Posted inଖେଳ

ରାହାନେ-ଶ୍ରେୟାସଙ୍କ ମଧ୍ୟରୁ ଜଣେ ହିଁ ଖେଳିବେ

ସେଞ୍ଚୁରିଅନ, ୨୪ା୧୨: ପୂର୍ବତନ ଉପଅଧିନାୟକ ଅଜିଙ୍କ୍ୟ ରାହାନେ ଓ ପଦାର୍ପଣରେ ଶତକ ଲଗାଇଥିବା ଶ୍ରେୟାସ ଆୟାରଙ୍କ ମଧ୍ୟରୁ ଜଣଙ୍କୁ ହିଁ ଖେଳିବାକୁ ସୁଯୋଗ ମିଳିବ। ୫ମ ସ୍ଥାନ ଲାଗି ତାଙ୍କ ମଧ୍ୟରୁ ଜଣକୁ ବାଛିବା କଷ୍ଟକର ହୋଇପଡ଼ିଛି। ଏ ଭଳି କହିଛନ୍ତି ଭାରତର ନବନିଯୁକ୍ତ ଉପଅଧିନାୟକ ଲୋକେଶ ରାହୁଲ। ଏଥିସହ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ୫ ବୋଲରଙ୍କ ସହ ଓହ୍ଲାଇବ ବୋଲି ସେ ସୂଚନା ଦେଇଛନ୍ତି।

ଓପନିଂ ମ୍ୟାଚ ପୂର୍ବରୁ ଭାରତ ଏଠାରେ ଗତ ସପ୍ତାହ ହେଲା ଅଭ୍ୟାସ ଜାରି ରଖିଛି। ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଥରେ ହେଲେ ଟେଷ୍ଟ ସିରିଜ ଜିତିପାରି ନାହିଁ ଭାରତ। ଏହି ଧାରାକୁ ଭଙ୍ଗ କରିବାକୁ ହେଲେ ଟିମ୍‌କୁ ଭଲ ଆରମ୍ଭ ଦରକାର। ଭାରତ ଯଦି ୪ ବୋଲରଙ୍କୁ ନେଇ ଖେଳେ ତେବେ ବ୍ୟାଟିଂ ଲାଇନ୍‌ଅପ୍‌ରେ ଜଣେ ଅତିରିକ୍ତ ବ୍ୟାଟରଙ୍କୁ ସାମିଲ କରାଯାଇ ପାରିବ। ଏହିନୀତି ଆପଣେଇଲେ ଅସୁବିଧା କ’ଣ ବୋଲି ପଚରାଯିିବାରେ ରାହୁଲ ସକାରାତ୍ମକ ଜବାବ ଦେଇଥିଲେ। ଟେଷ୍ଟ ମ୍ୟାଚ ଜିତିବା ଲାଗି ପ୍ରତିଦ୍ୱନ୍ଦ୍ୱୀ ଦଳର ୨୦ ଉଇକେଟ ନେବା ଦରକାର। ଏଥି ଲାଗି ଦଳରେ ୫ ସ୍ପେଶାଲିଷ୍ଟ ବୋଲରଙ୍କ ଉପସ୍ଥିତି ନିହାତି ଆବଶ୍ୟକ। ୫ ବୋଲରଙ୍କୁ ଖେଳାଇବା ଦ୍ୱାରା ଓ୍ବାର୍କଲୋଡ୍‌ ମ୍ୟାନେଜ କରିବା ଅପେକ୍ଷାକୃତ ସହଜ ହୋଇଥାଏ। ଉନ୍ନତ ବ୍ୟାଟିଂ ସ୍କିଲ୍‌ ଯୋଗୁ ସିନିୟର ବୋଲର ଈଶାନ୍ତ ଶର୍ମାଙ୍କ ତୁଳନାରେ ଶାର୍ଦ୍ଦୁଳ ଠାକୁରଙ୍କୁ ଖେଳାଯାଇପାରେ। ଆୟାର, ରାହାନେ ଓ ହନୁମାଙ୍କ ମଧ୍ୟରୁ ଜଣେ କେହି ଦଳରେ ରହି ପାରିବେ। ଅଜିଙ୍କ୍ୟ ଟେଷ୍ଟ ଟିମ୍‌ର ଜଣେ ପ୍ରମୁଖ ସଦସ୍ୟ। ସେ ତାଙ୍କ କ୍ୟାରିୟରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଲଡର୍‌ସଠାରେ ପୂଜାରାଙ୍କ ସହ ତାଙ୍କ ପାର୍ଟନରଶିପ୍‌ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଆମକୁ ଜିତାଇ ଥିଲା। ଶ୍ରେୟାସ ମଧ୍ୟ କୌଣସି ଗୁଣରେ କମ୍‌ ନୁହନ୍ତି। କାନପୁରରେ ସେ ଏକ ଅର୍ଦ୍ଧଶତକ ବ୍ୟତୀତ ଏକ ଚମତ୍କାର ଶତକ ହାସଲ କରିଥିଲେ। ହନୁମା ମଧ୍ୟ ଦଳ ପାଇଁ ସମାନ କାର୍ଯ୍ୟ କରିଛନ୍ତି। ତେଣୁ ଏମାନଙ୍କ ମଧ୍ୟରୁ କାହାରିକୁ ଦଳରେ ସାମିଲ କରାଗଲେ ଭଲ ହେବ ସେ ନେଇ ନିଷ୍ପତ୍ତି ନେବା କଷ୍ଟକର ନିଶ୍ଚୟ। ବୋଲି ରାହୁଲ ଏକ ଭର୍ଚୁଆଲ ମିଡିଆ ବାର୍ତ୍ତାଳାପ ବେଳେ କହିଛନ୍ତି। ଏହା ଦଳରେ ରାହୁଲ, ମୟଙ୍କ ଅଗ୍ରଓ୍ବାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି ଓ ରିଷଭ ପନ୍ତଙ୍କ ସ୍ଥାନ ପକ୍କା ଦଳରେ ରହିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri