ୍ଦା ପ୍ରଦୀପ ଲୁହା(୨୪) ଏବଂ ଗୋବିନ୍ଦପାଲି ନିବାସୀ ସୁରଜ ବାରିକ (୨୪) । ଅନ୍ୟଜଣେ ବୁର୍ଲାରେ ଚିକିତ୍ସାଧିନ ଅଛନ୍ତି।
ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ୨ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଭୁଜାଲିରେ ଆକ୍ରମଣ ହୋଇଥିଲା। ସେଠାରୁ ଆହତମାନଙ୍କୁ ବରଗଡ ଡାକ୍ତରଖାନା ନିଆଯାଇଥିବାବେଳେ ବିଳମ୍ବିତ ରାତିରେ ପ୍ରଦୀପଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୨ଜଣଙ୍କୁ ରାତାରାତି ବୁର୍ଲା ନିଆଯାଇଥିଲା। ସେଠାରେ ସୁରଜଙ୍କ ମୃତ୍ୟୁ ହୋଇଥିଲା। ଆଉ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ସୂଚନା ମିଳିଛି।
Dharitri – Odisha’s No.1 Odia Daily

