Posted inଜାତୀୟ

ଜି୨୦ ସମିଟ୍‌ ପାଇଁ ଟ୍ରାଫିକ୍‌ କଟକଣା

ନୂଆଦିଲ୍ଲୀ,୯।୯: ଜି୨୦ ସମିଟ୍‌ ପାଇଁ ନୂଆଦିଲ୍ଲୀ ଜିଲାରେ ଶୁକ୍ରବାର ସକାଳେ ଟ୍ରାଫିକ୍‌ କଟକଣା କଡ଼ାକଡ଼ି ହୋଇଛି। ଜି୨୦ ସମ୍ମିଳନୀ ହେବାକୁ ଥିବା ସ୍ଥାନ ଓ ଅତିଥିମାନେ ରହିବାକୁ ଥିବା ହୋଟେଲ୍‌ ଅଞ୍ଚଳରେ ଔଷଧକୁ ବାଦ୍‌ଦେଲେ ଅନ୍ୟ ସମସ୍ତ ଅନ୍‌ଲାଇନ୍‌ ଡେଲିଭରି ସେବାକୁ ବନ୍ଦ କରିଦିଆଯାଇଛି। ଶୁକ୍ରବାର ସକାଳ ୫ଟାରୁ ରବିବାର ରାତି ୧୧ଟା ୫୯ ମିନିଟ୍‌ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଜିଲାକୁ ନିୟନ୍ତ୍ରିତ ଜୋନ୍‌-୧ ଘୋଷଣା କରାଯାଇଛି। ଇଣ୍ଡିଆ ଗେଟ୍‌ ଏବଂ କର୍ତ୍ତବ୍ୟ ପଥକୁ ଭ୍ରମଣ, ସାଇକ୍ଲିଂ କିମ୍ବା ପିକ୍‌ନିକ୍‌ ପାଇଁ ନ ଯିବାକୁ ଜନସାଧାରଣଙ୍କୁ ପୋଲିସ ନିବେଦନ କରିଛି।
ନୂଆଦିଲ୍ଲୀ ଜିଲାରେ ଗାଡ଼ିମୋଟର ଚଳାଚଳ ଉପରେ କଟକଣା ଜାରି ହୋଇଥିବାବେଳେ ଆମ୍ବୁଲାନ୍ସ ଏବଂ ଉକ୍ତ ଅଞ୍ଚଳରେ ରହୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ଉପଯୁକ୍ତ ପରିଚୟପତ୍ର ଦେଖାଇ ଯା’ଆସ କରିପାରିବେ ବୋଲି ପୋଲିସ କହିଛି। ଦିଲ୍ଲୀ ପୋଲିସର ଅନୁରୋଧକ୍ରମେ ୮, ୯ ଏବଂ ୧୦ ତାରିଖରେ ଦିଲ୍ଲୀ ମେଟ୍ରୋ ଏହାର ସମସ୍ତ ଲାଇନ୍‌ରେ ସେବା ଭୋର ୪ଟାରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ସମିଟ୍‌ ଅବସରରେ ୫୦ ହଜାରରୁ ଊର୍ଦ୍ଧ୍ୱ ସୁରକ୍ଷା କର୍ମଚାରୀ ସହ ଡଗ୍‌ ସ୍କ୍ବାଡ୍‌, ସଶସ୍ତ୍ର ପୋଲିସ କଡ଼ା ନଜର ରଖିବେ। ମାଲ୍‌ଗାଡ଼ି, ବସ୍‌, ଅଟୋରିକ୍ସା ଏବଂ ଟ୍ୟାକ୍ସି ଯାତାୟାତ ଉପରେ କଟକଣା ଲଗାଯାଇଥିବାବେଳେ ଲୋକମାନଙ୍କୁ ମେଟ୍ରୋ ସେବାର ସୁଯୋଗ ନେବା ଲାଗି କୁହାଯାଇଛି। କଟକଣା ଜାରି ରହିଥିବା ଯାଏ ଲୋକଙ୍କୁ ନାଭିଗେଶନ ଆପ୍‌ ‘ମ୍ୟାପ୍‌ ମାଇଁ ଇଣ୍ଡିଆ’ର ସହାୟତା ନେବାକୁ ପରାମର୍ଶ ଦିଆଯାଇଛି। ମହାତ୍ମା ଗାନ୍ଧୀ ମାର୍ଗର ସମୁଦାୟ ରିଙ୍ଗ୍‌ ରୋଡ୍‌ ଅଞ୍ଚଳ ରେଗୁଲେଟେଡ୍‌ ଜୋନ୍‌ ଘୋଷିତ ହୋଇଛି। ଅର୍ଥାତ୍‌ କେବଳ ବାସ୍ତବିକ ନିବାସୀ, ପ୍ରାଧିକୃତ ଯାନ, ଜରୁରୀ ଯାନ ଏବଂ ବିମାନବନ୍ଦର, ପୁରୁଣା ଦିଲ୍ଲୀ ନୂଆଦିଲ୍ଲୀ ରେଳଷ୍ଟେଶନକୁ ଯାଉଥିବା ଯାନଗୁଡ଼ିକୁ ରିଙ୍ଗ୍‌ ରୋଡ୍‌ରୁ ନୂଆଦିଲ୍ଲୀ ଜିଲା ମଧ୍ୟରେ ଯିବାଆସିବା ଲାଗି ଅନୁମତି ମିଳିବ। ରବିବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ୧୬ଟି ରାସ୍ତା ଓ ଛକକୁ ନିୟନ୍ତ୍ରିତ ଜୋନ୍‌-୨ରେ ରଖାଯାଇଛି। ସେଥିରେ ଡବ୍ଲ୍ୟୁ-ପଏଣ୍ଟ, ଏ-ପଏଣ୍ଟ, ଡିଡିୟୁ ମାର୍ଗ, ବିକାଶ ମାର୍ଗ, ବାହାଦୁର ଶାହ ଜାଫର ମାର୍ଗ ଏବଂ ଦିଲ୍ଲୀ ଗେଟ୍‌ ରହିଛି। ରେଗୁଲେଟେଡ୍‌ ଏବଂ କଣ୍ଟ୍ରୋଲ୍ଡ୍‌ ଜୋନରେ ଯାତାୟାତ ନ କରିବାକୁ ପୋଲିସ ଜନସାଧାରଣଙ୍କୁ ଅନୁରୋଧ କରିଛି। ଏହା ପରିବର୍ତ୍ତେ ବିକଳ୍ପ ରାସ୍ତାର ଏକ ତାଲିକା ପୋଲିସ ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri