ଭୁବନେଶ୍ୱର,୧୯।୯: ଟାଟା ପାୱାର ଓ ରାଜ୍ୟ ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) କ୍ୟୁସିଏଫ୍ଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆୟୋଜିତ କ୍ୱାଲିଟି କନ୍ସେପ୍ଟ ୨୦୨୫ରେ ୧୫ଟି ପୁରସ୍କାର ଜିତିଛି। କ୍ୱାଲିଟି ସର୍କଲ ଓ କାଇଜେନ୍ର ୧୫ ପ୍ରକଳ୍ପ ମଧ୍ୟରୁ ୧୪ଟି ଟିମ୍ ସ୍ବର୍ଣ୍ଣ ଏବଂ ଗୋଟିଏ ଟିମ୍ ରୌପ୍ୟ ପଦକ ହାସଲ କରିଛି। ଏନ୍ଟିପିସି, ଓ ଖଣି ନିଗମ, ଜିନ୍ଦଲ ଷ୍ଟେନ୍ଲେସ୍, ନାଲ୍କୋ, ବାଲ୍କୋ, ଟାଟା ପାୱାର, ବେଦାନ୍ତ ଭଳି ଅଗ୍ରଣୀ କମ୍ପାନୀର ୨୧୦ରୁ ଅଧିକ ଟିମ୍ ସହ ଟିପିସିଓଡିଏଲ୍ର ଟିମ୍ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ସ୍ବର୍ଣ୍ଣ ବିଜୟୀ ଟିମ୍ ଆସନ୍ତା ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଲିଟି କନ୍ସେପ୍ଟର ଜାତୀୟ କନ୍ଭେନଶନ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।


