ଟ୍ରାଫିକ୍‌ ପୋଲିସର ବଟି ଆଦାୟ ଭିଡିଓ ଭାଇରାଲ

ଯାଜପୁର ଅଫିସ,୨୯ା୧୨: ଚଣ୍ଡିଖୋଲ ଟ୍ରାଫିକ ଥାନା ଅଧିକାରୀ ହୃଦାନନ୍ଦ ବେହେରାଙ୍କ ବ୍ୟକ୍ତିଗତ ହାଜରରୁ ରିହାତି ଦେବା ତାଙ୍କ ଆବେଦନ ଶୁଣାଣିକୁ ଜାନୁୟାରୀ ୩ ତାରିଖକୁ ଜେଏମ୍‌ଏଫ୍‌ସି ସୌମ୍ୟରଞ୍ଜନ ପୃଷ୍ଟି ଧାର୍ଯ୍ୟ କରିଛନ୍ତି। ଅନ୍ୟପକ୍ଷେ ଚଣ୍ଡିଖୋଲ ଟ୍ରାଫିକ ଥାନାରେ କାର୍ଯ୍ୟରତ ଜଣେ କନ୍‌ଷ୍ଟେବଳ ଗତ ୧୮ ତାରିଖରେ ୧୬ନଂ. ଜାତୀୟ ରାଜପଥର ଶଙ୍ଖରୀଡ଼ିହ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଜଣେ ଗାଡ଼ି ଚାଳକଙ୍କଠାରୁ ଖୁଲମଖୁଲା ବଟି ଆଦାୟ କରୁଥିବାର ଏକ ଭିଡ଼ିଓ ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏହି ୨ ଘଟଣା ଏବେ ସାରା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାଯୋଗ୍ୟ, ଆଇନଜୀବୀ ଉଦୟନାଥ ସାହୁଙ୍କ ପକ୍ଷରୁ ରୁଜୁ ଏକ ଆପରାଧିକ ମାମଲା (ନଂ.୨୪୭/୨୧)ରେ କୋର୍ଟ ଆଇଆଇସି ବେହେରା ଏବଂ ତାଙ୍କ ଦୁଇ ସହଯୋଗୀ କନ୍‌ଷ୍ଟେବଳଙ୍କ ବିରୋଧରେ ଆଇପିସିର ଧର୍ତ୍ତବ୍ୟ ଅପରାଧ ଧାରା ୩୮୫/୨୯୪/ ୨୧୧/୪୧୮/୪୬୯/୩୪ରେ ଏକ ମାମଲା ରୁଜୁ ହୋଇଥିଲା। ଏ ନେଇ ମଙ୍ଗଳବାର କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ବେହେରାଙ୍କୁ ସମନ ଜାରି ହୋଇଥିଲା। ମାତ୍ର କୋର୍ଟର ପ୍ରସେସ ସର୍ଭର ସମନ ଜାରି କରିବାକୁ ଯାଇଥିବା ବେଳେ ଥାନାଧିକାରୀ ବେହେରା ତାହାକୁ ପଢି ଶୁଣି ଗ୍ରହଣ ନ କରି ଫେରାଇ ଦେଇଥିଲେ। ଏହାପରେ ତାଙ୍କ ବିରୋଧରେ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିବାର ଆଶଙ୍କା କରି ନିଯୁକ୍ତ ଓକିଲଙ୍କ ମାଧ୍ୟମରେ ତାଙ୍କୁ ବ୍ୟକ୍ତିଗତ ହାଜରରୁ ରିହାତି ଦେବା ପାଇଁ ଭାରତୀୟ ଦଣ୍ଡବିଧି ଆଇନର ଧାରା ୨୦୫ରେ ଏକ ଆବେଦନ କରିଥିଲେ ।
ଅନ୍ୟପକ୍ଷେ ଏହି ଟ୍ରାଫିକ ଥାନାର କନ୍‌ଷ୍ଟେବଳ ଜଣକ ଜଣେ ଟ୍ରକ ଚାଳକଙ୍କୁ ବଟି ମାଗୁଥିବା ଦୃଶ୍ୟ ପୋଲିସର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉକ୍ତ ଭିଡିଓ କ୍ଲିପ୍‌ରେ ଟ୍ରକ ଚାଳକ କମ୍‌ ଟଙ୍କା ଦେବାରୁ ସେହି କନ୍‌ଷ୍ଟେବଳ ଗ୍ରହଣ କରିବାକୁ ଅମଙ୍ଗ ହୋଇଥିଲେ। ପରେ ପୁଣି ଅଧିକ କିଛି ଟଙ୍କା ମିଶାଇ ଦେବା ପରେ ସେ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଅନ୍ୟଜଣେ କନ୍‌ଷ୍ଟେବଳ ସେଠାରେ ଉପସ୍ଥିତ ରହି ଏସବୁକୁ ଦେଖିଥିବା ଦୃଶ୍ୟ ରହିଛି। ଚଣ୍ଡିଖୋଲ ଏକ ସହରାଞ୍ଚଳ ନୁହେଁ କିମ୍ବା ସେଠାରେ କୌଣସି ନୋଟିଫାଏଡ ନୋ ପାର୍କିଂ ଜୋନ ନାହିଁ। ମାତ୍ର ଚଣ୍ଡିଖୋଲ ଟ୍ରାଫିକ ଥାନାରେ କିଛି ମାସ ହେବ ସର୍ଭିସ ରୋଡ଼ କଡ଼ରେ ପାର୍କିଂ ହେଉଥିବା ୪ ଚକିଆ ଯାନ ସମେତ ଜାତୀୟ ରାଜପଥ ଓ ବିଭିନ୍ନ ଗ୍ରାମୀଣ ରାସ୍ତାକୁ ଯାଇ ସେଠାରେ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକୁ ଅଟକାଇ ଚାଲାଣ କାଟିବାର ଡର ଦେଖାଇ ବଟି ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ଯିଏ ବଟି ନ ଦେଲେ ଅବା ପ୍ରତିବାଦ କଲେ ତୁରନ୍ତ ତାଙ୍କ ଗାଡ଼ି ନମ୍ବରର ଫଟୋ ଉଠାଇ ମୋଟା ଅଙ୍କର ଜରିମାନା ଲାଗୁ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri