ଘାଟିରୁ ଖସିଲା ଅତଡା: ରାଜପଥରେ ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୨୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ୪୯ନଂ ଜାତୀୟ ରାଜପଥ ନିକଟ ଜୁଡ଼ିଆ ଘାଟିରୁ ପୁଣି ଶନିବାର ମାଟି ଅତଡା ସହ ପଥର ଖସି ରାସ୍ତାରେ ପଡିଛି। ଫଳରେ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ବେଳେ ଯାତାୟାତ କରୁଥିବା ଗାଡ଼ି ଅଳ୍ପକେ ବର୍ତ୍ତି ଯାଇଛନ୍ତି। କିଛି ଦିନ ପୂର୍ବରୁ ଉକ୍ତ ଘାଟିରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିବା ବେଳେ ପୁଣି ଆଜି ସମାନ ଘଟଣା ଘଟିଛି। ତେବେ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।