ଅଧାପନ୍ତରିଆ ଭିତ୍ତିଭୂମି, ପର୍ଯ୍ୟଟକ ନିରାଶ, ଜରାଜୀର୍ଣ୍ଣ ଅବସ୍ଥାରେ…

ଯାଜପୁର,୨୦ା୧୨(ହର୍ଷବର୍ଦ୍ଧନ ବେହେରା): ଏବେ ପିକ୍‌ନିକ୍‌ ଋତୁ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଲାଭ କରିଥିବା ଯାଜପୁର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି। ହେଲେ ଯାଜପୁର ଜିଲାର ଅନ୍ୟତମ ପର୍ଯ୍ୟଟନ କେନ୍ଦ୍ର ତଥା ବୌଦ୍ଧକୀର୍ତ୍ତିର ମୁଖଶାଳା ଉଦୟଗିରି, ରତ୍ନଗିରି, ଲଲିତଗିରି ଏବଂ ଓଳାଶୁଣି ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଅନେକ କୀର୍ତ୍ତିରାଜି ଅଂଶବିଶେଷ ଉତ୍‌ଖନନ ହୋଇଛି ସତ, କିନ୍ତୁ ସେଗୁଡ଼ିକୁ ଜରାଜୀର୍ଣ୍ଣ ଅବସ୍ଥାରେ ପକାଇ ରଖାଯାଇଛି। ଏହାବାଦ୍‌ ଯାଜପୁର ବିରଜା ମନ୍ଦିର, ବରାହ କ୍ଷେତ୍ର, ବ୍ୟାସ ସରୋବର ଇତ୍ୟାଦି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଫଳରେ ପର୍ଯ୍ୟଟକଙ୍କ ମଧ୍ୟରେ ନକାରାତ୍ମକ ମନୋଭାବ ସୃଷ୍ଟି ହେଉଛି।
ଯାଜପୁର ଜିଲା ସଦର ମହାକୁମାଠାରୁ ୭୫ କିଲୋମିଟର ଦୂର ବିରୂପା-କେଲୁଅ ନଦୀ ଉପତ୍ୟକାରେ ଥିବା ବୌଦ୍ଧ କୀର୍ତ୍ତିରାଜି କ୍ରମଶଃ ଉଜୁଡ଼ିଯାଉଛି। ଏହି ବିଶ୍ୱବିଖ୍ୟାତ ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମି ଆଗକୁ ବଢ଼ିପାରୁନାହିଁ। ଏଠାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ସ୍ବପ୍ନ ହୋଇଛି, ଯଦ୍ଦ୍ବାରା ପ୍ରତିବର୍ଷ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ପ୍ରତ୍ନତତ୍ତ୍ବ ଅଧିକାରୀଙ୍କ ଅବହେଳାରୁ ଏହି କ୍ଷେତ୍ର ତା’ର ମାନ୍ୟତା ହରାଇବାକୁ ବସିଛି। ଏଠାରେ ପର୍ଯ୍ୟଟକମାନଙ୍କ ରାତ୍ରିଯାପନ ପାଇଁ କେଉଁଠି ହେଲେ କୌଣସି ବ୍ୟବସ୍ଥା ହୋଇ ନାହିଁ। ଏପରିକି ପ୍ରାୟ ୧୨ ବର୍ଷ ତଳେ ନିର୍ମାଣ ହୋଇଥିବା ପତରାଜପୁର ନିର୍ବାଣ ପାନ୍ଥଶାଳା ଗତ ୫ ବର୍ଷ ହେବ ବନ୍ଦ ପଡ଼ିଛି। ସୁବିଧାରେ ଖାଦ୍ୟ ପାନୀୟ ଓ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଉଦୟଗିରିରେ ବୌଦ୍ଧ ବଜ୍ରଯାନ ଯୁଗର ପ୍ରାଚୀନ ଦ୍ୱିତଳ ବୌଦ୍ଧ ବିହାର ରହିଛି, ଯାହାକି ପଞ୍ଚରଥ ଶୈଳୀରେ ନିର୍ମିତ। ଉଦୟଗିରି ଉତ୍‌ଖନନରୁ ପ୍ରାଚୀନ ମାଧବପୁର ବୌଦ୍ଧ ମହାବିହାର ଓ ଏକ ବିଶାଳ ମହାସ୍ତୂପ ଆବିଷ୍କୃତ ହୋଇଛି। ଅଷ୍ଟମ-ନବମ ଶତାବ୍ଦୀର ନିର୍ମିତ ଏହି ବିହାର ସଂଲଗ୍ନ ଇଲାକାରେ ଏକ ବିରଳତମ ଚୈତ୍ୟଗୃହ କମ୍ପ୍ଲେକ୍ସ ଓ ଦ୍ୱିତଳ ସିଂହପ୍ରସ୍ଥ ମହାବିହାର ମଧ୍ୟ ମାଟିତଳୁ ବାହାରିଛି। ଏଠାରେ ୫ଟି ବୌଦ୍ଧବିହାର ସମେତ ଏକ ପ୍ରସ୍ତରକଟା ବିଶାଳ କୂପ(ବାମ୍ଫି), ମହାକାଳ ମନ୍ଦିର ସମେତ ଶତାଧିକ ବୌଦ୍ଧ ବିଗ୍ରହ ଆବିଷ୍କୃତ ହୋଇଛି। ଉଦୟଗିରିରୁ ଜଟାମୁକୁଟ ଲୋକେଶ୍ୱର, ଅମିତାଭ, ଅକସୋଭ୍ୟ, ମଂଜୁଶ୍ରୀ, ରତ୍ନସମ୍ଭବ, ପଦ୍ମପାଣି, ଅବଲୋକିତେଶ୍ୱର ଇତ୍ୟାଦି ବୌଦ୍ଧମୂର୍ତ୍ତି ବାହାରିଛି। ଏହି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ ପାଇଁ ଆବଶ୍ୟକ ଅର୍ଥ ଖର୍ଚ୍ଚ ହେଉନାହିଁ। ଉଦ୍ୟାନ ପାଇଁ କର୍ମଚାରୀ ଅଭାବ ଯୋଗୁ ଘାସ, ଫୁଲଗଛ ଆଦି ଶୁଖିଯିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ମଇଳା ଆବର୍ଜନା ପଡ଼ି ରହୁଛି। ଆଲୁଅ, ପାର୍କିଂ ବ୍ୟବସ୍ଥା, ହୋଟେଲ ଆଦି ପାଇଁ ବିଭାଗ ପକ୍ଷରୁ ସେତେଟା ପଦକ୍ଷେପ ନିଆଯାଇ ନ ଥିବା ମନେହେଉଛି। ପର୍ଯ୍ୟଟକଙ୍କୁ ତଥ୍ୟ ଦେବାକୁ ପ୍ରାୟତଃ କୌଣସି ସ୍ଥାନରେ ଗାଇଡ୍‌ ଥିବା ମନେ ହେଉନାହିଁ। ସବୁଠାରୁ ବଡ଼କଥା ଏଠାରେ ସୁରକ୍ଷା ବ୍ୟବସ୍ଥା ନାହିଁ କହିଲେ ଚଳେ। ଫଳରେ କେତେଜଣ ଅସାମାଜିକ ବ୍ୟକ୍ତି ପର୍ଯ୍ୟଟକଙ୍କୁ ହଇରାଣ ହରକତ କରୁଥିବା ବେଳେ ବେଳେ ଅଭିଯୋଗ ହେଉଛି। ଅନୁରୂପ ଭାବେ ରତ୍ନଗିରି ଓ ଲଳିତଗିରି ଅବସ୍ଥା ପୂର୍ବଭଳି ରହିଛି।
୨୦୧୯-୨୦ରୁ ଯାଜପୁର ସହର ଓ ଏହାର ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ପାଇଁ ପ୍ରାୟ ୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ ହୋଇଥିଲା। ସେଥିମଧ୍ୟରୁ ଯାଜପୁର ଉପକଣ୍ଠରେ ପ୍ରବାହିତ ବୈତରଣୀ କୂଳରେ ଥିବା ଅଚି ପ୍ରାଚୀନ ବରାହନାଥ ମନ୍ଦିର ପ୍ରକଳ୍ପ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଅନ୍ୟତମ। ଏଥିରେ ୧୮୩ ଫୁଟ ଉଚ୍ଚତା ବିଶିଷ୍ଟ ଧ୍ୟାନମଗ୍ନ ଶିବ ମୂର୍ତ୍ତି ସମେତ ମ୍ୟୁଜିୟମ, ଟୁରିଷ୍ଟ ସ୍ପଟ୍‌, ଟୁରିଷ୍ଟ ଅଫିସ, ଶିବ ଗ୍ୟାଲେରି, କଲ୍‌ଚରାଲ ସେଣ୍ଟର ଇତ୍ୟାଦି କାର୍ଯ୍ୟ ଚାଲିଛି। ଏହାବାଦ୍‌ ବିରଜା ମନ୍ଦିରର ପରିକ୍ରମା ପ୍ରକଳ୍ପ ଆଗେଇ ପାରୁନାହିଁ। ବ୍ୟାସ ସରୋବର ପ୍ରକଳ୍ପର ବିକାଶ ପାଇଁ ପ୍ରାୟ ୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ କୌଣସି ଠିକାସଂସ୍ଥା ଏହାର ପରିଚାଳନା ଦାୟିତ୍ୱ ନେଉ ନ ଥିବାରୁ ଘାସ, ଗଛ ଆଦି ଶୁଖିବାକୁ ବସିଛି। ବୋଟିଂ ବ୍ୟବସ୍ଥା ପର୍ଯ୍ୟଟକଙ୍କ ପାଇଁ ସପନ ହୋଇଛି। କଳିଙ୍ଗନଗର ଉନ୍ନୟନ ପରିଷଦ(କେଏନ୍‌ଡିଏ) ପକ୍ଷରୁ ପର୍ଯ୍ୟଟକଙ୍କ ପିଛା ୨୦ ଟଙ୍କା ଲେଖାଏ ଆଦାୟ କରାଯାଉଛି ସତ, ହେଲେ ଲାଇଟ୍‌, ସରୋବରରେ ବୋଟିଂ ଇତ୍ୟାଦି ବ୍ୟବସ୍ଥା ହେଉ ନ ଥିବାରୁ ଅସନ୍ତୋଷ ଦେଖିବାକୁ ମିଳୁଛି। ଜିଲା ପ୍ରଶାସନ ମଧ୍ୟ ଏହି ପ୍ରକଳ୍ପ ପ୍ରତି ସମ୍ପୂର୍ଣ୍ଣ ଅବହେଳା କରୁଥିବା ଅଭିଯୋଗ ହେଉଛି। ଶୈବ, ଶାକ୍ତ, ଗାଣପତ୍ୟ, ବୈଷ୍ଣବ, ବୁଦ୍ଧ, ଜୈନ ଓ ଇସ୍‌ଲାମ ସଂସ୍କୃତିର ମହନୀୟ ପୀଠ ଭାବରେ ଯାଜପୁର ବେଶ୍‌ ସୁବିଦିତ। ଏହି କ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା, ନାଭିଗୟା, ବରାହନାଥ ମନ୍ଦିର, ଦଶାଶ୍ୱମେଧ ଘାଟ, ସପ୍ତମାତୃକା ମନ୍ଦିର, ଜଗନ୍ନାଥ, ବ୍ରହ୍ମକୁଣ୍ଡ, ଶୁଭସ୍ତମ୍ଭ, ତ୍ରିଲୋଚନେଶ୍ୱର, ସିଦ୍ଧେଶ୍ୱର ଆଦି ପୌରାଣିକ କ୍ଷେତ୍ର ସମସ୍ତଙ୍କୁ ଆକୃଷ୍ଟ କରିଥାଏ। କିନ୍ତୁ ଦୀର୍ଘ ବର୍ଷ ଧରି ଅବହେଳିତ ହୋଇପଡ଼ିଥିବା ଏହି ପୀଠଗୁଡ଼ିକର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିବା ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri