ଟିପିସିଓଡିଏଲ୍‌ର ବ୍ୟାପକ ଗଣ ଅଭିଯାନ

ଭୁବନେଶ୍ୱର,୭।୮: ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ(ଟିପିସିଓଡିଏଲ୍‌)ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ତଥା ବ୍ୟାପକ ଗଣ ଅଭିଯାନର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଭରସାଯୋଗ୍ୟ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ କମ୍ପାନୀ ପକ୍ଷରୁ ବ୍ୟାପକ ପଦକ୍ଷେପ ସହ ଭିତ୍ତିଭୂମିକୁ ସୁଦୃଢ଼ କରିବା ଆଦିରେ ଉଲ୍ଲେଖନୀୟ ନିବେଶ କରାଯାଇଛି। ଏପରିକି କମ୍ପାନୀ ବ୍ୟାପକ ଭିତ୍ତିଭୂମିର ବିକାଶ, ପ୍ରଯୁକ୍ତି ଉନ୍ନତୀକରଣ ଓ ଉନ୍ନତ ଗ୍ରାହକ ସେବା ଭଳି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସହ ଆଗକୁ ବଢ଼ୁଛି, ଏତେ ସବୁ ଉଦ୍ୟମ ସତ୍ତ୍ୱେ ଅନୈତିକ ବିଦ୍ୟୁତ ଚୋରି ଯୋଗୁ କମ୍ପାନିକୁ ବିପୁଳ କ୍ଷତି ସହିବାକୁ ପଡ଼ୁଛି।

ସେହିଭଳି ନିଷ୍ଠାବାନ ଗ୍ରାହକଙ୍କ ସ୍ବାର୍ଥକୁ ସୁରକ୍ଷା ଦେବା ଏବଂ ବେଆଇନ ହୁକ ପକାଇବା ଘଟଣାକୁ ରୋକିବା ଲାଗି ଟିପିସିଓଡିଏଲ୍‌ ପକ୍ଷରୁ ବ୍ୟାପକ ଗଣ ଅଭିଯାନ କାର୍ଯ୍ୟକାରୀ କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ଦ୍ୱାରା ବେଆଇନ ସଂଯୋଗକୁ ବିଚ୍ଛିନ୍ନ କରାଯିବା ସହିତ ଯେଉଁମାନେ ଯଥାର୍ଥତା ସହ ପେମେଣ୍ଟ କରୁଛନ୍ତି, ସେମାନଙ୍କ ପାଖକୁ ବିଦ୍ୟୁତ ପହଞ୍ଚାଯାଉଛି। ଅପରପକ୍ଷରେ ବ୍ୟାପକ ମିଟର ଯାଞ୍ଚ, ଓୟାରିଂର ଅନୁଶୀଳନ ଏବଂ ଭୁଲ କାମ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଭଳି ପଦକ୍ଷେପ ନିଆଯାଉଛି।

ଉପରୋକ୍ତ କାର୍ଯ୍ୟକ୍ରମଗୁଡିକ ଜରିଆରେ ଟିପିସିଓଡିଏଲ୍‌ ଚୋରିକୁ ହ୍ରାସ କରିଥିବା ବେଳେ ହାରାହାରି ବୈଷୟିକ ଓ ବାଣିଜି୍ୟକ (ଏଟିଆଣ୍ଡ୍‌ସି) କ୍ଷତିକୁ କମ୍‌ କରିପାରିଛି, ଫଳରେ ନିଷ୍ଠାବାନ ଗ୍ରାହକଙ୍କ ଉପରୁ ଆର୍ଥିକ ବୋଝ ହାଲୁକା କରାଯାଇପାରିଛି। ଏଭଳି ଘଟଣା ବିଷୟରେ ହ୍ବାଟସ୍‌ଆପ୍‌ (୯୪୩୭୧୫୮୬୭୦), ଇମେଲ୍‌ କିମ୍ବା ଟିପିସିଓଡିଏଲ୍‌ର ମିତ୍ର ଆପ୍‌ ଜରିଆରେ ସୂଚନା ପ୍ରଦାନ କରି ହେବ। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri