Categories: ବାଣିଜ୍ୟ

ଆଜି ସରିବ ଟ୍ରାଡିଶନାଲ ହ୍ୟାଣ୍ଡଲୁମ୍‌ ଏକ୍ସପୋ

ଭୁବନେଶ୍ୱର,୧୫।୫: ଚଳିତବର୍ଷର ଗ୍ରୀଷ୍ମ (ଖରାଦିନ) ଏବଂ ବିବାହ ଋତୁ ଉପଲକ୍ଷେ ୨୦୨୩ ଏପ୍ରିଲ ୨ୟ ସପ୍ତାହରୁ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଶୁଭାରମ୍ଭ ହୋଇଥିବା ଟ୍ରାଡିଶନାଲ ହ୍ୟାଣ୍ଡଲୁମ୍‌ ଏକ୍ସପୋ ସୋମବାର ଶେଷ ହେଉଛି। ବିଶେଷକରି ଗ୍ରୀଷ୍ମପ୍ରବାହ ଓ ବିବାହ ଋତୁ ଉଭୟ ଗ୍ରାହକ ଓ ବ୍ୟବସାୟଙ୍କ ପାଇଁ ଭଲ ସୁଯୋଗ ଆଣି ଦେଇଛି। କାରଣ ଗୋଟିଏ ସ୍ଥାନରେ ୧୮ଟି ରାଜ୍ୟର ବିଭିନ୍ନ ପାରମ୍ପରିକ କଳା ନୈପୁଣ୍ୟରେ ଭରା ପୋଷାକ, କପଡ଼ା ତଥା ରେଡିମେଡ୍‌ ଜାମା ଓ ପାଇଜାମାର ବ୍ୟାପକ ସମ୍ଭାର ଉପଉବ୍ଧ। ଏପରିକି ପାଗ ଭଲ ରହିବା ସହ ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ଆବଶ୍ୟକ ସାମଗ୍ରୀ ମିଳୁଛି, ଆଉ ତାହାକୁ କିଣିବା ଲାଗି ପ୍ରତିଦିନ ମେଳା ପରିସରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ସେହିଭଳି ଦେଶର ପ୍ରମୁଖ ସହରଗୁଡ଼ିକର ହସ୍ତତନ୍ତ ସାମଗ୍ରୀ ସହ ଉଚ୍ଚମାନର ସୂତା ଶାଢ଼ି, କାମିଜ ସହ ଶିଲ୍‌କ ବସ୍ତ୍ରକୁ କାରିଗରମାନେ ସୁନ୍ଦର ଭାବେ ପ୍ରଦର୍ଶନ କରୁଛନ୍ତି। ଉଲ୍ଲେଖଯୋଗ୍ୟ ମହାରାଷ୍ଟ୍ର, ଜମ୍ମୁ-କଶ୍ମୀର, ହରିୟାଣା, ପଶ୍ଚିମବଙ୍ଗ, ଗୁଜରାଟ, କର୍ନାଟକ, ଆସାମ, ବିହାର, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଭଳି ରାଜ୍ୟର ବୁଣାକାର ତଥା ବ୍ୟବସାୟୀମାନେ ଉକ୍ତ ମେଳାରେ ସାମିଲ ହୋଇଛନ୍ତି। ଏପରିକି ଚଳିତ ବର୍ଷର ବାହାଘର ଓ ଅନ୍ୟାନ୍ୟ ବିଶେଷ ପର୍ବପର୍ବାଣିକୁ ଆଖିରେ ରଖି ଉପରୋକ୍ତ ରାଜ୍ୟର କାରିଗରମାନେ ସୁନ୍ଦର ସୁନ୍ଦର ପୋଷାକ ମଧ୍ୟ ପ୍ରସ୍ତୁତ କରିଛନ୍ତି। ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ଏକ ସମ୍ପୂର୍ଣ୍ଣ ପାରମ୍ପରିକ ହସ୍ତତନ୍ତକୁ ନେଇ ଭୁବନେଶ୍ୱରର ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଏକ ସ୍ବତନ୍ତ୍ର ପାରମ୍ପରିକ ହସ୍ତତନ୍ତ ମେଳା ଆୟୋଜିତ ହେଉଛି। ସବୁଠାରୁ ଆକର୍ଷଣୀୟ ବିଷୟ ହେଉଛି, ପସନ୍ଦିତ ବସ୍ତ୍ର ବା ଉତ୍ପାଦକୁ କିଣିଲେ ଆୟୋଜକଙ୍କ ପକ୍ଷରୁ ୨୦%ର ବିଶେଷ ରିହାତି ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି। ସୂଚନାଯୋଗ୍ୟ, ପ୍ରତିଦିନ ସକାଳ ୧୧ ଘଟିକାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ମେଳା ଖୋଲା ରହୁଛି।
ଅପରପକ୍ଷରେ ଗ୍ରୀଷ୍ମ ଉତ୍ତାପରୁ ରକ୍ଷା କରିବା ଲାଗି ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ତଥା ଜାମା ଓ ପାଇଜାମା ବିଶେଷ ଭାବେ ପରିଧାନ କରାଯାଇଥାଏ, ଯାହା ଆମକୁ ବେଶ ସହାୟକ ହୋଇଥାଏ। ଏପରିକି ବ୍ରାଣ୍ଡେଡ୍‌ କପଡ଼ାକୁ ପଛରେ ପକାଇ ଲୋକେ ସେ ସବୁ ସାମଗ୍ରୀକୁ ଅଧିକ ପସନ୍ଦ କରିଥାଆନ୍ତି। ଓଡ଼ିଶାର ଲୋକଙ୍କ ଏହି ଉଚ୍ଚକୋଟୀର ପରିଧାନ ଆଗ୍ରହକୁ ଆଖି ଆଗରେ ରଖି ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଏକ ସ୍ବତନ୍ତ୍ର ପାରମ୍ପରିକ ହସ୍ତତନ୍ତ ମେଳା ଆୟୋଜିତ ହେଉଛି। ଯେଉଁଥିରେ ୧୮ଟି ରାଜ୍ୟର ବିଭିନ୍ନ ପାରମ୍ପରିକ କଳା ନୈପୁଣ୍ୟରେ ଭରା ବସ୍ତ୍ର, କପଡ଼ା ତଥା ରେଡିମେଡ୍‌ ଜାମା ଓ ପାଇଜାମାର ବ୍ୟାପକ ସମ୍ଭାର ଉପଲବ୍ଧ। ଆଉ ତାହାକୁ କିଣିବା ଲାଗି ବି ପ୍ରତିଦିନ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।

 

Share