ଟାଇଟାନିକର ଧ୍ୱଂସାବଶେଷ ଦେଖିବାକୁ ଯାଇଥିବା ପର୍ଯ୍ୟଟନ ବୁଡ଼ାଜାହାଜ ନିଖୋଜ…

ଓ୍ବାଶିଂଟନ,୨୦।୬ : ରବିବାର ଦିନ ଆଟଲାଣ୍ଟିକ ମହାସାଗରରେ ଟାଇଟାନିକର ଧ୍ୱଂସାବଶେଷ ଦେଖିବାକୁ ଯାଇଥିବା ଏକ ପର୍ଯ୍ୟଟନ ବୁଡ଼ାଜାହାଜ ନିଖୋଜ ହୋଇଯାଇଥିଲା। କୁହାଯାଉଛି ଯେ ଏହି ବୁଡ଼ାଜାହାଜରେ ଜଣେ ପାଇଲଟ ଏବଂ ଚାରିଜଣ ପର୍ଯ୍ୟଟକ ଥିଲେ। ଏହି ଲୋକମାନଙ୍କ ମଧ୍ୟରେ ବ୍ରିଟିଶ ବିଲିୟନେୟାର ହମିଶ ହାର୍ଡିଂ ମଧ୍ୟ ଅନ୍ତର୍ଭୁକ୍ତ। ଏଠାରେ, ବୁଡ଼ାଜାହାଜ ବୁଡ଼ିଯିବା ଖବର ପ୍ରସାରିତ ହେବା ମାତ୍ରେ ଆମେରିକା ଏବଂ କାନାଡା ଏକ ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ପର୍ଯ୍ୟଟନ ବୁଡ଼ାଜାହାଜ ରବିବାର ଆଟଲାଣ୍ଟିକ ମହାସାଗରରେ ଯାତ୍ରା ଆରମ୍ଭ କରିଥିଲା। ପାଣିରେ ଯାତ୍ରା କରିବାର ପ୍ରାୟ ଅଢ଼େଇ ଘଣ୍ଟା ପରେ ଜାହାଜ ସହିତ ଯୋଗାଯୋଗ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା। ଏହା ନିଖୋଜ ହୋଇଯାଇଥିଲେ। ଏହି ବୁଡ଼ାଜାହାଜ ଖୋଜିବା ପାଇଁ ବହୁତ କମ ସମୟ ଅଛି, କାରଣ ଏଥିରେ କେବଳ ୯୬ ଘଣ୍ଟା ପାଇଁ ଅମ୍ଳଜାନ ମହଜୁଦ ଅଛି ।

ଆମେରିକା ଏବଂ କାନାଡା ଦ୍ୱାରା ପରିଚାଳିତ ସର୍ଚ୍ଚ ଅପରେଶନରେ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ସାମ୍ନାକୁ ଆସିନାହିଁ। ଉଭୟ ଦେଶର ଉଦ୍ଧାରକାରୀ ଦଳ ନିରନ୍ତର ପାଣିରେ ଖୋଜୁଛନ୍ତି। ବୁଡ଼ାଜାହାଜ ଖୋଜିବା ପାଇଁ ସୋନାର ବାୟକୁ ପାଣିକୁ ପଠାଯାଇଛି, ଯାହାଫଳରେ ପାଣିରେ ଏହା ନଜର ରଖିପାରିବ ଏଥି ସହିତ, ଅନ୍ୟ ଜାହାଜରୁ ମଧ୍ୟ ସାହାଯ୍ୟ ଲୋଡ଼ାଯାଉଛି ।

ଟାଇଟାନିକର ଧ୍ୱଂସାବଶେଷ ଦେଖିବାକୁ ପ୍ରାୟ ଦୁଇ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଯାତ୍ରା ସେଣ୍ଟ ଜୋନ୍ସର ନ୍ୟୁଫାଉଣ୍ଡଲାଣ୍ଡରୁ ଆରମ୍ଭ ହୋଇଥିଲା। ଟାଇଟାନିକ ଜାହାଜ ୧୦ ଏପ୍ରିଲ ୧୯୧୨ ରେ ଯାତ୍ରା କରି ୧୪-୧୫ ଏପ୍ରିଲରେ ଆଟଲାଣ୍ଟିକ ମହାସାଗରରେ ଏକ ବରଫ ପାହାଡ଼ରେ ମାଡ଼ ହେବା ପରେ ବୁଡ଼ି ଯାଇଥିଲା। ଏଥିରେ ୧୫୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟଥିଲା। ୧୯୮୫ରେ ଟାଇଟାନିକର ଧ୍ୱଂସାବଶେଷ ଆବିଷ୍କୃତ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ରହମାନ ଭାରତକୁ ନେଇ କଲେ ବଡ଼ ଘୋଷଣା, ୟୁନୁସଙ୍କୁ ଶକ୍ତ ଝଟ୍‌କା

ଢାକା,୨୦।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ବାଂଲାଦେଶ…

ବଡ଼ ଘୋଷଣା: ଚଳିତ ବଜେଟରେ ବାହାର ଅତିଥିଙ୍କୁ ଖୁସି କରିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୨: ଶୁକ୍ରବାର ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେଉଛି ବଜେଟ ୨୦୨୬-୨୭ । ଚଳିତ ଥର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରୁଛନ୍ତି। ଗତ…

BA ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା: ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri