Posted inଜାତୀୟ

ଭାରତ, ପାକ୍‌ ଆକାଶରେ ବିଷାକ୍ତ କୁହୁଡ଼ି

ନୂଆଦିଲ୍ଲୀ,୧୩ା୧୧: ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ତରକୁ ଖସିଚାଲିଥିବାବେଳେ ବିଷାକ୍ତ ଧୂମକୁହୁଡ଼ିର ଘନ ଆସ୍ତରଣ ଭାରତ ଏବଂ ପାକିସ୍ତାନର ବିସ୍ତୀର୍ଣ୍ଣ ଅଞ୍ଚଳକୁ ଘୋଡ଼ାଇ ରଖିଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ନିକଟରେ ପ୍ରସାରିତ ସାଟେଲାଇଟ୍‌ ଫଟୋରୁ ଉଭୟ ଦେଶର ଜନାକୀର୍ଣ୍ଣ ସିନ୍ଧୁ- ଗାଙ୍ଗେୟ ସମତଳ ଅଞ୍ଚଳ ଅତ୍ୟଧିକ ପ୍ରଦୂଷିତ ହୋଇଥିବା ସ୍ପଷ୍ଟ ହୋଇଛି। କୃଷିକ୍ଷେତ୍ରରେ ନଡ଼ା ଓ ଅନ୍ୟାନ୍ୟ ବର୍ଜ୍ୟ ସାମଗ୍ରୀ ପୋଡ଼ି, ଗାଡ଼ିମୋଟରର ଧୂଆଁ ଓ ଧୂଳି ଏବଂ ଶିଳ୍ପଜନିତ ପ୍ରଦୂଷଣ ଯୋଗୁ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଛି।
ପଞ୍ଜାବରେ ନଡ଼ାପୋଡ଼ି ଘଟଣା ଚଳିତ ବର୍ଷ ୭,୦୦୦ ଅତିକ୍ରମ କରିଛି। କେବଳ ସୋମବାର ୪୧୮ଟି ନଡ଼ାପୋଡ଼ି ଘଟିଛି, ଯାହା ବିସ୍ତୀର୍ଣ୍ଣ ଅଞ୍ଚଳର ବାୟୁକୁ ପ୍ରଦୂଷିତ କରୁଛି। ଇତିମଧ୍ୟରେ ଚଣ୍ଡିଗଡ଼ର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଅତ୍ୟନ୍ତ ନିକୃଷ୍ଟ ସ୍ତରରେ ପହଞ୍ଚତ୍ଛି। ମଙ୍ଗଳବାର ଦିଲ୍ଲୀର ଏକ୍ୟୁଆଇ ୪୦୦ ପାଖାପାଖି ରହିଛି। ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମଧ୍ୟ ଅନୁରୂପ ସ୍ଥିତି ରହିଥିବା ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ବାହ୍ୟ କାର୍ଯ୍ୟକୁ ନିଷେଧ କରାଯାଇଛି। ପ୍ରଦୂଷଣ ରୋକିବାକୁ ଦୋକାନ ବଜାର ଏବଂ ମଲ୍‌ଗୁଡ଼ିକୁ ଶୀଘ୍ର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଲାହୋରରେ ବାୟୁ ପ୍ରଦୂଷଣ ସର୍ବାଧିକ ସ୍ତରରେ ପହଞ୍ଚତ୍ଛି। ଏହାର ପ୍ରତିକାର ପାଇଁ ପାକ୍‌ କର୍ତ୍ତୃପକ୍ଷ କେତେକ ଜରୁରୀ ପଦକ୍ଷେପ ନେଇଛନ୍ତି। ସ୍କୁଲ୍‌ଗୁଡ଼ିକୁ ବନ୍ଦ କରାଯିବା ସହ ଆଂଶିକ ଲକ୍‌ଡାଉନ୍‌ କାର୍ଯ୍ୟକାରୀ ହୋଇଛି। ସେହିପରି ନିର୍ମାଣ କାର୍ଯ୍ୟକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ନାସା ବୈଜ୍ଞାନିକ ପଓ୍ବନ ଗୁପ୍ତାଙ୍କ କହିବା ଅନୁଯାୟୀ କେବଳ ନଡ଼ା ପୋଡ଼ି ଯୋଗୁ ଉକ୍ତ ସିନ୍ଧୁ-ଗାଙ୍ଗେୟ ଅଞ୍ଚଳର ବାୟୁ ଗୁଣବତ୍ତା ଅତ୍ୟଧିକ ଖରାପ ହେଉଛି, ତାହା ନୁହେଁ; ଏଥିପାଇଁ ଅନ୍ୟ କାରକଗୁଡ଼ିକ ମଧ୍ୟ ଦାୟୀ। ଥର୍‌ ମରୁଭୂମିର ଧୂଳି, ଗାଡ଼ିମୋଟରର ନିର୍ଗତ ଧୂଆଁ ଓ ଧୂଳି ତଥା ଶିଳ୍ପାଞ୍ଚଳର ଉତ୍ସର୍ଜନ ମଧ୍ୟ ବାୟୁ ପ୍ରଦୂଷଣର ଅନ୍ୟତମ କାରଣ। ଶୀତଦିନେ ତାପମାତ୍ରା ହ୍ରାସ ଯୋଗୁ ପ୍ରଦୂଷିତ କଣିକାଗୁଡ଼ିକ ବାୟୁମଣ୍ଡଳର ନିମ୍ନ ସ୍ତରରେ ରହୁଛି। ଉତ୍ତରରେ ହିମାଳୟ ଏବଂ ଦକ୍ଷିଣରେ ବିନ୍ଧ୍ୟ ପର୍ବତମାଳା ଏହାକୁ ଘେରି ରହୁଥିବାରୁ ଉକ୍ତ ଅଞ୍ଚଳ ଉପରେ ଧୂମକୁହୁଡ଼ିର ଘନ ଆସ୍ତରଣ ସୃଷ୍ଟି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri