ବିଷାକ୍ତ କାର୍ଯ୍ୟ ସଂସ୍କୃତି

ଏକ ଘରୋଇ କମ୍ପାନୀର ଅଫିସ ଚାକିରିରେ ଅତ୍ୟଧିକ କାର୍ଯ୍ୟ କରିବା କାର୍ଯ୍ୟସ୍ଥଳର ବିଷାକ୍ତ ସଂସ୍କୃତିକୁ ପ୍ରଦର୍ଶିତ କରିଥାଏ; ଏହି ସଂସ୍କୃତି ଜଣେ ବ୍ୟକ୍ତିର ଜୀବନ ନେଇପାରେ କି ? ନିଃସନ୍ଦେହ ଏହା ଏକ ଗମ୍ଭୀର ପ୍ରଶ୍ନ? ବାସ୍ତବରେ ପୂର୍ବେ ଏହାର ଏକ ଉଦାହରଣ ଦେଖିଲୁ। ୨୬ ବର୍ଷୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଆନ୍ନା ସେବାଷ୍ଟିଆନ ପେରେଏଲ ‘ଅର୍ନଷ୍ଟ ଆଣ୍ଡ ୟଙ୍ଗ’(ଇଓ୍ବାଇ) ର ଏକ ସଦସ୍ୟ ସଂସ୍ଥା ସହିତ କାମ କରୁଥିଲେ। ତାଙ୍କ ମାତା ଅନୀତା ଇଓ୍ବା ଇଣ୍ଡିଆର ଚେୟାରମ୍ୟାନଙ୍କୁ ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ତାଙ୍କ ଝିଅକୁ କର୍ମକ୍ଷେତ୍ରରେ ଏତେ କାମ ଦିଆଯାଇଥିଲା ଯେ ସେ ଶାରୀରିକ, ମାନସିକ ଏବଂ ଭାବପ୍ରବଣ ହୋଇ ଭାଙ୍ଗିପଡିଥିଲେ ଏବଂ ହୃଦ୍‌ଘାତରେ ପ୍ରାଣ ହରାଇଥିଲେ।
ମ୍ୟାକିନେସି ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏପ୍ରିଲ ୨୦୨୨ରେ ଏକ ସର୍ଭେ କରିଥିଲା। ଏଥିରେ ୧୫,୦୦୦ କର୍ମଚାରୀ ଏବଂ ୧୦୦୦ ଏଚ୍‌ଆର୍‌ ମ୍ୟାନେଜରଙ୍କ ସହ କଥା ହୋଇଥିଲେ। ସର୍ବେକ୍ଷଣରୁ ଜଣାପଡିଛି ଯେ ୪୦% ଭାରତୀୟ କର୍ମଚାରୀ କେତେଗୁଡିଏ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯେମିତି ଦୁଃଖ, ଚିନ୍ତା କିମ୍ବା ଉଦାସୀନତାର ଲକ୍ଷଣ ।
ଏହିପରି ଫଳାଫଳଗୁଡିକର ୯୦%ର କାରଣ ହେଉଛି ବିଷାକ୍ତ କାର୍ଯ୍ୟକ୍ଷେତ୍ରର ଆଚରଣ। ସେଥିପାଇଁ ଭାରତରେ କର୍ମଚାରୀଙ୍କ ମଧ୍ୟରେ ଚାକିରି ଛାଡିବାକୁ ଇଚ୍ଛା ବିଶ୍ୱର ହାରାହାରିଠାରୁ ୬୦% ଅଧିକ, କିନ୍ତୁ ବେରୋଜଗାର ଆମ ଦେଶରେ ଏକ ଅସୁବିଧାଜନକ ସମସ୍ୟା, ଯାହା ଏହି ସମୟ ମଧ୍ୟରେ ଚାକିରି ଛାଡିବା କଷ୍ଟକର କରିଥାଏ। ତେବେ ଏହି ବିଷାକ୍ତ କାର୍ଯ୍ୟ ସଂସ୍କୃତି କ’ଣ? ପ୍ରଶ୍ନ ହେଉଛି ଘରୋଇ କମ୍ପାନୀମାନେ କ’ଣ ଶ୍ରମ ନିୟମକୁ ପାଳନ କରୁଛନ୍ତି ? ଏହି ବିଷୟରେ ଚର୍ଚ୍ଚା ହେବ ଉଚିତ।
ଦୁଇମାସ ପୂର୍ବେ ଅଷ୍ଟ୍ରେଲିଆ ସରକାର ଅଷ୍ଟ୍ରେଲିଆରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ସଂଯୋଗ ବିଚ୍ଛିନ୍ନ କରିବାର ଅଧିକାର ଦେଇଥିଲେ। ଏହାର ଅର୍ଥ ଯଦି କୌଣସି ଅଷ୍ଟ୍ରେଲୀୟ କର୍ମଚାରୀ କାର୍ଯ୍ୟରେ ନାହାନ୍ତି ଏବଂ ସେମାନଙ୍କ ନିଯୁକ୍ତିଦାତା ସେମାନଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରନ୍ତି ବାର୍ତ୍ତା କିମ୍ବା କଲ୍‌ ମାଧ୍ୟମରେ, କର୍ମଚାରୀ ସେହି କଲ୍‌ ଏବଂ ବାର୍ତ୍ତାଗୁଡ଼ିକୁ ଅଣଦେଖା କରିପାରିବେ।
ୟୁରୋପରେ ଏକ ୟୁରୋପୀୟ ୟୁନିଅନର ନିୟମ ଅନୁଯାୟୀ ସପ୍ତାହରେ ସର୍ବାଧିକ କାର୍ଯ୍ୟ ସମୟ ୪୮ ଘଣ୍ଟା ହେବ। ଏହାର ଅର୍ଥ କୌଣସି ପ୍ରକାରର କାର୍ଯ୍ୟରେ କୌଣସି କର୍ମଚାରୀ ସପ୍ତାହରେ ୪୮ ଘଣ୍ଟାରୁ ଅଧିକ ସମୟ କାମ କରିପାରିବେ ନାହିଁ। ଯଦି ଆମେ ନଭେମ୍ବର ୨୦୨୦ (ଇକୋନୋମିକ ଟାଇମ୍ସ)ରୁ ଏହି ଆର୍ଟିକିଲକୁ ଦେଖିବା, ଶ୍ରମ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି, ଏକ କମ୍ପାନୀ ସେମାନଙ୍କ କର୍ମଚାରୀମାନଙ୍କୁ ଦିନକୁ ୧୨ ଘଣ୍ଟା ପର୍ଯ୍ୟନ୍ତ କାମ କରାଇପାରିବ।
ତେଣୁ ଯଦି ଆପଣ ସପ୍ତାହରେ ୫ ଦିନ କାମ କରନ୍ତି, ଏହା ସପ୍ତାହରେ ୬୦ ଘଣ୍ଟା ହୁଏ। ଏହାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର ଶୋଭା କରାଣ୍ଡଲାଜେ ଟୁଇଟ କରି କହିଛନ୍ତି ଯେ ଏକ ଅସୁରକ୍ଷିତ ତଥା ଶୋଷଣକାରୀ କାର୍ଯ୍ୟ ପରିବେଶ (ଅଭିଯୋଗ) ଉପରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ଅଧିକାଂଶ ସମୟରେ ସରକାର କମ୍ପାନୀକୁ ଚେତାବନୀ ଦେବେ। ଯଦି କମ୍ପାନୀ ଉପରେ ବହୁତ ଚାପ ଥାଏ, ତେବେ କମ୍ପାନୀ କିଛି ମ୍ୟାନେଜରଙ୍କ ଉପରେ ଦୋଷ ଲଦି ସେମାନଙ୍କୁ ବହିଷ୍କାର କରିବ। ଏହା କର୍ମଚାରୀ କିମ୍ବା ପରିଚାଳକଙ୍କ ପ୍ରଶ୍ନ ନୁହେଁ। ପରିଚାଳକମାନେ ମଧ୍ୟ ସେମାନଙ୍କ ମାଲିକମାନଙ୍କ ଚାପରେ ଅଛନ୍ତି। ବାସ୍ତବରେ, ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ଚାପ।
ଭାରତୀୟ ଶ୍ରମ ଆଇନ ଅନୁଯାୟୀ, କୌଣସି କର୍ମଚାରୀଙ୍କୁ ଦିନକୁ ନଅ ଘଣ୍ଟାରୁ ଅଧିକ କିମ୍ବା ସପ୍ତାହରେ ୪୮ ଘଣ୍ଟା କାମ କରିବାକୁ ଅନୁମତି ଦିଆଯାଇ ନ ଥାଏ। ତଥାପି, ନୂତନ ଶ୍ରମ ନିୟମ ଅନୁଯାୟୀ, ଯଦି ଜଣେ ନିଯୁକ୍ତିଦାତା କର୍ମଚାରୀଙ୍କ ଉପରେ ୧୨ ଘଣ୍ଟା ଡ୍ୟୁଟି ଲଗାନ୍ତି, ତେବେ ତାଙ୍କ କର୍ମଚାରୀମାନଙ୍କୁ ଏକ ସପ୍ତାହରେ ତିନି ଦିନ ଛୁଟି ଦେବାକୁ ପଡିବ। ଶ୍ରମ ଆଇନ ସହିତ ଜଡିତ ଆଉ କିଛି ଜିନିଷ – ଓଭରଟାଇମ ଉପରେ ପ୍ରିମିୟମ ହେଉଛି ମୋଟ ମଜୁରିର ୧୦୦%। ଯଦି କୌଣସି କର୍ମଚାରୀଙ୍କୁ ସାପ୍ତାହିକ ଛୁଟି ଦିଆଯାଏ ନାହିଁ, ତେବେ ତାଙ୍କୁ ଦୁଇ ମାସ ମଧ୍ୟରେ ଏହା ବଦଳରେ ଛୁଟି ଦିଆଯାଇପାରେ। ନୂତନ ଶ୍ରମ ନିୟମ ଅନୁଯାୟୀ, ଯଦି ଜଣେ କର୍ମଚାରୀଙ୍କୁ ଦୀର୍ଘ ଛୁଟି ନେବାକୁ ପଡିବ, ତେବେ ତାଙ୍କୁ ବର୍ଷକୁ ଅତି କମରେ ୧୮୦ ଦିନ କାମ କରିବାକୁ ପଡିବ। ମହିଳା କର୍ମଚାରୀମାନେ ସେମାନଙ୍କ ସମ୍ମତି ବିନା ରାତି ଶିଫ୍ଟରେ କାମ କରିବାକୁ ବାଧ୍ୟ ହୋଇପାରିବେ ନାହିଁ , କିନ୍ତୁ ନିୟମ ଏବଂ କାନୁନକୁ କିଏ ଧ୍ୟାନ ଦିଅନ୍ତି ? ବର୍ତ୍ତମାନ ପ୍ରଶ୍ନ ହେଉଛି କମ୍ପାନୀଗୁଡିକ କାହିଁକି ସେମାନଙ୍କ କର୍ମଚାରୀଙ୍କଠାରୁ ଅଧିକ କାମ ନେଉଛନ୍ତି?
ଅର୍ଥନୀତିର ନିୟମ ଅନୁଯାୟୀ, ବିନା ଶ୍ରମଶକ୍ତିର ଶୋଷଣ କରି କମ୍ପାନୀ ଲାଭ କରିବା ଅସମ୍ଭବ। ଅର୍ଥାତ୍‌ ଲାଭ କରିବାକୁ ହେଲେ ପ୍ରଥମେ ଶ୍ରମ ଶକ୍ତିକୁ କମ୍‌ କରିବାକୁ ହେବ। କାର୍ଯ୍ୟ ଅଧିକ, କିନ୍ତୁ ଶ୍ରମଶକ୍ତି କମ୍‌, ତେଣୁ ଏହା ସ୍ପଷ୍ଟ ଯେ ଶ୍ରମଶକ୍ତି ଉପରେ କାର୍ଯ୍ୟଭାର ଅଧିକ ହେବ। ଏହି ଅଧିକ କାର୍ଯ୍ୟଭାର ଶ୍ରମଶକ୍ତି ଉପରେ ପ୍ରଭାବ ପକାଇବ ଏବଂ ଏହି ପ୍ରଭାବ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ।
ଏହିଠାରେ ଓଭରଟାଇମ, ଛୁଟି ବନ୍ଦ, କାର୍ଯ୍ୟ ଭାର, ରବିବାର ଛୁଟି ବାତିଲ ଇତ୍ୟାଦି ଆରମ୍ଭ ହୁଏ। ଏହା କେବଳ ଜଣେ ବ୍ୟକ୍ତିର ସାମାଜିକ ଜୀବନକୁ ନଷ୍ଟ କରି ନ ଥାଏ ବରଂ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ। ବାସ୍ତବରେ ଏହା ହିଁ ଆନ୍ନାଙ୍କ ସହିତ ହୋଇଥିଲା। ତାଙ୍କର ହୃଦ୍‌ଘାତର କାରଣ ହେଉଛି ଅତ୍ୟନ୍ତ କାର୍ଯ୍ୟ ଭାର। ତେଣୁ ଯେ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜୀବିତ ରହିବ ଶୋଷଣ ଜାରି ରହିବ।
ସୁଜନପୁର, ଯାଜପୁର
ମୋ: ୯୩୪୮୭୬୮୮୧୨


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri