ଅବ୍ୟବସ୍ଥାରେ ପୌର ପରିଷଦ ଗୋଶାଳା

ଜଟଣୀ,୨୬ା୫(ଡି.ଏନ୍‌.ଏ.): ଗୋ ବଂଶ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେବା ସହ ବହୁ ଅର୍ଥ ବିନିଯୋଗ କରୁଛନ୍ତି। ବୁଲା ଗୋରୁ ଓ ଷଣ୍ଢଙ୍କୁ ଉଦ୍ଧାର କରାଯାଇ ଗୋଶାଳାରେ ଉପଯୁକ୍ତ ସେବା ସହିତ ଚିକିତ୍ସା ଯୋଗାଇ ଦିଆଯାଉଛି। ତେବେ ଖୋର୍ଦ୍ଧା ଜିଲା ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ଷଣ୍ଢପୁରଠାରେ ଥିବା ଜଟଣୀ ପୌରପରିଷଦ ଗୋଶାଳା ଅବ୍ୟବସ୍ଥା ଘେରରେ ରହିବା ସହ ମରଣଯନ୍ତା ପାଲଟିଥିବା ସାଧାରଣରେ ଅଭିଯୋଗ ହେଉଛି।
ପ୍ରକାଶ ଯେ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧ କୋଟି ୭୧ ଲକ୍ଷ ୫୮ହଜାର ଟଙ୍କା ବିନିଯୋଗରେ ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ଓ୍ବାର୍ଡ ନମ୍ବର ୯ ଷଣ୍ଢପୁରଠାରେ ଜଟଣୀ ପୌରପରିଷଦ ଗୋଶାଳା ନିର୍ମାଣ ହୋଇଥିଲା। ୨୦୨୨ ନଭେମ୍ବର ୧୧ରେ ଏହା ଉଦ୍‌ଘାଟନ ହୋଇଥିଲା। ଗୋଶାଳାର ରକ୍ଷଣାବେକ୍ଷଣ ଦାୟିତ୍ୱ ଠିକାରେ ଏକ ସଂସ୍ଥାକୁ ପୌରପରିଷଦ ପକ୍ଷରୁ ପ୍ରଦାନ କରାଯାଇଥିଲା। ତେବେ ଆରମ୍ଭରୁ ନିମ୍ନମାନର ଖାଦ୍ୟ, ପଶୁମାନଙ୍କ ସଂଖ୍ୟା ତୁଳନାରେ କମ୍‌ ଗୋରୁ ରହଣିସ୍ଥାନ, ଖାଦ୍ୟକୁଣ୍ଡ, ଅନୁପଯୁକ୍ତ ସ୍ବାସ୍ଥ୍ୟସେବା ସହିତ ଗୋଶାଳାର ସୁରକ୍ଷା ବ୍ୟବସ୍ଥାକୁ ନେଇ ସ୍ଥାନୀୟ ପଶୁପ୍ରେମୀ ଓ ସାଧାରଣ ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଆସୁଥିଲା। ଅନ୍ୟପକ୍ଷରେ ଗାଈ ଓ ଷଣ୍ଢମାନେ ରହିବା ପାଇଁ ଶେଡ୍‌ ନାହିଁ। ଫଳରେ ଖରାରେ ରହିବାରୁ ଅସୁସ୍ଥ ହେବାରୁ ମୃତ୍ୟୁ ଘଟୁଛି। ଏପରିକି ସବଳ ଷଣ୍ଢଙ୍କ ଆକ୍ରମଣରେ ବହୁ ଗାଈ ଓ ଷଣ୍ଢ ଆହତ ହେବା ସହିତ ମୃତ୍ୟୁବରଣ କରୁଥିବା ଅଭିଯୋଗ ହେଉଛି। ପୌର ପ୍ରଶାସନ କିମ୍ବା ଠିକା ସଂସ୍ଥା ଉକ୍ତ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱ ଦେଉ ନ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ତୁରନ୍ତ ଏଥିପ୍ରତି ପୌର ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।
ଗୋଶାଳାରେ ସମସ୍ତ ବ୍ୟବସ୍ଥା ଠିକ୍‌ ରହିଛି। ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଏଲ୍‌ଆଇ ନିଯୁକ୍ତ ଅଛନ୍ତି। ଗୋରୁମାନଙ୍କୁ ଉପଯୁକ୍ତ ଖାଦ୍ୟ ନଡ଼ା ସହିତ ପେଯ ଦିଆଯାଉଛି। ଗୋରୁମାନେ ପଲିଥିନ ଖାଉଥିବାରୁ ସେମାନଙ୍କର ମୃତ୍ୟୁ ହେଉଛି। ଅନ୍ୟ ଯେଉଁ ଅଭିଯୋଗ ଆସୁଛି ସେସବୁ ଭିତ୍ତିହୀନ।
ଦିଲୀପ ମହାନ୍ତି, ଜଟଣୀ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ
ଗୋଶାଳାରେ ଗୋରୁମାନଙ୍କ ପାଇଁ ବାକି ରହିଥିବା ଶେଡ୍‌ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଅଭିଯୋଗ ହେଉଥିବା ସମସ୍ୟାର ସମାଧାନ ପାଇଁ ଠିକା ସଂସ୍ଥା ସହିତ ଆଲୋଚନା ଓ ତଦାରଖ କରାଯାଇ ଖୁବ୍‌ଶୀଘ୍ର ସମାଧାନ କରାଯିବ।
ଅନନ୍ତ ବେହେରା, ଜଟଣୀ ପୌରାଧ୍ୟକ୍ଷ
ସରକାରଙ୍କ ପକ୍ଷରୁ ଏଠାରେ ନିର୍ମାଣ ହୋଇଥିବା ଗୋଶାଳା ସ୍ବାଗତଯୋଗ୍ୟ। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ, ତଦାରଖ ହେଉ ନ ଥିବାରୁ ନିରୀହ ପ୍ରାଣୀମାନେ ଅସୁସ୍ଥ ହେବା ସହ ମୃତ୍ୟୁବରଣ କରୁଛନ୍ତି। ଏଥିପ୍ରତି ପୌର ପ୍ରଶାସନ ଦୃଷ୍ଟି ଦେବା ଜରୁରୀ।
ପ୍ରଶାନ୍ତ କୁମାର ମହାପାତ୍ର, ସାମାଜିକ କର୍ମୀ, ଜଟଣୀ

Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri