ଲୋପ ପାଉଛି ପାରମ୍ପରିକ ଚାଷ, କଳାହାଣ୍ଡି ଜିଲା ହରାଉଛି ଜୈବ ବିବିଧତା

ଭବାନୀପାଟଣା,୧୮।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା ପାରମ୍ପରିକ ଚାଷ ଓ ବିହନ କିସମ ଲୋପ ପାଇବାରେ ଲାଗିଥିବା ବେଳେ ଜୈବ ବିଭିଧତା ହରାଇବାରେ ଲାଗିଛି। ସେହିପରି ବହୁ ବର୍ଷ ଧରି ଚାଲିଆସିଥିବା ମିଶ୍ରିତ ଚାଷ ଲୋପ ପାଇ ଆସୁଥିବା ବେଳେ ବର୍ତ୍ତମାନ ଜଳସେଚନ ସୁବିଧା ଯୋଗୁଁ ହାଇବ୍ରିଡ଼ ଧାନ ଚାଷ ବ୍ୟାପକ ହେବାରେ ଲାଗିଛି। ଫଳରେ ବର୍ଷା ଅଭାବ ଦେଖାଗଲେ ଚାଷୀ ମରୁଡିର ଶିକାର ହେଉଛନ୍ତି। ମିଶ୍ରିତ ଚାଷବେଳେ ମରୁଡି ଦେଖାଗଲେ ମଧ୍ୟ ଅନ୍ୟ ଫସଲ ଯୋଗୁଁ ଜୀବିକା ବିପନ୍ନ ହେଉ ନ ଥିଲା। ବର୍ତ୍ତମାନ ଜୈବ ବିବିଧତା ପ୍ରତି ମଧ୍ୟ ବିପଦ ଦେଖାଯାଉଥିବା ନେଇ ଚାଷୀମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରକାଶ ଯେ, ୧୯୬୪ ମସିହାରେ କୃଷି ବୈଜ୍ଞାନିକ ଆର.ସି ରିଚାରିକା ଓଡିଶା ଓ ବର୍ତ୍ତମାନର ଛତିଶଗଡ଼ ରାଜ୍ୟରେ ପାରମ୍ପରିକ ଧାନ ବିହନ ଉପରେ ସର୍ଭେ କରିଥିଲେ। ଏହି ଦୁଇ ରାଜ୍ୟର ୩୬ ହଜାର କିଷମ ଦେଶୀ ଧାନ ବିହନ ଥିବା ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ। ୧୯୯୬ ମସିହାରେ ସହଭାଗୀ ବିକାଶ ଅଭିଯାନ ପକ୍ଷରୁ ଜଗଦୀଶ ପ୍ରଧାନଙ୍କ ନେତୃତ୍ୱରେ କଳାହାଣ୍ଡି ଓ ନୂଆପଡା ଜିଲାରେ ଏକ ସର୍ଭେ କରିଥିଲେ। ଏହି ସର୍ଭେରେ ୧୨୦ ପ୍ରକାର କିସମ ଧାନ ଥିବା ସର୍ଭେରୁ ଜଣାପଡିଥିଲା। ୨୦୦୪ ମସିହାରେ ଡିଏଫଆଇଡି ଓ ଜଲବିଭାଜିକା ମିଶନ ପକ୍ଷରୁ ସର୍ଭେ କରାଯାଇଥିଲା। ଏହି ସର୍ଭେରେ କୃଷି ବୈଜ୍ଞାନିକ ଡ. ହିତେନ୍ଦ୍ର ଖଟାର, ଏନଆରଆରଆଇର ପୂର୍ବ ନିର୍ଦ୍ଦେଶକ ଜେ.କେ ରଏ ଓ ଜଗଦୀଶ ପ୍ରଧାନଙ୍କ ନେତୃତ୍ୱରେ ଗଠିତ ଟିମ କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡା ଜିଲାରେ ସର୍ଭେ କରିଥିଲେ। ଏହି ସର୍ଭେ ରିପୋର୍ଟରେ ୭୦ଟି ପାରମ୍ପରିକ ଧାନ ଚାଷ ହେଉଥିବା ଜଣାପଡିଥିଲା। ବର୍ତ୍ତମାନ ଝୁଲି, ମୁଗଦି, ସେଟକା, ନଡିଆକୋରା, କଳାଜିରା, ଦେଉଳଭୋଗ, ଆସାମଚୁ ସମେତ ପ୍ରାୟ ୩୦ ରୁ ୪୦ ପ୍ରକାର ପାରମ୍ପରିକ ଧାନ ବଞ୍ଚି ରହିଥିବା ଜଣାପଡିଛି। କଳାହାଣ୍ଡି ଜିଲାର ଚାଷୀମାନେ ପାରମ୍ପାରିକ ଧାନ ଚାଷ ପରେ ମୁଗ, ବିରି ଭଳି ଶସ୍ୟ ଜାତୀୟ ଚାଷ ଉତ୍ପାଦନ କରୁଥିଲେ। ଧାନ ପରେ ଶସ୍ୟ ଜାତୀୟ ଫସଲ ଯୋଗୁଁ ମାଟିର ଉର୍ବରତା ବୃଦ୍ଧି ପାଉଥିଲା। ଫଳରେ ଧାନ ଓ ଶସ୍ୟ ଜାତୀୟ ଫସଲର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଉଥିଲା। ଯାହା ଫଳରେ ଜୈବିକ ଉର୍ବରତା ଅଧିକ ଥିବା ଯୋଗୁ ଖାଦ୍ୟର ସ୍ବାଦ ମଧ୍ୟ ଅଧିକ ହେଉଥିଲା। ଜିଲାରେ ଭଟା ମୁଗ, ଧଳା, ହଳଦିଆ ଓ କଳା କିସମ ଓ ବେହାଲ ମୁଗ ମଧ୍ୟ ସେହିଭଳି କିସମର ଉତ୍ପାଦନ ହେଉଥିଲା। ଜିଲାର ଦୁର୍ଗମ ଅଞ୍ଚଳ ଜଙ୍ଗଲମାନଙ୍କରେ ଓ ଢେପ ଜମିରେ ଆଦିବାସୀମାନେ ମିଶ୍ରିତ ଚାଷ କରୁଥିଲେ। ଜିଲାର ଥୁଆମୂଳ ରାମପୁର, ଲାଞ୍ଜିଗଡ଼, ମଦନପୁର ରାମପୁର ସମେତ ବିଭିନ୍ନ ବ୍ଲକର ଦୁର୍ଗମ ଅଞ୍ଚଳରେ ଆଦିବାସୀମାନେ ପୋଡ଼ୁ ଚାଷ କରୁଥିଲେ। ସେମାନେ ଆଟ ଧାନ ସହିତ ଜମି ହିଡରେ ହରଡ଼, କାନ୍ଦୁଲ, ମାଖନ, କାକୁଡି, ଲାଉ, ଜହ୍ନି, କାଙ୍ଗ ଏବଂ ବିଭିନ୍ନ ପନିପରିବା ଚାଷ କରୁଥିଲେ। ଫଳରେ ସେମାନଙ୍କୁ ଚାଉଳ ଡାଲି ସହିତ ପନିପରିବା ମଧ୍ୟ ମିଳି ପାରୁଥିଲା। ବର୍ଷା ଅଭାବ ଦେଖାଗଲେ ଧାନଚାଷ ମରୁଡି ହେଲେ ଅନ୍ୟାନ୍ୟ ଫସଲ ଯୋଗୁଁ ସେମାନେ ବିଶେଷ ଭାବରେ କ୍ଷ୍ୟତିଗ୍ରସ୍ତ ହେଉ ନ ଥିଲେ। ହାଇବ୍ରିଡ଼ ଧାନଚାଷରେ ଅଧିକ ଲାଭବାନ ହେଉଥିବା ଯୋଗୁଁ ଚାଷୀମାନେ ଅନ୍ୟ ଚାଷ ପ୍ରତି ମୁହଁ ଫେରାଇ ନେଉଛନ୍ତି। ଅଧିକ ଉତ୍ପାଦନ ପାଇଁ ଅଧିକ ସାର ଓ ଔଷଧ ପ୍ରୟୋଗ ଯୋଗୁ ମାଟିର ଜୈବ ବିଭିଧତା ପ୍ରତି ବିପଦ ଦେଖା ଦେଇଛି। ଉଭୟ ଖରିଫ ଓ ରବି ରେ କେବଳ ଧାନ ଚାଷ ପ୍ରତି ଚାଷୀମାନେ ବହୁତ ଅଧିକ ଲାଭ ଥିବା ଯୋଗୁଁ ଆକୃଷ୍ଟ ହେଉଛନ୍ତି। ଲୋପ ପାଉଥିବା ପାରମ୍ପରିକ ଧାନ ବର୍ତ୍ତମାନ କେବଳ ଗବେଷଣା ଗାରର ପ୍ରୟୋଗଶାଳା ପାଲଟିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପାରମ୍ପରିକ ଚାଷ ଓ ମିଶ୍ରିତ ଚାଷ ପ୍ରତି ପ୍ରୋତ୍ସାହନ ପ୍ରଦାନ କରା ନ ଗଲେ ଏହି ଚାଷ ଲୋପ ପାଇବା ସହିତ ଜୈବ ବିଭିଧତା ପ୍ରତି ବିପଦ ଦେଖାଯିବ ବୋଲି ଚାଷୀ ମହଲରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri