ବାଣିଜ୍ୟ ଓ ଚାଇନାର ହିନ୍ଦୁ ମନ୍ଦିର

ଭାରତରୁ ଚାଇନା ପର୍ଯ୍ୟନ୍ତ ଦୀର୍ଘ ବାଣିଜି୍ୟକ ପଥର ବିକାଶ ଯୋଗୁ ଚାଇନାରେ ହିନ୍ଦୁଧର୍ମର ପ୍ରତୀକ ବା ମୂର୍ତ୍ତିି ଥିବା ମନ୍ଦିର ପ୍ରତିଷ୍ଠା ସମ୍ଭବ ହୋଇଥିଲା। ଚାଇନାର ଫୁଜିଆନ ଅଞ୍ଚଳର କ୍ୱାନ୍‌ଝୌ ସହରରେ ଏକ ବୌଦ୍ଧ ମନ୍ଦିର ଅଛି, ଯାହାର ନିଅଁ ଉପରଭାଗରୁ ଆରମ୍ଭକରି ସ୍ତମ୍ଭଗୁଡ଼ିକରେ ହିନ୍ଦୁଧର୍ମର ପ୍ରତୀକ ଓ ମୂର୍ତ୍ତିସବୁ ରହିଛି। ଏଗୁଡ଼ିକ ସୂଚିତ କରେ ଯେ, ଭାରତ ଓ ଚାଇନା ମଧ୍ୟରେ ଦୀର୍ଘ ବାଣିଜି୍ୟକ ସମ୍ପର୍କ ଥିଲା। ସେତେବେଳର ଏହି ବାଣିଜ୍ୟ ଭାରତର ପଶ୍ଚିମ ଉପକୂଳରୁ ମାଲାକା ଷ୍ଟ୍ରେଟ( ସିଙ୍ଗାପୋର) ବାଟ ଦେଇ ସମୁଦ୍ରପଥରେ ଚାଲିଥିଲା। ମନ୍ଦିରରେ ଥିବା ପ୍ରତୀକ ଓ ମୂର୍ତ୍ତିଗୁଡ଼ିକ ମଧ୍ୟରେ ସିଂହ ଅଛି, ଯାହାର ସମ୍ପର୍କ ଦକ୍ଷିଣ ଭାରତ କିମ୍ବା ଚାଇନା ସହ ନ ଥିଲା। ସିଂହ ଭାରତ ଓ ଚାଇନା ରାଜବଂଶର ପ୍ରତୀକ ହୋଇଥିଲା ଏବଂ ସିଂହ ନାଁକୁ ଶ୍ରୀଲଙ୍କା(ସିଂହଳ) ଏବଂ ସିଙ୍ଗାପୁର (ସିଂହପୁରା, ସିଂହର ସହର)ର ଲୋକେ ଗ୍ରହଣ କରିଥିଲେ। ବିଭିନ୍ନ ବିଷୟ ଏବଂ ବିଚାରସବୁ କିଭଳି ଗୋଟିଏ ଜାଗାରୁ ଆଉ ଗୋଟିଏ ସ୍ଥାନକୁ ସ୍ଥାନାନ୍ତର ହେଉଥିଲା ତାହା ଏଥିରୁ ଜଣାପଡ଼ୁଛି।
ସ୍ଥାନୀୟ କିମ୍ବଦନ୍ତୀ ଅନୁଯାୟୀ, ବୁଦ୍ଧଙ୍କ ମନ୍ଦିର ନିର୍ମାଣ କରିବା ପାଇଁ ଜଣେ ବ୍ୟବସାୟୀ ଜମିଦାରଙ୍କୁ ଜମି ଖଣ୍ଡେ ମାଗିଲେ। ଜମିଦାର ଜମି ଦେବାକୁ ପ୍ରସ୍ତୁତ ନ ଥିଲେ ଏବଂ କହିଲେ, ଯଦି ତାଙ୍କ ବଗିଚାରେ ମୁଲ୍‌ବେରି ଗଛରେ ଧଳା ପଦ୍ମଫୁଲ ଫୁଟିବ, ତେବେ ସେ ଜମି ଦେବେ। ବାସ୍ତବରେ ତାହା ହିଁ ଘଟିଥିଲା। ପରେ ଜମିଦାର ବୌଦ୍ଧ ସନ୍ନ୍ୟାସୀଙ୍କୁ ଜମି ଦେଇଥିଲେ ଏବଂ ମନ୍ଦିର ନିର୍ମାଣ ହୋଇଥିଲା। ପରେ ଏହା ଏମିତି ଏକ ସ୍ଥାନ ହୋଇଗଲା, ଯେଉଁଠାରେ ବିଭିନ୍ନ ବୌଦ୍ଧ ଏବଂ ହିନ୍ଦୁ ସମ୍ପ୍ରଦାୟର ବ୍ୟବସାୟୀ ଓ ସନ୍ନ୍ୟାସୀଙ୍କ ଦ୍ୱାରା ବିଭିନ୍ନ ପ୍ରକାର ମନ୍ଦିର ନିର୍ମାଣ କରାଯାଇଥିଲା। ଫଳରେ ଏବେ ମଧ୍ୟ ସେଠାରେ ପ୍ରତିଷ୍ଠିତ ଏକ ବିରାଟକାୟ ଶିବଲିଙ୍ଗ ଉପରେ ଶିବଙ୍କ ମୂର୍ତ୍ତି ଜଣେ ଦେଖିପାରିବେ, ଯାହାକୁ ଗୋଟିଏ ହାତୀ ପୂଜା କରୁଥିଲା। ସେଠାରେ ଆଉ ଏକ ଜଟାଧାରୀ ଶିବଙ୍କ ମୂର୍ତ୍ତି ଅଛି। ସେଠାରେ ଦକ୍ଷିଣ ଭାରତର ଶିବଭକ୍ତ ନିଆରା ବ୍ୟାଘ୍ରପଦୀ ନରସିଂହ ମୂର୍ତ୍ତି ଅଛି, ଯାହା ପୁରୁଷବ୍ରିଘ(ବ୍ୟାଘ୍ରପଦ) ଭାବେ ଜଣାଶୁଣା। ସେଠାରେ ଥିବା ପାର୍ବତୀ ମୂର୍ତ୍ତିଙ୍କ ପାଦତଳେ ଜଣେ ରାକ୍ଷସ ବସିଥିବା ଦେଖିବାକୁ ମିଳେ। ଏହାକୁ ସ୍ଥାନୀୟ ଲୋକେ ପୂଜା କରିଥାନ୍ତି ଏବଂ ଚାଇନାର ପରମ୍ପରାରେ ଥିବା କରୁଣାମୟୀ ମହିଳା ବୋଧିସତ୍ତ୍ୱ ଗୁଆନ ୟିନ୍‌ଙ୍କ ସ୍ବରୂପ ବୋଲି ସେମାନେ ବିଶ୍ୱାସ କରନ୍ତି। ଶିବଲିଙ୍ଗ ଭଳି ଏକ ସ୍ତମ୍ଭ ସେଠାରେ ଶୋଭାପାଉଛି, ଯାହାକୁ ସେଠାକାର ଲୋକେ ପଥର, ବାଉଁଶ କରଡ଼ି ବା ଗଜା ବୋଲି ଭାବନ୍ତି। କିନ୍ତୁ ତାହା ସମ୍ଭବତଃ ଏକ ଶିବଲିଙ୍ଗ।
ଭାରତରୁ ଚାଇନାକୁ ସଂଯୋଗ କରୁଥିବା ପୁରାତନ ବାଣିଜ୍ୟ ପଥଗୁଡ଼ିକ ସ୍ଥଳପଥରେ ଥିଲା। ଏସବୁ କେନ୍ଦ୍ର ଏସିଆ ଦେଇ ଯାଇଥିଲା। ପରେ ମୌସୁମୀ ପ୍ରବାହକୁ ଦେଖି ସମୁଦ୍ରପଥକୁ ବାଣିଜ୍ୟ ପାଇଁ ଅଗ୍ରାଧିକାର ଦିଆଯାଇଥିଲା।
ସର୍ବପୁରାତନ ରାମାୟଣ ପାଣ୍ଡୁଲିପିରେ ଚାଇନା ସମ୍ପର୍କରେ ସୂଚିତ କରାଯାଇ ନାହିଁ। କିନ୍ତୁ ପୁରାତନ ମହାଭାରତ ଗ୍ରନ୍ଥରେ ଏ ସମ୍ପର୍କରେ ଦର୍ଶାଯାଇଛି। ପ୍ରାୟ ଖ୍ରୀଷ୍ଟପୂର୍ବ ୨୦୦ ପାଖାପାଖିରେ କେନ୍ଦ୍ର ଏସିଆର ଜନଜାତି ଲୋକଙ୍କ ମାଧ୍ୟମରେ ଚାଇନା ପ୍ରଥମେ ପରୋକ୍ଷରେ ଏବଂ ପରେ ଖ୍ରୀଷ୍ଟାବ୍ଦ ୨୦୦ ବେଳକୁ ସିଧାସଳଖ ଭାରତ ସହ ସମ୍ପର୍କ ସ୍ଥାପନ କରିଥିଲା। ଏହା ହାନ୍‌ ବଂଶର ରାଜତ୍ୱ ସମୟ( ଖ୍ରୀଷ୍ଟପୂର୍ବ ୨୦୦-ଖ୍ରୀଷ୍ଟାବ୍ଦ ୨୦୦)ରେ ହୋଇଥିଲା ଏବଂ ସେତେବେଳେ ଚାଇନା ସଂଗଠିତ ହୋଇ ରହିଥିଲା। ସେହି ସମୟରେ ଭାରତକୁ ଶେନ୍ଦୁ(ସିନ୍ଧୁରୁ ଆସିଛି) ଏବଂ ଟିଆନ୍‌ଝୁ(ସ୍ବର୍ଗର ବାଉଁଶ ଜଙ୍ଗଲ, ବୌଦ୍ଧଧର୍ମରେ ବେଣୁବନ) କୁହାଯାଉଥିଲା। ଲୋକେ ବୌଦ୍ଧଧର୍ମକୁ ଅଧିକ ଗ୍ରହଣ କରୁଥିଲେ, କାରଣ ଯେଉଁ ସମୟରେ ଚାଇନା ଗୃହଯୁଦ୍ଧରେ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା, ସେହି ସମୟରେ ଏହା ପରିସ୍ଥିତିକୁ ଶାନ୍ତ କରିଥିଲା।
ଟାଙ୍ଗ ସାମ୍ରାଜ୍ୟ ସମୟ(ଖ୍ରୀଷ୍ଟାବ୍ଦ ୬୦୦ରୁ ୯୦୦)ରେ ଯେତେବେଳେ ଚାଇନାର ଏକତ୍ରୀକରଣ ହେଲା ସେତେବେଳେ ଭାରତରୁ ଚାଇନାର ଲୋକେ ବୌଦ୍ଧଗ୍ରନ୍ଥ ଓ ବୌଦ୍ଧଧର୍ମର ଅବଶେଷାଂଶ ନେବାକୁ ଅଧିକ ଆଗ୍ରହ ପ୍ରକାଶ କରିଥିଲେ। ସେହି ସମୟରେ ସଂସ୍କୃତରେ ରଚିତ ବୌଦ୍ଧଧର୍ମର ବିଚାର ବା ନୀତିବାଣୀକୁ ଚାଇନିଜ୍‌ ଭାଷାରେ ଅନୁବାଦ କରାଯାଇଥିଲା। ଏହା ଅତ୍ୟନ୍ତ ଜଟିଳ ପ୍ରକ୍ରିୟା ଥିଲା। ଉଭୟ ଉଚ୍ଚାରଣ ଓ ଲେଖାରେ ଭାଷା ତଥା ଶବ୍ଦାର୍ଥ ସଂଯୋଜନା ମୌଳିକ ରୂପେ ଭିନ୍ନ ଥିଲା। କିନ୍ତୁ ଟାଙ୍ଗ ଶାସନର ଶେଷବେଳକୁ ଚାଇନାର ଦାର୍ଶନିକ କନ୍‌ଫୁସିଆନଙ୍କ ବିଚାର ଉପରେ ବିଶ୍ୱାସ ରଖିଥିବା ସ୍ଥାନୀୟ ବିଦ୍ୱାନ୍‌ମାନେ ବୌଦ୍ଧଧର୍ମ ଏବଂ ଦେହାବଶେଷ ପୂଜନ ଭଳି ପରମ୍ପରାର ଶତ୍ରୁ ପାଲଟିଗଲେ।
ସଙ୍ଗ୍‌ ଶାସନ ସମୟ(୧୦୦୦-୧୩୦୦ ଶତାବ୍ଦୀ)ରେ ଚାଇନାକୁ ବୌଦ୍ଧଧର୍ମର କେନ୍ଦ୍ର ଭାବେ ଗଣାଯାଉଥିଲା। ଏହି ସମୟରେ ଭାରତରୁ ବୌଦ୍ଧଧର୍ମର ପ୍ରଭାବ ହ୍ରାସ ପାଇଥିଲା ଏବଂ ଅନେକେ ଚାଇନାକୁ ଚାଲିଯାଇଥିଲେ, ଯାହାକୁ ମୈତ୍ରେୟ ବୁଦ୍ଧ(ଭିବଷ୍ୟତର ବୁଦ୍ଧ), ମଞ୍ଜୁଶ୍ରୀ( ଜ୍ଞାନର ଦେବୀ ତଥା ଖଡ୍‌ଗଧାରୀ ବୋଧିସତ୍ତ୍ୱ), ଅମିତାଭ ବୁଦ୍ଧ(ପବିତ୍ର ଭୂମିର ମୁକ୍ତିଦାତା ବୁଦ୍ଧ)ଙ୍କ ଭୂମି ଭାବେ ଦେଖାଯାଉଥିଲା। ମଙ୍ଗୋଲୀୟ ସେନାର ଉତ୍‌ଥାନ ପରେ ଚାଇନାକୁ ଥିବା ପୁରାତନ ସ୍ଥଳପଥ ବିପଦପୂର୍ଣ୍ଣ ହୋଇଗଲା। ଏଣୁ ଚାଇନା ସହ ସମ୍ପର୍କ ରଖିବା ପାଇଁ ସ୍ଥଳପଥ ବଦଳରେ ସମୁଦ୍ରପଥକୁ ବଛାଯାଇଥିଲା। ଯେତେବେଳେ ତାମିଲାକାମର ଚୋଳ ରାଜତ୍ୱ ପ୍ରତିଷ୍ଠା ହେଲା, ସେତେବେଳେ ଇଣ୍ଡୋନେସିଆ ବାଟ ଦେଇ ଚାଇନାର ରାଜଦରବାର ସହ ଯୋଗାଯୋଗ ସ୍ଥାପନ କରାଯାଇଥିଲା।
ମୌସୁମୀ ବାୟୁ ପ୍ରବାହର ସାହାଯ୍ୟ ନେଇ ନାବଗୁଡ଼ିକ ଆରବରୁ ବାହାରି ଭାରତର ପଶ୍ଚିମ ଉପକୂଳରେ ପହଞ୍ଚିବା ପାଇଁ ପାଖାପାଖି ୩୦ ଦିନ ଲାଗିଯାଉଥିଲା। ଏହା ପରେ ନାବଗୁଡ଼ିକ ଭାରତର ପୂର୍ବ ଉପକୂଳରୁ ବାହାରି ମାଲାକା ଷ୍ଟ୍ରେଟରେ ପହଞ୍ଚିବାକୁ ଆଉ ୩୦ ଦିନ ଲାଗିଯାଉଥିଲା। ତା’ପରେ ଆଉ ୩୦ ଦିନରେ ଚାଇନାରେ ପହଞ୍ଚୁଥିଲା। ୧୦୦ ଦିନ କିମ୍ବା ପାଖାପାଖି ୩ରୁ ୪ ମାସ ମଧ୍ୟରେ ଜଣେ ଆରବରୁ ବାହାରି ସୁଦୂର ଚାଇନାରେ ପହଞ୍ଚତ୍ୟାଇ ପାରୁଥିଲା। ଏହା ଥିଲା ପ୍ରମୁଖ ବାଣିଜ୍ୟପଥ। ଯେତେବେଳେ ସ୍ଥଳପଥ ବନ୍ଦ ହୋଇଯାଇଥିଲା ସେତେବେଳେ ସମୁଦ୍ରପଥରେ ଆରବରୁ ଘୋଡ଼ା ଦକ୍ଷିଣ ଏସିଆ, ଦକ୍ଷିଣ ପୂର୍ବ ଏସିଆ ଏବଂ ଚାଇନାକୁ ଯାଉଥିଲେ। ଏହା ବଦଳରେ ଚାଇନା ରେଶମ, ରୁପା, ଚା ଓ ଚାଇନାମାଟି ରପ୍ତାନି କରୁଥିଲା। ଭାରତୀୟ କପା ବଦଳରେ ଦକ୍ଷିଣ ପୂର୍ବ ଏସିଆରୁ ସୁନା ଆସୁଥିଲା। ଏହାସହ ସମୁଦ୍ରପଥରେ ମସଲା ଓ ସୁଗନ୍ଧିତ ଗଛର ଦିଆନିଆ ଚାଲିଥିଲା। ଏହା ଥିଲା ଏକ ବ୍ୟାପକ ବାଣିଜି୍ୟକ ଯୋଗାଯୋଗର ମାଧ୍ୟମ। ଭାରତରେ ସେତେବେଳେ ଏକ ଶକ୍ତିଶାଳୀ ବଣିକ ସଂଘ ଥିଲା ଏବଂ ଏହି ବାଣିଜ୍ୟର ଅଧିକାଂଶ ଭାଗକୁ ନିୟନ୍ତ୍ରଣ କରୁଥିଲା। ଏହି ବାଣିଜ୍ୟ ରାଷ୍ଟ୍ରକୂଟ ସାମ୍ରାଜ୍ୟକୁ ସମୃଦ୍ଧ କରିଥିଲା, ଯାହା ପାଖାପାଖି ୮୦୦ ଶତାବ୍ଦୀରେ କର୍ନାଟକର ଅଧିକାଂଶ ଅଂଶରେ ଶାସନ କରୁଥିଲା। ଏହି ସମୟରେ ଭାରତରେ ଥିବା କେତେକ ବହୁ ପୁରାତନ ମନ୍ଦିର ଏବଂ ଦକ୍ଷିଣ ପୂର୍ବ ଚାଇନାରେ ଥିବା ଅନେକ ମନ୍ଦିରକୁ ଧନ ଯୋଗାଇ ଦିଆଯାଇଥିଲା।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପାଇଁ ବୁଗୁଡ଼ା ବନାଞ୍ଚଳରୁ ଗଲା ୧୬ ଖଣ୍ଡ ଫାଶି କାଠ

ବୁଗୁଡ଼ା,୨୧।୩(କାଳିଚରଣ ଦାଶ): ବୁଗୁଡ଼ା ପାଇଁ ଏକ ସୌଭାଗ୍ୟର ଦିନ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ତିଆରି ସକାଶେ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ…

ମନ୍ଦିର ପ୍ରତିଷ୍ଠା, ନାମଯଜ୍ଞ ପାଇଁ ପ୍ରସ୍ତୁତି : ଅଧିକରୁ ଅଧିକ ଜନସମାଗମ ଆଶଙ୍କା

ଗଞ୍ଜାମ,୨୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକର କରପଡା ଗ୍ରାମରେ ଆସନ୍ତା ୨୨ରୁ ୨୬ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ମହା ଆଡମ୍ବରରେ ମା’ ବୁଢ଼ୀ ଠାକୁରାଣୀ ଏବଂ…

କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକମାନଙ୍କ ଉତ୍ତର: ଆକ୍ସନ ମୋଡରେ ନବୀନ

ଭୁବନେଶ୍ୱର,୨୧।୧: କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକମାନଙ୍କ ଉତ୍ତର ଉପରେ ପ୍ରତିକ୍ରିୟା ରଖିଲେ ବିଜେଡି ଶୃଙ୍ଖଳା କମିଟି ସଦସ୍ୟ ସାରଦା ଜେନା। ସେ କହିଛନ୍ତି, ଉତ୍ତର ସନ୍ତୋଷଜନକ…

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆଶ୍ୱସ୍ତି: ଆମେରିକାରୁ ଆସିଲା ବଡ଼ ଖବର

ଓ୍ବାଶିଂଟନ୍‌,୨୧।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରୁଥିବା ଖବର ସାମ୍ନାକୁ ଆସିଛି। ହଠାତ୍‌ ମତ…

ଗ୍ୟାସ ଅଭାବ ଯୋଗୁ ଅଙ୍ଗନାଓ୍ବାଡି କର୍ମୀଙ୍କ ମଧ୍ୟରେ ଭାଳେଣି, ଅଙ୍ଗନାଓ୍ବାଡି କେନ୍ଦ୍ରରେ ବନ୍ଦ ହୋଇଯିବ ରୋଷେଇ!

ବୁଗୁଡ଼ା,୨୦।୩(କାଳିଚରଣ ଦାଶ): ମିଳୁନି ଜାଳେଣି ଗ୍ୟାସ, ଗ୍ୟାସ ଅଭାବରୁ ଅଧିକାଂଶ ହୋଟେଲ, ଫାଷ୍ଟଫୁଡ୍‌ ସେଣ୍ଟର ଓ ଚା’ ଦୋକାନ ବନ୍ଦ ହୋଇ ସାରିଥିବାବେଳେ ଏବେ ଘରମାନଙ୍କରେ ମଧ୍ୟ…

ଗଛରେ ପିଟିହୋଇ ଓଲଟିଲା କାର୍‌: ଆଖିବୁଜିଦେଲେ ,ଶାଳା,ଭିଣୋଇ

ନନ୍ଦପୁର,୨୧ା୩(ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଗୁରୁବାର ରାତିରେ ଏକ କାର୍‌ ରାସ୍ତା ପାର୍ଶ୍ୱ ଥିବା ଆମ୍ବଗଛକୁ…

ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ: ନାଟକ ‘ପଲ୍ଲୀରୁ ଦିଲ୍ଲୀ ’ ମଞ୍ଚସ୍ଥ…

ଦିଗପହଣ୍ଡି,୨୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ମେଘଝୋଳି ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହେଇଯାଇଛି…

ମା’ କନକ ଦୁର୍ଗାଙ୍କ ଚନ୍ଦ୍ରଘଣ୍ଟା ବେଶ: ଭକ୍ତଙ୍କ ଭିଡ଼

ଦେବଗଡ,୨୧।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ତୃତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶନିବାର ମା’ କନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri