Posted inଜାତୀୟ

ମୁଣ୍ଡ ଅବା ପିଠି ସ୍ପର୍ଶ କରିବା ନୁହେଁ ଯୌନ ନିର୍ଯାତନା: ହାଇକୋର୍ଟ…

ମୁମ୍ବାଇ,୧୪।୩ : ଅଧିକରୁ ଅଧିକ ଯୌନ ନିର୍ଯାତନା ମାମଲା ସାମ୍ନାକୁ ଆସୁଛି। ଏହି କାରଣରୁ ଦେଶରେ ଏଥିପାଇଁ ଆଇନ ପ୍ରଣୟନ କରାଯାଇଛି। କିନ୍ତୁ ଅନେକ ଥର ଏପରି ମାମଲା ଆସିଛି ଯେଉଁଠାରେ ଏହି ନିୟମଗୁଡ଼ିକର ଫାଇଦା ନିଆଯାଉଛି । ନିକଟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ ବମ୍ବେ ହାଇକୋର୍ଟ କହିଛନ୍ତି ଯେ କେବଳ ମୁଣ୍ଡ ଓ ପିଠି ସ୍ପର୍ଶ କରିବାକୁ ଯୌନ ନିର୍ଯାତନା ବୋଲି କୁହାଯାଇପାରିବ ନାହିଁ।

ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଏହିତ ମାମଲାରେ ଜଣେ ୨୮ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରି କହିଛି ଯେ କୌଣସି ମନ୍ଦ ଉଦ୍ଦେଶ୍ୟ ବିନା ଏଭଳି କରିବାକୁ ଯୌନ ନିର୍ଯାତନା କୁହାଯାଇ ପାରିବ ନାହିଁ। ଏହି ମାମଲା ୨୦୧୨ମସିହାର। ଜଣେ ୧୮ ବର୍ଷ ବୟସ୍କା ବ୍ୟକ୍ତି ୧୨ ବର୍ଷ ବୟସ୍କା ଜଣେ ନାବାଳିକାଙ୍କ ପ୍ରତି ଏଭଳି ବ୍ୟବହାର ପ୍ରଦର୍ଶନ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ପୀଡିତାଙ୍କ କହିବାନୁସାରେ, ଅଭିଯୁକ୍ତ ଜଣକ ତାଙ୍କ ପିଠି ଓ ମୁଣ୍ଡକୁ ସ୍ପର୍ଶ କରିଥିଲେ।

କୋର୍ଟ କହିଛନ୍ତି, ’୧୨-୧୩ ବର୍ଷ ବୟସ୍କା ପୀଡିତା କୌଣସି ମନ୍ଦ ଉଦ୍ଦେଶ୍ୟରେ ଏଭଳି କରାଯାଇଥିବା ଉଲ୍ଲେଖ କରିନାହାଁନ୍ତି। ସେ କହିଥିଲେ ଯେ କିଛି ଅସ୍ବାଭାବିକ ଆଚରଣ ଯୋଗୁଁ ସେ ନିଜକୁ ଅସହଜ ମନେ କଲେ।

ଫେବୃଆରୀ ୧୦ ରେ କୋର୍ଟ ଏହାର ରାୟ ପ୍ରଦାନ କରିଥିଲେ, ଯାହାର ଏକ ନକଲ ୧୩ ମାର୍ଚ୍ଚରେ ଉପଲବ୍ଧ ହୋଇଥିଲା। ଜଷ୍ଟିସ ଭାରତୀ ଡାଙ୍ଗରେଙ୍କ ନେତୃତ୍ୱରେ ଗଠିତ ଏକକ ବେଞ୍ଚ କହିଛନ୍ତି ଯେ ଅଭିଯୁକ୍ତଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ଥିବା ଜଣାପଡୁ ନାହିଁ, ବରଂ ତାଙ୍କ ଶବ୍ଦରୁ ଜଣାପଡିଛି ଯେ ସେ କେବଳ ପୀଡିତାଙ୍କୁ ଜଣେ ଛୋଟ ପିଲା ଭାବେ ଦେଖି ଏଭଳି କରିଥିଲେ। ବିଚାରପତି କହିଛନ୍ତି, ଜଣେ ମହିଳାଙ୍କ ବିନମ୍ରତାକୁ ଭଙ୍ଗ କରିବା ପାଇଁ, ତାଙ୍କ ବିନମ୍ରତାକୁ ଅପମାନିତ ଅବା ନିର୍ଯାତିତ କରିବାର ମନ୍ଦ ଉଦ୍ଦେଶ୍ୟ ରହିବା ଜରୁରୀ ଅଟେ।

ଓକିଲଙ୍କ କହିବାନୁସାରେ, ୧୫ ମାର୍ଚ୍ଚ ୨୦୧୨ ରେ, ଅଭିଯୁକ୍ତଙ୍କୁ ୧୮ ବର୍ଷ ହୋଇଥିଲା ଏବଂ କିଛି କାଗଜପତ୍ର ଦେବାକୁ ସେ ନାବାଳିକାଙ୍କର ଘରକୁ ଯାଇଥିଲେ। ସେହି ସମୟରେ ନାବାଳିକା ଘରେ ଏକୁଟିଆ ଥିଲା। ସେ ନାବାଳିକାଙ୍କର ମୁଣ୍ଡ ଓ ପିଠିରେ ସ୍ପର୍ଶ କରିଥିଲେ। ନାବାଳିକା ଜଣଙ୍କ ଭୟଭୀତ ହୋଇ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ଏହି ମାମଲାରେ ଟ୍ରାଏଲ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ମାସ ଜେଲ ଦଣ୍ଡାଦେଶ କରିଥିଲେ। ପରେ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ନିମ୍ନ ଅଦାଲତର ନିଷ୍ପତ୍ତି ଠିକ ନୁହେଁ ଏବଂ ପ୍ରିମା ଫେସୀ ଏହା ଜଣାପଡୁଛି ଯେ ବ୍ୟକ୍ତି ଜଣକ ବିନା କୌଣସି ମନ୍ଦ ଉଦ୍ଦେଶ୍ୟରେ ଏହି କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ଗତ ୨ ବର୍ଷରେ ୧୧ ହଜାର ଇଞ୍ଜିନିୟର ୫ ହଜାର ଡାକ୍ତର ଦେଶ ଛାଡିଛନ୍ତି, କାହିଁକି ପାକିସ୍ତାନର ହେଉଛି ଏମିତି ଅବସ୍ଥା?ଜାଣନ୍ତୁ…

ଇସଲମାବାଦ,୨୭।୧୨: ପାକିସ୍ତାନ ବର୍ତ୍ତମାନ ଇତିହାସରେ ସବୁଠାରୁ ଗୁରୁତର ପ୍ରତିଭା ପ୍ରସ୍ଥାନର ସମ୍ମୁଖୀନ ହେଉଛି। ଆର୍ଥିକ ଦୁର୍ଦ୍ଦଶା, ରାଜନୈତିକ ଅନିଶ୍ଚିତତା ଏବଂ ବୃତ୍ତିଗତ ସୁଯୋଗର ଅଭାବ ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri