Categories: ବାଣିଜ୍ୟ

ଆଜିଠୁ ବଦଳିବ ଟ୍ରେଡିଂ ସମୟ

ନୂଆଦିଲ୍ଲୀ,୧୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ)ର ରେଗୁଲେଟେଡ୍‌ ମାର୍କେଟ୍‌ ଅର୍ଥାତ୍‌ ନିୟାମକ ଶେୟାର ବଜାର ଟ୍ରେଡିଂ ସମୟରେ ପରିବର୍ତ୍ତନ ଆଣିଛନ୍ତି। ଆର୍‌ବିଆଇର ସୂଚନା ଅନୁସାରେ, ଶେୟାର ବଜାରର ନୂଆ ଟାଇମ୍‌ଟେବୁଲ୍‌ ଆଜିଠାରୁ (ସୋମବାର) ଲାଗୁ ହେବ। ଆଗରୁ ଏହା ୧୦ଟାରୁ ଖୋଲୁଥିବା ବେଳେ ଏହି ନିୟମ ଲାଗୁ ହେବା ପରେ ୯ଟାରୁ ବଜାର କାରବାର ଆରମ୍ଭ ହୋଇ ୩ଟା ୩୦ ପର୍ଯ୍ୟନ୍ତ ଚାଲିବ। ଫଳରେ ଆର୍‌ବିଆଇ ବଜାର ସମୟରେ ୩୦ ମିନିଟ୍‌ ବୃଦ୍ଧି କରିଛି। କୋଭିଡ୍‌ ପ୍ରତିବନ୍ଧକ ଶେଷ ହୋଇଯାଇଥିବା ପରେ ମହାମାରୀ ପୂର୍ବ ଟ୍ରେଡିଂ ସମୟକୁ ପୁଣିଥରେ ଲାଗୁ କରାଯାଇଛି।

Share