ଅନ୍ଧାରରେ ବୁଲୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୨୫ା୧୧ (ଅରୁଣ ସାହୁ): ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍‌ ପରିଚିତ। ଏଠାରେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ଭାବେ ମିଡ଼ିୟୁବାନ୍ଦା ଜଳପ୍ରପାତ ସମେତ ଡୁଲୁରି ପାଇନବଣ, ୱାକିଙ୍ଗ ଟ୍ରେଲ, ଇନ୍ଦ୍ରଧନୁ ଜଳପ୍ରପାତ, ପାଙ୍ଗାଲି ଭିୟୁ ପଏଣ୍ଟ, ଶାନ୍ତି ଉପତ୍ୟକା, କଫି ବଗିଚା, ଲଭର୍ସ ପଏଣ୍ଟ, କିସୁବାଡ଼ି ଜଳପ୍ରପାତ, ହିଲଭିୟୁ ପାର୍କ, ପ୍ରକୃତି ଉଦ୍ୟାନ ହେଲେ ଏକାଧିକ ପର୍ଯ୍ୟଟନ କ୍ଷେତ୍ରକୁ ତଦାରଖର ଅଭାବ ହେଉ କି ଜିଲା ପ୍ରଶାସନର ଅଣଦେଖା ହେଉ ପର୍ଯ୍ୟଟନ କ୍ଷେତ୍ରଗୁଡିକ ଅସ୍ତିତ୍ୱ ହରାଇ ବସୁଛି।
ବନ ଉପଖଣ୍ଡ ଅଧୀନରେ ରହିଥିବା ଦାରିଙ୍ଗବାଡ଼ି ପ୍ରକୃତି ଉଦ୍ୟାନ ଏବେ ତା’ର ରକ୍ଷଣାବେକ୍ଷଣ ଅଭାବରୁ ବିପର୍ଯ୍ୟସ୍ତ ହୋଇପଡିଛି। ଉକ୍ତ ଉଦ୍ୟାନ ପରିସରରେ ରହିଛି ଔଷଧୀୟ ବୃକ୍ଷ ସମେତ ଜନଜାତିଙ୍କ ଚଳଣି, ବଳିପ୍ରଥା ସମ୍ପର୍କରେ ପର୍ଯ୍ୟଟକଙ୍କ ଜାଣିବା ପାଇଁ ରହିଛି। ସେହିପରି ପ୍ରଜାପତି ଉଦ୍ୟାନ, ଜଳ ଫୁଆରା, ଶିଶୁଙ୍କ ପାଇଁ ବିଭିନ୍ନ ଖେଳକୁଦ ବ୍ୟବସ୍ଥା ରହିଛି। ଆୟୁର୍ବେଦିକର ସ୍ରଷ୍ଟା ଚରକ ଋଷିଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରୁଥିବା ବେଳେ ଏବେ ଏହା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ପର୍ଯ୍ୟଟକ ଉଦ୍ୟାନ ବୁଲିବାକୁ ହେଲେ ଟିକେଟଟିଏ କିଣି ତା’ ଭିତରକୁ ଯାଇ ନିରାଶ ହେଉଛନ୍ତି। ଆଲୁଅ ବ୍ୟବସ୍ଥା ନ ଥିବା ପର୍ଯ୍ୟଟକଙ୍କୁ ଅନ୍ଧାରରେ ବୁଲିବାକୁ ପଡୁଛି। ପୂର୍ବରୁ ଯେଉଁ ଆଲୁଅ ବ୍ୟବସ୍ଥା କରାଯାଇଥିଲା ତାହା ରକ୍ଷଣାବେକ୍ଷଣ ଅଭାବରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପ୍ରଜାପତିଙ୍କ ପାଇଁ ରହିଥିବା ସ୍ବତନ୍ତ୍ର ବୃକ୍ଷ ନଷ୍ଟ କାରଣରୁ ପ୍ରଜାପତି ଆଉ ପୂର୍ବ ଭଳି ଉଡ଼ୁନାହାନ୍ତି। ଜଳ ଫୁୱାରାଗୁଡିକ ଅଚଳ ହୋଇପଡ଼ିବା ସହ ଔଷଧୀୟ ବୃକ୍ଷଗୁଡ଼ିକ ନଷ୍ଟ ହେବାରେ ଲାଗିଛି। ଏନେଇ ବାଲୁଗୁଡ଼ା ଉପଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବପର ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୮ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri