ସବୁଠି ଟ୍ରାଫିକ୍‌ ସମସ୍ୟା, ବଢୁଛି ଦୁର୍ଘଟଣା

ବରଗଡ଼,୨୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ରେ ଟ୍ରାଫିକ ସମସ୍ୟା ଅନିୟନ୍ତ୍ରିତ ହୋଇ ପଡ଼ିଛି। ସହର ମୁଖ୍ୟରାସ୍ତାଠାରୁ ଆରମ୍ଭ କରି ଜାତୀୟ ରାଜପଥ ଏବଂ ପାର୍ଶ୍ୱବର୍ତ୍ତୀ ରାସ୍ତାଗୁଡ଼ିକରେ ଏହି ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଗୋଟିଏ ପଟେ ରାସ୍ତା ଉପରେ ଗାଡ଼ି, ମୋଟର ପାର୍କିଂ ଏବଂ ଅନ୍ୟପଟେ ବିପଦଶଙ୍କୁଳ ରାସ୍ତା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଫଳରେ ସଡ଼କ ଦୁର୍ଘଟଣା ସହିତ ମୃତାହତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସଡ଼କ ଦୁର୍ଘଟଣାରେ ଲୋକେ ମୃତାହତ ହେବା ପରେ ଆନ୍ଦୋଳନ ତେଜି ଉଠିଲେ ପୋଲିସ ଆନ୍ଦୋଳନସ୍ଥଳକୁ ପହଞ୍ଚତ୍ ଟ୍ରାଫିକ ସମସ୍ୟାର ସମାଧାନ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଟ୍ରାଫିକ ସମସ୍ୟା ଯେଉଁ ତିମିରେକୁ ସେହି ତିମିରେ ରହିଯାଇଛି।
ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟିଠାରୁ ସମ୍ବଲପୁର ଜିଲା ଅଇଁଠାପାଲି ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ଅର୍ଥାତ୍‌ ୪ଲେନ୍‌ ବିଶିଷ୍ଟ ନିର୍ମାଣ ହେବା ପରେ ସଡ଼କ ଦୁର୍ଘଟଣା ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା। ମାତ୍ର ବିଭିନ୍ନ ସ୍ଥାନରେ ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁ ଉକ୍ତ ରାସ୍ତା ମଧ୍ୟ ବିପଦଶଙ୍କୁଳ ହୋଇ ପଡ଼ିଛି। ବରଗଡ଼ ସହର ଉପକଣ୍ଠ ହଲଦୀପାଲି ଛକ, ଘୁଲିପାଲି ଛକ, ବିକାଶ ସ୍କୁଲ ଛକ, ରେଙ୍ଗାଲିକ୍ୟାମ୍ପ ଛକ ସମେତ ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣରେ ତ୍ରୁଟି ରହିଥିବା ଖଡ଼ଗପୁର ଆଇଆଇଟିର ଏକ ବିଶେଷଜ୍ଞ ଦଳ ଅନୁଧ୍ୟାନ କରିଥିଲେ। ତାର ସମାଧାନ ପାଇଁ ରାସ୍ତା ନିର୍ମାଣକାରୀ ସଂସ୍ଥା ଅଶୋକ ବିଲ୍ଡକନ ଏବଂ ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥା(ଏନ୍‌ଏଚ୍‌ଏଆଇ)କୁ ବିହିତ ପରାମର୍ଶ ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ସେ ଦିଗରେ କିଛି ପଦକ୍ଷେପ ନିଆଯାଇ ନ ଥିବା ଯୋଗୁ ସମ୍ପୃକ୍ତ ସ୍ଥାନ ସେଭଳି ବିପଦଶଙ୍କୁଳ ଅବସ୍ଥାରେ ରହି ଦୁର୍ଘଟଣା ପ୍ରବଣ ହୋଇପଡ଼ିଛି। ସେହିପରି ଜାତୀୟ ରାଜପଥ ଉପରେ ଧାଡ଼ିବାନ୍ଧି ଅନେକ ମାଲବାହୀ ଟ୍ରକ, ଯାନବାହାନ ଆଦି ଦୀର୍ଘ ସମୟ ଧରି ରହୁଛି। ହଲଦୀପାଲି ଛକରୁ ସୋହେଲା ରାସ୍ତା, ନାଗେନପାଲି ପଣ୍ୟାଗାର ଆଦି ସ୍ଥାନରେ ସେଭଳି ଗାଡ଼ି ଗୁଡ଼ିକ ଅଟକି ରହୁଛି। ଫଳରେ ତାହା ମଧ୍ୟ ସଡ଼କ ଦୁର୍ଘଟଣାର ଏକ ପ୍ରମୁଖ କାରଣ ସାଜିଛି। ଅନୁରୂପଭାବେ ବରଗଡ଼ରୁ ବରପାଲି ଏବଂ ବରଗଡ଼ରୁ ଭେଡ଼େନ ରାସ୍ତା ମଧ୍ୟ ଅସୁରକ୍ଷିତ ହୋଇ ପଡ଼ିଛି। ସେହିପରି ବରଗଡ଼ ସହର ମୁଖ୍ୟରାସ୍ତା ମଧ୍ୟ ସେଥିରୁ ବାଦ୍‌ ପଡ଼ିନାହିଁ। ରାସ୍ତାପାର୍ଶ୍ୱରେ ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ନାହିଁ। ଏହା ସହିତ ବିଭିନ୍ନ ଦୋକାନ, ବଜାର, ମଲ୍‌ ଗୁଡ଼ିକରେ ପାର୍କିଂ ବ୍ୟବସ୍ଥାର ଅଭାବ ରହିଛି। ଫଳରେ ରାସ୍ତା ଉପରେ ଲୋକେ ଯାନବାହାନ ରଖୁଛନ୍ତି। ରାସ୍ତା ଉପରେ ଗୋରୁ ବିଚରଣ ତଥା ଶୋଇବା ବରଗଡ଼ ସହରରେ ସାଧାରଣ କଥା ପାଲଟିଛି। ସେଥିପାଇଁ ସହରରେ ଟ୍ରାଫିକ ସମସ୍ୟା ପରିଲକ୍ଷିତ ହେଉଛି। ଅନ୍ୟପଟେ ରାସ୍ତା ଜବରଦଖଲ ମଧ୍ୟ ଟ୍ରାଫିକ ସମସ୍ୟାର ପ୍ରମୁଖ କାରଣ ପାଲଟିଛି।
ଏଭଳି ଟ୍ରାଫିକ ସମସ୍ୟା ଯୋଗୁ ଏଠାରେ ସଡ଼କ ଦୁର୍ଘଟଣା ନିତିଦିନିଆଁ ଘଟଣାରେ ପରିଣତ ହୋଇଛି। ଗତ ଜୁଲାଇ ୪ରେ ବରଗଡ଼-ଭେଡ଼େନ ରାସ୍ତାର ସହରାପାଲି, ଜୁଲାଇ ୧୧ରେ ବରଗଡ଼ ହଲଦୀପାଲି ଛକ, ଜୁଲାଇ ୧୨ରେ ବରଗଡ଼-ସୋହେଲା ରାସ୍ତାର ଟେଙ୍ଗନାନାଲି, ଜୁଲାଇ ୧୯ରେ ସୟାଁ ଛକ, ଜୁଲାଇ ୨୪ରେ ବରଗଡ଼ ଜୀରାବ୍ରିଜ ନିକଟ ସାଇ ମନ୍ଦିର ପାଖରେ ଏଭଳି ସଡ଼କ ଦୁର୍ଘଟଣା ଘଟି ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଅଗଷ୍ଟ ୯ତାରିଖ ବରଗଡ଼-ବରପାଲି ରାସ୍ତାର କୁଶନପୁରୀ ନିକଟରେ ବସ ଦୁର୍ଘଟଣାରେ ୧୯ଯାତ୍ରୀ ଏବଂ ଅଗଷ୍ଟ ୧୦ତାରିଖ ବରଗଡ଼ ବୀରଛକ ନିକଟରେ ଟ୍ରକ ଓ ବୋଲେରୋ ମଧ୍ୟରେ ଧକ୍କା ହେବା ଯୋଗୁ ୩ଜଣ ଗୁରୁତର ଆହତ ହୋଇଥିଲେ। ଅନିୟନ୍ତ୍ରିତ ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ସମସ୍ୟା, ବିପଦଶଙ୍କୁଳ ରାସ୍ତା ଏବଂ ଡ୍ରାଇଭରମାନଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ସଡ଼କ ଦୁର୍ଘଟଣାରେ ଲୋକେ ମୃତାହତ ହେଉଥିବା ଯୋଗୁ ଏଥିପ୍ରତି ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri