Categories: ବାଣିଜ୍ୟ

ଟିପିସିଓଡିଏଲ୍‌ର ବାତ୍ୟା ପୂର୍ବପ୍ରସ୍ତୁତି

ଭୁବନେଶ୍ୱର,୨୪।୧୦: ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ସିତରଙ୍ଗ’ ପ୍ରଭାବରେ ଉପକୂଳ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଥିବା ବେଳେ ସେଥିପାଇଁ ଯେଉଁସବୁ ଜରୁରିକାଳୀନ ସ୍ଥିତି ସୃଷ୍ଟି ହେବ ତା’ର ପରିଚାଳନା କରିବା ଲାଗି ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପ୍ରସ୍ତୁତ ରହିଛି। ଏଭଳି ସ୍ଥିତିର ମୁକାବିଲା କରିବା ଲାଗି ଟିପିସିଓଡିଏଲ୍‌ର ଏକ ସମ୍ପୂର୍ଣ୍ଣ ବିଜନେସ୍‌ କଣ୍ଟିନୁଇଟି ଆଣ୍ଡ୍‌ ଡିଜାଷ୍ଟର୍‌ ମ୍ୟାନେଜମେଣ୍ଟ୍‌ ପ୍ଲାନ୍‌ (ବିସିଡିଏମ୍‌ପି) ପ୍ରସ୍ତୁତ ରହିଛି।

ଟିପିସିଓଡିଏଲ୍‌ ଯେକୌଣି ପ୍ରକାରର ଆକସ୍ମିକତାର ମୁକାବିଲା କରିବା ଏବଂ ବିଦ୍ୟୁତ୍‌ ଯୋଗାଣକୁ ନେଇ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଅକ୍ସିଜେନ୍‌ ପ୍ଲାଣ୍ଟକୁ ୨୪ ଘଣ୍ଟା ବିଦ୍ୟୁତ୍‌ ଯୋଗାଣ ନିଶ୍ଚିତ କରିବା ଲାଗି କମ୍ପାନୀ ପକ୍ଷରୁ ଏକ ଉତ୍ସର୍ଗୀକୃତ ଟିମ୍‌ ଗଠନ କରାଯାଇଛି। ଲାଇସେନ୍ସପାପ୍ତ ଅଞ୍ଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଉତ୍ସର୍ଗୀକୃତ ତ୍ୱରିତ ପ୍ରତିକ୍ରିୟାଶୀଳ ଟିମ୍‌ ମୁତୟନ କରାଯିବ। କୌଣସି ଜରୁରୀ ସେବା ଲାଗି ଯେ କେହି ୨୪ ଘଣ୍ଟିଆ କଲ୍‌ ସେଣ୍ଟର୍‌ ଟୋଲ୍‌ ଫ୍ରି ନମ୍ବର ୧୯୧୨ କିମ୍ବା ୧୮୦୦୩୪୫୭୧୨୨କୁ କଲ୍‌ କରିପାରିବେ କିମ୍ବା ଟିପିସିଓଡିଏଲ୍‌ ମିତ୍ର ଆପ୍‌ କିମ୍ବା ୱେବସାଇଟ୍‌ରେ ପଞ୍ଜୀକରଣ କରିପାରିବେ। ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଏମ୍‌. ସେନ୍‌ବାଗମ୍‌ କହିଛନ୍ତି, ସମଗ୍ର ସ୍ଥିତି ଓ ସଦ୍ୟତମ ଘଟଣାକ୍ରମ ଉପରେ ଆମେ ତୀକ୍ଷ୍‌ଣ ନଜର ରଖିଛୁ। ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣକୁ ନିଶ୍ଚିତ କରିବା ସହିତ ଦରକାର ହେଉଥିବା ସ୍ଥାନରେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ କରିବା ଲାଗି ଟିମ୍‌ କାର୍ଯ୍ୟ କରୁଛି। ସୁରକ୍ଷା ବ୍ୟବସ୍ଥା,ଗାଇଡ୍‌ଲାଇନ୍‌କୁ ଅନୁସରଣ କରିବା ଏବଂ ଜରୁରିକାଳୀନ ସ୍ଥିତିରେ ଆମ ସହ ଯୋଗାଯୋଗ କରିବା ଲାଗି ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ବୋଲି ସେନ୍‌ବାଗମ୍‌ ମତବ୍ୟକ୍ତ କରିଛନ୍ତି।

 

Share