ଶୌଚାଳୟ ଥାଇ ହଇରାଣ ହେଉଛନ୍ତି ପର୍ଯ୍ୟଟକ, ମିଳୁନି ଆବଶ୍ୟକ ସୁବିଧା

ଦାରିଙ୍ଗବାଡ଼ି,୨ା୧୧(ଅରୁଣ ସାହୁ): ଏବେ ଆସିଯାଇଛି ପର୍ଯ୍ୟଟନ ଋତୁ। ଖାସ୍‌କରି ଏଥିପାଇଁ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଦୈନିକ ଶହଶହ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ରବିବାର ଛୁଟିଦିନ ଥିବାରୁ ଦାରିଙ୍ଗବାଡ଼ିରେ ସକାଳୁ ସକାଳୁ ପର୍ଯ୍ୟଟକ ଦାରିଙ୍ଗବାଡ଼ିରେ ପହଞ୍ଚିଛନ୍ତି। ତେବେ ଆବଶ୍ୟକତାଠାରୁ ବହୁତ କମ୍‌ ଶୌଚାଳୟ ଓ ଆଉ କିଛି ଶୌଚାଳୟ ଅଚଳ ଯୋଗୁ ପର୍ଯ୍ୟଟକଙ୍କୁ ଲମ୍ବାଧାଡ଼ିରେ ଦେଖିବାକୁ ମିଳିଛି। ଏଭକି ଦୃଶ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା ପଥପ୍ରାନ୍ତ ସେବାକେନ୍ଦ୍ର ପରିସରରେ ଦେଖିବାକୁ ମିଳିଛି। ସେଠାରେ ମହିଳା ଏବଂ ପୁରୁଷଙ୍କ ପାଇଁ ୬ଟି ଶୌଚାଳୟ ରହିଥିବାବେଳେ ସେଥିମଧ୍ୟରୁ କିଛି ଅଚକ ହୋଇପଡ଼ିଛି। ଫଳରେ ପର୍ଯ୍ୟଟକ ଘଣ୍ଟାଘଣ୍ଟା ଧରି ଲମ୍ବାଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିଛି।

ସେହିପରି ଉକ୍ତ ପଥପ୍ରାନ୍ତ ସେବାକୁ ମିଶନ ଶକ୍ତି ମହିଳାଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଶୌଚାଳୟ ଓ ପଥପ୍ରାନ୍ତ ପରିସରକୁ ସଫେଇ କରିବା ପାଇଁ କୌଣସି କର୍ମଚାରୀ ନିୟୋଜିତ ହୋଇନାହାନ୍ତି। ଫଳରେ ଶୌଚାଳୟ ଗୁଡ଼ିକରେ ସ୍ବଚ୍ଛତା ରହୁନାହିଁ। ଏହାକୁ ନେଇ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପଥପ୍ରାନ୍ତ ସେବାକେନ୍ଦ୍ରରେ ପଥଚାରୀଙ୍କୁ ମାଗଣା ସୁବିଧା ଯୋଗାଇବାକୁ ନିୟମ ଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ମାଗଣା ସେବା ମିଳୁ ନ ଥିବା ଭୁବନେଶ୍ୱର ପଟିଆ ଅଞ୍ଚଳର ପର୍ଯ୍ୟଟକ ସମରେନ୍ଦ୍ର ସାହୁ ଅଭିଯୋଗ କରିଛନ୍ତି। ପର୍ଯ୍ୟଟକ ଶୌଚାଳୟ ବ୍ୟବହାର କରିବାକୁ ଟିକେଟ୍‌ ଅର୍ଥ ଦେବାକୁ ପ୍ରସ୍ତୁତ କିନ୍ତୁ ଟିକେଟ୍‌ ବାବଦରେ ଅର୍ଥ ସଂଗ୍ରହ କରାଗଲେ ମଧ୍ୟ ସ୍ବଚ୍ଛତା ରହୁ ନ ଥିବାରୁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଦାରିଙ୍ଗବାଡ଼ିରେ ରହିଥିବା ସମସ୍ତ ଶୌଚାଳୟକୁ ନିୟମିତ ଖୋଲାଯିବା ସହ ମରାମତି ଆଦି କରାଯିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଏନେଇ ପଥପ୍ରାନ୍ତ ସେବାକେନ୍ଦ୍ରର ଦାୟିତ୍ୱ ନେଇଥିବା ମିଶନଶକ୍ତିର ସଦସ୍ୟା ରଶ୍ମିଦେବୀ ନାୟକ କହିଛନ୍ତି ଯେ, ଜିଲା ପର୍ଯ୍ୟଟନ ବିଭାଗ ଏହାର ଉନ୍ନତି କରିବ ଓ କର୍ମଚାରୀ ନିୟୋଜିତ କରିପାରେ ବୋଲି ସେ କହିବା ସହ ପଥପ୍ରାନ୍ତ ସେବାକେନ୍ଦ୍ର ପରିସର ମଧ୍ୟରେ ଆଉ ଅଧିକ ଶୌଚାଳୟ ନିର୍ମାଣ କରାଯିବା ଜରୁରୀ ବୋଲି ସେ କହିଛନ୍ତି। ସେହିପରି ଉକ୍ତ କେନ୍ଦ୍ର ପରିସରକୁ ଲକ୍ଷ୍ମୀବସ୍‌ ଷ୍ଟାଣ୍ଡ ଭାବେ ବ୍ୟବହାର କରାଯାଉଛି। ଫଳରେ ପର୍ଯ୍ୟଟକ ନିଜ କାର୍‌ରେ ଆସିଲେ ସେମାନେ ପାର୍କିଂ କରିପାରୁ ନ ଥିବା ଅଭିଯୋଗ କରିଛନ୍ତି। ଲକ୍ଷ୍ମୀ ବସ୍‌ଷ୍ଟାଣ୍ଡ ଅନ୍ୟସ୍ଥାନରେ କରାଯିବାକୁ ସେ ଜିଲା ପର୍ଯ୍ୟଟକ ବିଭାଗକୁ ଜଣାଇଥିବା କହିଛନ୍ତି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ହଁ ଆମେ ଯୁଦ୍ଧ ଶେଷ କରିବୁ…’, ଆମେରିକାକୁ ଇରାନର ସିଧା ଜବାବ, ସାମ୍ନାରେ ରଖିଲା ୨ ବଡ଼ ସର୍ତ୍ତ

ତେହରାନ୍‌,୨୪।୩: ଆମେରିକା ଏବେ ଇରାନ ସହିତ ସଂଘର୍ଷ ସମାପ୍ତ କରିବାକୁ ପ୍ରସ୍ତୁତ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ଆଉ ଯୁଦ୍ଧ କରିବାକୁ…

ପାଡୁଆ ପୋଲିସକୁ ଚ୍ୟାଲେଞ୍ଜ, ବୋଲେରୋ-ବାଇକ ପରେ ଏବେ ସ୍କୁଟି ଚୋରି

ନନ୍ଦପୁର/ପାଡୁଆ,୨୪।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ଥାନା ପୋଲିସକୁ ଗାଡ଼ି ଚୋର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ରବିବାର…

ହାର ମାନିବାକୁ ପ୍ରସ୍ତୁତ ନୁହେଁ ଇରାନ, କେମିତି ହେବ ଶାନ୍ତି ଆଲୋଚନା? ଟ୍ରମ୍ପଙ୍କୁ ଫୋନ ଲଗାଇଲେ ନେତାନ୍ୟାହୁ

ଓ୍ବାଶିଂଟନ,୨୪।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏକ ଉତ୍କଟ ସ୍ଥିତିରେ ପହଞ୍ଚିଛି। ଗୋଟିଏ ପଟେ, ବେଞ୍ଜାମିନ ନେତାନ୍ୟାହୁ ଜାରି ଆକ୍ରମଣ ବିଷୟରେ କହୁଛନ୍ତି, ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ…

IPL 2026: କୋଲକାତାର କ୍ୟାପ୍ଟେନ ହେବେକି ରିଙ୍କୁ ସିଂ? KKRକୁ ପରାମର୍ଶ ଦେଲେ….

ନୂଆଦିଲ୍ଲୀ,୨୪।୩: ତିନିଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ପୁଣି ଥରେ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି । ଗତ ସିଜନରେ କେକେଆରର ଅଧିନାୟକ…

ନଇଁବାକୁ ପ୍ରସ୍ତୁତ ନୁହେଁ ଇରାନ, ଆମେରିକାକୁ ଦେଲା ଅଲ୍ଟିମେଟମ, ‘ଗ୍ୟାରେଣ୍ଟି ଦିଅ, ନଚେତ୍‌ ମୁଣ୍ଡ ବଦଳରେ ମୁଣ୍ଡ…’

ତେହରାନ୍‌,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି କହିଛନ୍ତି ଯେ ଇରାନ ଏକ ଚୁକ୍ତିରେ ପହଞ୍ଚିବାକୁ ଚାହୁଁଛି; କିନ୍ତୁ, ଇରାନ ପକ୍ଷରୁ ଏକ କଠୋର ବିବୃତ୍ତି ଆସିଛି।…

କଲମ୍ବିଆରେ ସେନା ବିମାନ ଦୁର୍ଘଟଣା; ୬୬ ଯବାନ ମୃତ, ଭିଡିଓ ଦେଖିଲେ….

କଲମ୍ବିଆ,୨୪।୩: କଲମ୍ବିଆରେ ଏକ ବଡ଼ ବାୟୁସେନା ବିମାନ ଦୁର୍ଘଟଣା ଘଟିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ୧୨୫ ଜଣ ସୈନିକଙ୍କୁ ନେଇ ଯାଉଥିବା ଏକ ବିମାନ ପୁଏର୍ଟୋ…

ଇରାନ-ଆମେରିକା ଯୁଦ୍ଧରେ ମଧ୍ୟସ୍ଥତା କରିବ ପାକିସ୍ତାନ! ଟ୍ରମ୍ପଙ୍କ ସହ କଥା ହେଲେ ମୁନିର

ଇସଲାମାବାଦ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ସମାଧାନ ପାଇଁ ପ୍ରୟାସ ତୀବ୍ର ହୋଇଛି। ଗୋଟିଏ କ୍ଷେତ୍ରରେ, ଆମେରିକା ଏବଂ ଇରାନ ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ…

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri