ଦୀର୍ଘ ଦିନ ହେଲା ଟୟ ଟ୍ରେନ ଅଚଳ, ଶିଶୁ ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡି,୨୮/୪(ଡି.ଏନ.ଏ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲାର ଦାରିଙ୍ଗବାଡି ଠାରେ ଥିବା ହିଲଭିୟୁ ପାର୍କର ବିକାଶରେ ବାଧା ସୃଷ୍ଟି ହୋଇଛି। ଏବେ ଗ୍ରୀଷ୍ମ ପ୍ରବାହ ରହିଥିଲେ ମଧ୍ୟ ମଝିରେ ମଝିରେ ବର୍ଷା ସହ କୋହଲା ପବନ ଯୋଗୁ ତାପମାତ୍ରା ସେତେଟା ବୃଦ୍ଧି ପାଉନି। ଫଳରେ ଏଠାକାର ପ୍ରଦୁଷଣ ମୁକ୍ତ , ଜଙ୍ଗଲ, ନଦୀନାଳ ଓ ଜଳପ୍ରପାତ ସହ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ଦେଖିବାକୁ ଦୈନିକ ଶହ ଶହ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି। ତେବେ ସେପ୍ଟେମ୍ବର ଠାରୁ ଫେବୃଆରୀ ପର୍ଯ୍ୟନ୍ତ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସୁଥିଲେ। କିନ୍ତୁ ଏବେ ତାହାର ସଂଖ୍ୟା କମିଛି। ଦାରିଙ୍ଗବାଡିର ଅନେକ ପର୍ଯ୍ୟଟନ କ୍ଷେତ୍ର ରହିଥିବା ବେଳେ ଏକ ପାହାଡ଼ ଉପରେ କରାଯାଇଥିବା ହିଲଭିୟୁ ପାର୍କର ବିକାଶ ଦିଗରେ ପ୍ରଶାସନର ଅହେତୁକ ଅବହେଳା ପର୍ଯ୍ୟଟକଙ୍କୁ ନିରାଶ କରିଛି। ଦାରିଙ୍ଗବାଡି଼କୁ ଆସୁଥିବା ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଲୋକ ଏହି ହିଲଭିୟୁ ପାର୍କ ଉପରେ ନିର୍ଭର କରନ୍ତି। ଏଥିପାଇଁ ଅନେକ ଯୋଜନା କରାଯାଉଛି ବିଶେଷ କରି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ହିଲଭିୟୁ ପାର୍କକୁ ରୂପାନ୍ତିକରଣ କାର୍ଯ୍ୟ କରାଯାଉଛି ହେଲେ ୪୦ ଫୁଟ ଉଚ୍ଚତା ୱାଚ ଟାୱାର ନିର୍ମାଣ ଅଧପନ୍ତରିଆ ହୋଇ ରହିଛି। ଦୀର୍ଘଦିନ ହେଲା ଶିଶୁ ପର୍ଯ୍ୟଟକଙ୍କ ପାଇଁ ରହିଥିବା ଟୟ ଟ୍ରେନ ଅଚଳ ହୋଇ ରହିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାକୁ ମରାମତି କରାଯାଇପାରୁନି। ସେହିପରି ଉକ୍ତ ପାର୍କରେ ଲୋକଙ୍କ ସାମାଜିକ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଖଞ୍ଜା ଯାଇଥିବା ବେଳେ ତାହା ମଧ୍ୟ ଅଚଳ ହୋଇ ପଡି ରହିଛି। ସିସିଟିଭି ଅଚଳ ଯୋଗୁଁ କୌଣସି ରେକର୍ଡ ରହି ପାରୁନି ଫଳରେ ସୁରକ୍ଷା ପ୍ରତି ବିପଦ ବୋଲି କୁହାଯାଉଛି। ପାର୍କକୁ ଜିଲା ତଥା ଜିଲା ବାହାରୁ ଅନେକ ପ୍ରେମୀ ଯୁଗଳଙ୍କ ଭିଡ଼ ରହୁଥିବା ବେଳେ ମହିଳା, ଶିଶୁ ପର୍ଯ୍ୟଟକଙ୍କ ମଧ୍ୟ ଭିଡ଼ ରହୁଛି। ସେହିପରି ଗ୍ରୀଷ୍ମ ପାଇଁ ଫୁଲଗଛ ଗୁଡିକ ନଷ୍ଟ ହେବାକୁ ବସିଲାଣି। ପ୍ରକାଶଯୋଗ୍ୟ ସାଞ୍ଜା ସରୁ ଉନ୍ନୟନ ଟ୍ରଷ୍ଟ କରାଯାଇ ଏହାର ଦାୟିତ୍ୱରେ ଅଧ୍ୟକ୍ଷ ଭାବେ ବାଲିଗୁଡା ଉପଜିଲାପାଳ ରହିଥିବା ବେଳେ ସମ୍ପାଦକ ଭାବେ ସ୍ଥାନୀୟ ବିଡ଼ିଓ ରହିଛନ୍ତି ସେହିପରି ଟ୍ରଷ୍ଟରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ସଦସ୍ୟ ଭାବେ ରହିଛନ୍ତି। ତେବେ ପ୍ରତିମାସରେ ଏହାର ସମୀକ୍ଷା ବୈଠକ କରାଯାଉଥିଲା। ଏବେ କିଛି ବର୍ଷ ହେଲା ନିୟମିତ ବୈଠକ ହେଉନଥିବା ଯୋଗୁ ପାର୍କର ଟିକେଟ ସଂଗ୍ରହ, ଖର୍ଚ୍ଚ ଆଦିର ହିସାବ କୌଣସି ସଦସ୍ୟଙ୍କୁ ଜଣା ପଡୁନାହିଁ। ପୂର୍ବ ଭଳି ପ୍ରତିମାସରେ ସମୀକ୍ଷା ସହ ପାର୍କର ଅଟକି ରହିଥିବା ବିକାଶକୁ ତ୍ୱରାନ୍ବିତ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ପାର୍କ ଭଲ ରୋଜଗାର ଦେଉଛି କିନ୍ତୁ ତାର ରକ୍ଷାଣବେକ୍ଷଣ ପ୍ରତି ପ୍ରଶାସନ ଯତ୍ନବାନ ହେବା ଜରୁରୀ ବୋଲି ପର୍ଯ୍ୟଟକ ମାନେ କହିଛନ୍ତି। ଏନେଇ ସାଞ୍ଜାସରୁ ଉନ୍ନୟନ ଟ୍ରଷ୍ଟର ସମ୍ପାଦକ ତଥା ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ ଖୁବ ଶୀଘ୍ର ଟ୍ରଷ୍ଟର ବୈଠକ ଡକାଯିବ ଏବଂ ଅଟକି ରହିଥିବା ରୂପାନ୍ତିକରଣ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବାକୁ ପ୍ରୟାସ କରାଯିବ। ସେହିପରି ଅଚଳ ଥିବା ଟୟ ଟ୍ରେନକୁ ଶୀଘ୍ର ମରାମତି କରାଯିବ ବୋଲି ସେ କହିଛନ୍ତି

 


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri