ଅବ୍ୟବସ୍ଥାରେ ପୌର ପରିଷଦ ଗୋଶାଳା

ଜଟଣୀ,୨୬ା୫(ଡି.ଏନ୍‌.ଏ.): ଗୋ ବଂଶ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେବା ସହ ବହୁ ଅର୍ଥ ବିନିଯୋଗ କରୁଛନ୍ତି। ବୁଲା ଗୋରୁ ଓ ଷଣ୍ଢଙ୍କୁ ଉଦ୍ଧାର କରାଯାଇ ଗୋଶାଳାରେ ଉପଯୁକ୍ତ ସେବା ସହିତ ଚିକିତ୍ସା ଯୋଗାଇ ଦିଆଯାଉଛି। ତେବେ ଖୋର୍ଦ୍ଧା ଜିଲା ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ଷଣ୍ଢପୁରଠାରେ ଥିବା ଜଟଣୀ ପୌରପରିଷଦ ଗୋଶାଳା ଅବ୍ୟବସ୍ଥା ଘେରରେ ରହିବା ସହ ମରଣଯନ୍ତା ପାଲଟିଥିବା ସାଧାରଣରେ ଅଭିଯୋଗ ହେଉଛି।
ପ୍ରକାଶ ଯେ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧ କୋଟି ୭୧ ଲକ୍ଷ ୫୮ହଜାର ଟଙ୍କା ବିନିଯୋଗରେ ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ଓ୍ବାର୍ଡ ନମ୍ବର ୯ ଷଣ୍ଢପୁରଠାରେ ଜଟଣୀ ପୌରପରିଷଦ ଗୋଶାଳା ନିର୍ମାଣ ହୋଇଥିଲା। ୨୦୨୨ ନଭେମ୍ବର ୧୧ରେ ଏହା ଉଦ୍‌ଘାଟନ ହୋଇଥିଲା। ଗୋଶାଳାର ରକ୍ଷଣାବେକ୍ଷଣ ଦାୟିତ୍ୱ ଠିକାରେ ଏକ ସଂସ୍ଥାକୁ ପୌରପରିଷଦ ପକ୍ଷରୁ ପ୍ରଦାନ କରାଯାଇଥିଲା। ତେବେ ଆରମ୍ଭରୁ ନିମ୍ନମାନର ଖାଦ୍ୟ, ପଶୁମାନଙ୍କ ସଂଖ୍ୟା ତୁଳନାରେ କମ୍‌ ଗୋରୁ ରହଣିସ୍ଥାନ, ଖାଦ୍ୟକୁଣ୍ଡ, ଅନୁପଯୁକ୍ତ ସ୍ବାସ୍ଥ୍ୟସେବା ସହିତ ଗୋଶାଳାର ସୁରକ୍ଷା ବ୍ୟବସ୍ଥାକୁ ନେଇ ସ୍ଥାନୀୟ ପଶୁପ୍ରେମୀ ଓ ସାଧାରଣ ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଆସୁଥିଲା। ଅନ୍ୟପକ୍ଷରେ ଗାଈ ଓ ଷଣ୍ଢମାନେ ରହିବା ପାଇଁ ଶେଡ୍‌ ନାହିଁ। ଫଳରେ ଖରାରେ ରହିବାରୁ ଅସୁସ୍ଥ ହେବାରୁ ମୃତ୍ୟୁ ଘଟୁଛି। ଏପରିକି ସବଳ ଷଣ୍ଢଙ୍କ ଆକ୍ରମଣରେ ବହୁ ଗାଈ ଓ ଷଣ୍ଢ ଆହତ ହେବା ସହିତ ମୃତ୍ୟୁବରଣ କରୁଥିବା ଅଭିଯୋଗ ହେଉଛି। ପୌର ପ୍ରଶାସନ କିମ୍ବା ଠିକା ସଂସ୍ଥା ଉକ୍ତ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱ ଦେଉ ନ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ତୁରନ୍ତ ଏଥିପ୍ରତି ପୌର ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।
ଗୋଶାଳାରେ ସମସ୍ତ ବ୍ୟବସ୍ଥା ଠିକ୍‌ ରହିଛି। ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଏଲ୍‌ଆଇ ନିଯୁକ୍ତ ଅଛନ୍ତି। ଗୋରୁମାନଙ୍କୁ ଉପଯୁକ୍ତ ଖାଦ୍ୟ ନଡ଼ା ସହିତ ପେଯ ଦିଆଯାଉଛି। ଗୋରୁମାନେ ପଲିଥିନ ଖାଉଥିବାରୁ ସେମାନଙ୍କର ମୃତ୍ୟୁ ହେଉଛି। ଅନ୍ୟ ଯେଉଁ ଅଭିଯୋଗ ଆସୁଛି ସେସବୁ ଭିତ୍ତିହୀନ।
ଦିଲୀପ ମହାନ୍ତି, ଜଟଣୀ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ
ଗୋଶାଳାରେ ଗୋରୁମାନଙ୍କ ପାଇଁ ବାକି ରହିଥିବା ଶେଡ୍‌ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଅଭିଯୋଗ ହେଉଥିବା ସମସ୍ୟାର ସମାଧାନ ପାଇଁ ଠିକା ସଂସ୍ଥା ସହିତ ଆଲୋଚନା ଓ ତଦାରଖ କରାଯାଇ ଖୁବ୍‌ଶୀଘ୍ର ସମାଧାନ କରାଯିବ।
ଅନନ୍ତ ବେହେରା, ଜଟଣୀ ପୌରାଧ୍ୟକ୍ଷ
ସରକାରଙ୍କ ପକ୍ଷରୁ ଏଠାରେ ନିର୍ମାଣ ହୋଇଥିବା ଗୋଶାଳା ସ୍ବାଗତଯୋଗ୍ୟ। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ, ତଦାରଖ ହେଉ ନ ଥିବାରୁ ନିରୀହ ପ୍ରାଣୀମାନେ ଅସୁସ୍ଥ ହେବା ସହ ମୃତ୍ୟୁବରଣ କରୁଛନ୍ତି। ଏଥିପ୍ରତି ପୌର ପ୍ରଶାସନ ଦୃଷ୍ଟି ଦେବା ଜରୁରୀ।
ପ୍ରଶାନ୍ତ କୁମାର ମହାପାତ୍ର, ସାମାଜିକ କର୍ମୀ, ଜଟଣୀ

Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?