Posted inଖେଳ

ଭାରତ ପାଇଁ କଷ୍ଟସାଧ୍ୟ ପଥ

(ତପନ ସ୍ବାଇଁ)
ଭୁବନେଶ୍ୱର, ୨୧।୧: ଭୁବନେଶ୍ୱରର କଳିଙ୍ଗ ଏବଂ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟ ଶୁକ୍ରବାର ଶେଷ ହୋଇଛି। ଆରମ୍ଭରୁ ମାନ୍ଦା ଖେଳ ପାଇଁ ଘରୋଇ ଭାରତର ପଥ କଷ୍ଟସାଧ୍ୟ ହୋଇଯାଇଛି। ୧୯୭୫ ପରେ ଟାଇଟଲ ଜିତିବାର ସ୍ବପ୍ନ ଦେଖୁଥିବା ଭାରତୀୟ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିପାରିନାହିଁ। ଗ୍ରୁପ୍‌ ‘ଡି’ରେ ଏହି ଦଳ ଅପରାଜେୟ ରହିଥିଲେ ହେଁ ୩ ମ୍ୟାଚରୁ ୨ ବିଜୟ ଓ ୧ ଡ୍ର ସହ ୭ ପଏଣ୍ଟ ପାଇଛି। ଇଂଲଣ୍ଡ ୭ ପଏଣ୍ଟ ପାଇଥିଲେ ହେଁ ଗୋଲ ବ୍ୟବଧାନରେ ଆଗରେ ରହି ଏହି ଗ୍ରୁପ୍‌ରୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିପାରିଛି। ଭାରତ ୩ ମ୍ୟାଚରେ ମାତ୍ର ୬ଟି ଗୋଲ ଦେବାରେ ସକ୍ଷମ ହୋଇଥିବାବେଳେ ଅପେକ୍ଷାକୃତ ଦୁର୍ବଳ ଓ୍ବେଲ୍ସଠାରୁ ୨ଟି ଗୋଲ ବରଣ କରିଛି। ଗୋଲ ବ୍ୟବଧାନ +୪ ରହିଛି। ଅନ୍ୟପକ୍ଷରେ +୯ ଗୋଲ ବ୍ୟବଧାନରେ ଇଂଲଣ୍ଡ ଆଗକୁ ବଢ଼ିଛି। ସ୍ପେନ୍‌ ବିପକ୍ଷରେ ୨-୦ ଗୋଲରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ଇଂଲଣ୍ଡ ବିପକ୍ଷ ମ୍ୟାଚକୁ ଗୋଲଶୂନ୍ୟ ଡ୍ର ରଖିଥିଲା। ଦୁର୍ବଳ ଓ୍ବେଲ୍ସ ବିପକ୍ଷରେ ମାତ୍ର ୪-୨ ଗୋଲ ବ୍ୟବଧାନରେ ବିଜୟ ଦଳ ପାଇଁ ମହଙ୍ଗା ପଡ଼ିଥିଲା। ଅନ୍ୟ ଦଳଗୁଡ଼ିକ ୩ ମ୍ୟାଚରେ ୨୨ ଓ ୨୦ ଗୋଲ ଦେଇଥିବାବେଳେ ଭାରତ ମାତ୍ର ୬ ଗୋଲ ସ୍କୋର କରିବା ଦଳର ସ୍କୋରିଂ ଦକ୍ଷତାକୁ ପଦାରେ ପକାଇଛି। ଘରୋଇ ପରିବେଶ, ଦର୍ଶକ ସମର୍ଥନରୁ ଫାଇଦା ନେଇପାରିନାହିଁ ହରମନ୍‌ପ୍ରୀତ ସିଂଙ୍କ ଦଳ। ଦଳର ପେନାଲ୍ଟି କର୍ନର କନଭର୍ସନ ହାର ମଧ୍ୟ ଅତି ଦୁର୍ବଳ ରହିଛି। କ୍ୱାର୍ଟର ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଏବେ କ୍ରସ୍‌ ଓଭର ମ୍ୟାଚ ଖେଳିବାକୁ ପଡ଼ିବ। ଏଥିପାଇଁ ପୁଲ୍‌ ‘ସି’ର ତୃତୀୟ ଦଳ ନ୍ୟୁଜିଲାଣ୍ଡକୁ ୨୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଭେଟିବ। ଯଦି ଏହି ମ୍ୟାଚରେ ବିଜୟୀ ହେବାରେ ସକ୍ଷମ ହୁଏ ତେବେ କ୍ୱାର୍ଟର ଫାଇନାଲରେ ଗତଥରର ଚାମ୍ପିୟନ ବେଲ୍‌ଜିୟମକୁ ଭେଟିବ। ତେଣୁ ଆଗକୁ ବଡ଼ ଚ୍ୟାଲେଞ୍ଜ ଆସୁଥିବାରୁ ଭାରତୀୟ ଦଳକୁ ଏବେଠାରୁ ସତର୍କ ହେବାକୁ ପଡ଼ିବ।
୨୪ ମ୍ୟାଚ, ୧୩୦ ଗୋଲ
୪ଟି ଗ୍ରୁପ୍‌ରେ ୨୪ଟି ମ୍ୟାଚ ଅନୁଷ୍ଠିତ ହୋଇଥିବାବେଳେ ମୋଟ ୧୩୦ଟି ଗୋଲ ସ୍କୋର ହୋଇଛି। ଏହା ମଧ୍ୟରେ ଫିଲ୍ଡ ଗୋଲ ୮୦, ପେନାଲ୍ଟି କର୍ନର ଗୋଲ ୪୩ ଓ ପେନାଲ୍ଟି ଷ୍ଟ୍ରୋକ୍‌ ଗୋଲ ୭ ରହିଛି। ଅର୍ଥାତ୍‌ ମ୍ୟାଚ ପ୍ରତି ଗୋଲ ପ୍ରତିଶତ ୫.୪୨। ଟାଇଟଲ ଦାବିଦାର ନେଦରଲାଣ୍ଡ୍ସ ଦଳ ୩ ମ୍ୟାଚରୁ ସର୍ବାଧିକ ୨୨, ଅଷ୍ଟ୍ରେଲିଆ ୨୦ ଓ ବେଲ୍‌ଜିୟମ ୧୪ ଗୋଲ ଦେଇ ଶୀର୍ଷ ୩ ସ୍ଥାନରେ ରହିଛନ୍ତି। ନେଦରଲାଣ୍ଡ୍ସ ଓ ଅଷ୍ଟ୍ରେଲିଆ ପେନାଲ୍ଟି କର୍ନରରୁ ସର୍ବାଧିକ ୭ଟି ଲେଖାଏ ଗୋଲ ଦେଇଛନ୍ତି। ଫ୍ରାନ୍ସର ଭିକ୍ଟର ଚାର୍ଲେଟ ୬ ଗୋଲ ଦେଇ ଟପ୍‌ ସ୍କୋରର ଅଛନ୍ତି। ଅଷ୍ଟ୍ରେଲିଆର ବ୍ଲେକ ଗୋଭର୍ସ, ଜେରେମି ହଓ୍ବୋର୍ଡ, ବେଲଜିୟମର ଟମ୍‌ ବୁନ୍‌, ନେଦରଲାଣ୍ଡ୍ସର ଥିଏରୀ ବ୍ରିଙ୍କମାନ ଓ ଜିପ୍‌ ଜାନସେନ ୪ଟି ଲେଖାଏ ଗୋଲ ଦେଇ ମିଳିତଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏ ସବୁ ତୁଳନାରେ ଭାରତ ବହୁ ପଛରେ ପଡ଼ିଛି। ୩ ମ୍ୟାଚରୁ ଦଳ ମାତ୍ର ୬ଟି ଗୋଲ ସ୍କୋର କରିପାରିଛି। ଏହା ମଧ୍ୟରେ ୩ଟି ଲେଖାଏ ଫିଲ୍ଡ ଓ ପେନାଲ୍ଟି କର୍ନର ଗୋଲ ସାମିଲ। ଆକାଶଦୀପ ସିଂ ସର୍ବାଧିକ ୨ଟି ଗୋଲ ଦେଇଛନ୍ତି। ଅମିତ ରୋହିଦାସ, ହରମନପ୍ରୀତ ସିଂ, ହାର୍ଦ୍ଦିକ ସିଂ ଓ ସମଶେର ସିଂ ଗୋଟିଏ ଲେଖାଏ ଗୋଲ ଦେବାରେ ସକ୍ଷମ ହୋଇଛନ୍ତି। ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ୪୪ ଖେଳାଳି ଗ୍ରୀନ୍‌ କାର୍ଡ ଏବଂ ୧୫ ଜଣ ୟେଲୋ କାର୍ଡ ପାଇଛନ୍ତି। ତେବେ ଭଲ କଥା ହେଲୋ କେହି ଜଣେ ମଧ୍ୟ ଖେଳାଳି ରେଡ୍‌ କାର୍ଡ ପାଇ ନାହାନ୍ତି।
ପୁଲ୍‌ ପର୍ଯ୍ୟାୟର ଅନ୍ତିମ ଦିବସରେ ୫ ହ୍ୟାଟ୍ରିକ
ପୁଲ୍‌ ପର୍ଯ୍ୟାୟର କେବଳ ଅନ୍ତିମ ଦିବସରେ ୫ ଖେଳାଳି ୩ କିମ୍ବା ତଦୂର୍ଦ୍ଧ୍ୱ ଗୋଲ ଦେଇ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ୪ଟି ଯାକ ଗ୍ରୁପ୍‌ ମ୍ୟାଚରେ କେହି ନା କେହି ଜଣେ ଖେଳାଳି ହ୍ୟାଟ୍ରିକ କରିଛନ୍ତି। ଫ୍ରାନ୍ସ-ଆର୍ଜେଣ୍ଟିନା ମ୍ୟାଚରେ ୨ଟି ହ୍ୟାଟ୍ରିକ ହୋଇଛି। ଅଷ୍ଟ୍ରେଲିଆର ବ୍ଲେକ ଗୋଭର୍ସ, ଫ୍ରାନ୍ସର ଭିକ୍ଟର ଚାର୍ଲେଟ, ଆର୍ଜେଣ୍ଟିନାର ନିକୋଲାସ ଡେଲା ଟୋରେ, ବେଲ୍‌ଜିୟମର ଟମ୍‌ ବୁନ୍‌ ଏବଂ ଜର୍ମାନୀର ନିକ୍ଲାସ ଓ୍ବେଲେନ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। କେବଳ ଅନ୍ତିମ ଦିବସରେ ୪ ମ୍ୟାଚରେ ୩୮ଟି ଗୋଲ ହୋଇଛି। ମ୍ୟାଚ ପିଛା ଗୋଲ ହାର ହେଉଛି ୯.୫। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ୯-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ହରାଇଥିବାବେଳେ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ ୫-୫ ଗୋଲରେ ଡ୍ର ରହିଥିଲା। ତୃତୀୟ ମ୍ୟାଚରେ ବେଲଜିୟମ ୭-୧ ଗୋଲରେ ଜାପାନକୁ ଏବଂ ଅନ୍ତିମ ମ୍ୟାଚରେ ଜର୍ମାନୀ ୭-୨ ଗୋଲ ବ୍ୟବଧାନରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା।
କ୍ୱାର୍ଟରରେ ଶୀର୍ଷ ୪
ପୁଲ୍‌ ପର୍ଯ୍ୟାୟ ଶେଷରେ ପ୍ରତି ଗ୍ରୁପ୍‌ର ଶୀର୍ଷ ୪ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି କ୍ରମରେ ଗ୍ରୁପ୍‌ ‘ଏ’ରୁ ଅଷ୍ଟ୍ରେଲିଆ, ‘ବି’ରୁ ବେଲ୍‌ଜିୟମ, ‘ସି’ରୁ ନେଦରଲାଣ୍ଡ୍ସ ଏବଂ ‘ଡି’ରୁ ଇଂଲଣ୍ଡ କ୍ୱାର୍ଟର ଫାଇନାଲ ପ୍ରବେଶରେ ସଫଳ ହୋଇଛନ୍ତି। ନିୟମ ଅନୁସାରେ ପ୍ରତି ଗ୍ରୁପ୍‌ର ୨ୟ ଓ ୩ୟ ସ୍ଥାନୀୟ ଦଳ କ୍ରସ୍‌ ଓଭର ମଧ୍ୟଦେଇ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇବେ। ୪ କ୍ରସ୍‌ ଓଭର ମ୍ୟାଚ ପରେ କ୍ୱାର୍ଟର ଫାଇନାଲର ଅନ୍ୟ ୪ଟି ସ୍ଥାନ ପୂରଣ ହେବ। ଏଥିପାଇଁ ମାଲେସିଆ-ସ୍ପେନ୍‌, ଭାରତ-ନ୍ୟୁଜିଲାଣ୍ଡ, ଆର୍ଜେଣ୍ଟିନା-ଦକ୍ଷିଣ କୋରିଆ ଏବଂ ଜର୍ମାନୀ-ଫ୍ରାନ୍ସ ମଧ୍ୟରେ ମୁକାବିଲା ହେବ। କ୍ୱାର୍ଟର ଫାଇନାଲରେ ମାଲେସିଆ-ସ୍ପେନ୍‌ ମ୍ୟାଚର ବିଜେତା ଅଷ୍ଟ୍ରେଲିଆକୁ, ଭାରତ-ନ୍ୟୁଜିଲାଣ୍ଡର ବିଜେତା ବେଲ୍‌ଜିୟମକୁ, ଆର୍ଜେଣ୍ଟିନା-ଦକ୍ଷିଣ କୋରିଆର ବିଜେତା ନେଦରଲାଣ୍ଡ୍ସକୁ ଏବଂ ଜର୍ମାନୀ-ଫ୍ରାନ୍ସ ମ୍ୟାଚର ବିଜେତା ଇଂଲଣ୍ଡକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri