ଧର୍ମଶାଳା,୨୨।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବାଟିଯୋଡ଼ା ନିକଟରେ ଏକ ଟ୍ରାକ୍ଟର କମ୍ପରେସର ଓଲଟି ପଡ଼ିବା ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କାନ୍ତ ପ୍ରଧାନ।
ସୂଚନାନୁଯାୟୀ, ବାରମାଣ ଅଞ୍ଚଳର ଡ୍ରାଇଭର କାନ୍ତ ଓ ତାଙ୍କ ସହଯୋଗୀ ଗୁରୁବାର ଦିନ ସକାଳେ ଟ୍ରାକ୍ଟର କମ୍ପରେସର ନେଇ ଯାଉଥିବା ବେଳେ ବାଟିଯୋଡ଼ା ନିକଟରେ ଭାରସ୍ୟାମ ହରାଇ ଗାଡ଼ିଟି ଓଲଟି ପଡିଥିଲା। ଫଳରେ ଡ୍ରାଇଭର ଜଣଙ୍କ ଗାଡ଼ି ତଳେ ଚାପି ହୋଇ ରହି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଜେନାପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।


