Categories: ବାଣିଜ୍ୟ

ଭୁବନେଶ୍ୱରରେ ଟୋଟାଲ ଏଲ୍‌ପିଜି ସେବା

ଭୁବନେଶ୍ୱର: ଫ୍ରାନ୍ସ ଭିତ୍ତିକ ତୈଳ ଏବଂ ଗ୍ୟାସ୍‌ କମ୍ପାନୀ ‘ଟୋଟାଲ’ ଭୁବନେଶ୍ୱର ବଜାରରେ ଏଲ୍‌ପିଜି ବିତରଣ ବାଣିଜ୍ୟ କ୍ଷେତ୍ରରେ ପ୍ରବେଶ କରିଛି। ଖୋର୍ଦ୍ଧା ଜିଲା ପାଇଁ କମ୍ପାନୀ ପକ୍ଷରୁ ‘ଆବ୍‌ସୋଲ୍ୟୁଟ ଟୋଟାଲ ଡିଷ୍ଟ୍ରିବ୍ୟୁଟର୍ସ’କୁ ଅଧିକୃତ ବିତରକ ଭାବେ ନିଯୁକ୍ତ କରାଯାଇଛି। ଶୁକ୍ରବାର ପୂର୍ବାହ୍ନରେ ଏହାର କାର୍ଯ୍ୟାଳୟ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ଡିଷ୍ଟ୍ରିକ୍ଟ ସେଣ୍ଟରଠାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି। କମ୍ପାନୀର ଆଞ୍ଚଳିକ ପ୍ରବନ୍ଧକ ଖିମରାଜ ଭଟ୍ଟ, ସହ ସ୍ବତ୍ୱାଧିକାରୀ ଉଦିତ ରାଉତ ଏବଂ ଅଭିଷେକ ଜୋଷୀ ଏହାକୁ ଶୁଭାରମ୍ଭ କରିଥିଲେ। ଉଭୟ ବାଣିଜି୍ୟକ ଏବଂ ଘରୋଇ ବ୍ୟବହାର ଲାଗି ବିଭିନ୍ନ ବର୍ଗର ଏଲ୍‌ପିଜି ସିଲିଣ୍ଡର ଯଥା- ୧୨ କେଜି, ୧୭ କେଜି ଏବଂ ୩୩ କେଜିର ଅଫରିଂ ଗ୍ରାହକ ପାଇପାରିବେ। ସ୍ବଳ୍ପ ଡକ୍ୟୁମେଣ୍ଟ ଦ୍ୱାରା ଗ୍ରାହକଙ୍କୁ ତ୍ୱରିତ ଭାବେ ଗ୍ୟାସ୍‌ ସଂଯୋଗ ମିଳିପାରିବ। ଏହି ପରିପ୍ରେକ୍ଷୀରେ ଆବ୍‌ସୋଲ୍ୟୁଟ ଟୋଟାଲ ଡିଷ୍ଟ୍ରିବ୍ୟୁଟର୍ସର ସହ ସ୍ବତ୍ୱାଧିକାରୀ କହିଛନ୍ତି, ଭୁବନେଶ୍ୱରରେ ଆକର୍ଷଣୀୟ ମୂଲ୍ୟଯୁକ୍ତ ସେବା ସହ ସୁଲଭ ମୂଲ୍ୟରେ ନୂଆ ଗ୍ୟାସ୍‌ ସଂଯୋଗ ଦିଆଯିବ। ସେହିଭଳି ଔଦ୍ୟୋଗିକ ବ୍ୟବହାର ଲାଗି ସଂଯୋଗ ପ୍ରଦାନ କରିବାକୁ କମ୍ପାନୀ ପ୍ରସ୍ତୁତ ରହିଛି।

Share