ସ୍କୁଲ ଅଟୋକୁ ଧକ୍କା ଦେଲା ଟ୍ରାକ୍ଟର

ପାଟପୁର,୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଏକ ଅଟୋ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ପଳାସପୁର କାଳୀମନ୍ଦିର ନିକଟରେ ଏକ ଇଟା ବୋଝେଇ ଟ୍ରାକ୍ଟର ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ଛାତ୍ର ଶକ୍ତି ସାହୁ, ଛାତ୍ରୀ ଦୀପିକା ରାଣୀ ପଣ୍ଡା, ଯସ୍ମିନ ବିଷୋୟୀ, ଖୁସି ନାୟକଙ୍କ ସମେତ ଅଟୋ ଡ୍ରାଇଭର ଭିକାରୀ ସାହୁ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ପ୍ରଥମେ ଦିଗପହଣ୍ଡି ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପାଟପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର ଡ୍ରାଇଭରଙ୍କୁୁ ଅଟକ ରଖି ତଦନ୍ତ ଚଳାଇଛି।