ଏଜିଇଏଲ୍‌ ସହ ଟୋଟାଲ ଏନର୍ଜିସ୍‌ର ସମ୍ପ୍ରସାରଣ ସହଭାଗିତା

ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦାନୀ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଆଦାନୀ ଗ୍ରୀନ୍‌ ଏନର୍ଜି ଲିମିଟେଡ୍‌ (ଏଜିଇଏଲ୍‌) ଏବଂ ଟୋଟାଲ ଏନର୍ଜିସ୍‌ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ନେଇ ବୁଝାମଣା ହୋଇଛି। ଉକ୍ତ ବୁଝାମଣା ଅନୁଯାୟୀ ଉଭୟ କମ୍ପାନୀର ଅଂଶଧନ ସମାନ ରହିବ। ଉଲ୍ଲେଖଯୋଗ୍ୟ, ୧୦୫୦ ମେଗାଓ୍ବାଟ୍‌ ପୋର୍ଟଫୋଲିଓଯୁକ୍ତ ସୌର ଓ ପବନ ଶକ୍ତି ଉଦ୍ୟୋଗରେ ବର୍ତ୍ତମାନ ସୁଦ୍ଧା ୩୦୦ ମେଗାଓ୍ବାଟ୍‌ କାର୍ଯ୍ୟକ୍ଷମ ହୋଇଛି, ଯାହାକି ପୂର୍ବରୁ ନିର୍ମିତ ହୋଇଥିଲା। ସେହିଭଳି ୫୦୦ ମେଗାଓ୍ବାଟ ନିର୍ମାଣାଧୀନ ଅବସ୍ଥାରେ ରହିଥିବାବେଳେ ୨୫୦ ମେଗାଓ୍ବାଟ ଅଣ୍ଡର ଡେଭଲପମେଣ୍ଟ ଅବସ୍ଥାରେ ରହିଛି। ଏ ସମ୍ପର୍କରେ ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ ଗୌତମ ଆଦାନୀ କହିଛନ୍ତି, ଟୋଟାଲ ଏନର୍ଜିସ୍‌ ସହ ଆମେ ଦୀର୍ଘତମ ସହଭାଗିତା କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏଜିଇଏଲ୍‌ ସହ ଟୋଟାଲ ଏନର୍ଜିସ୍‌ର ସମ୍ପ୍ରସାରଣ ସହଭାଗିତା ଆଗାମୀ ଦିନରେ ଏକ ବୈପ୍ଲବିକ ପରିବର୍ତ୍ତନ ଶିଳ୍ପରେ ଆଣିବ ବୋଲି ଆଶା କରାଯାଉଛି। ୨୦୨୩୦ ସୁଦ୍ଧା ଆମେ ୪୫ ଜିଡବ୍ଲ୍ୟୁ ରିନ୍ୟୁଏବୁଲ ଏନର୍ଜି ଉତ୍ପାଦନ କରିବୁ ବୋଲି ଆକଳନ କରିଛୁ। ସେହିଭଳି ଟୋଟାଲ ଏନର୍ଜିସ୍‌ର ଚେୟାରମ୍ୟାନ ଏବଂ ସିଇଓ ପାଟ୍ରିକ୍‌ ପୋୟାନେ କହିଛନ୍ତି, ଆମେ ଏଜିଇଏଲ୍‌ ସହ ସହଭାଗିତା କରି ବେଶ୍‌ ଆନନ୍ଦିତ ରହିଥିବାବେଳେ ଆଗାମୀ ଦିନରେ ଅକ୍ଷୟ ଶକ୍ତି ଶିଳ୍ପରେ ଉଲ୍ଲେଖନୀୟ ସଫଳତା ନେଇ ଆଶା ବାନ୍ଧିଛୁ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବର୍ଷ ପରେ କୁମ୍ଭ ରାଶିରେ ସୃଷ୍ଟି ହେଲା ‘ଅଦ୍ଭୁତ ଯୋଗ’: ଏହି ୩ ରାଶିଙ୍କର ଅଚାନକ ଘଟିବ…

୬ ଫେବୃଆରୀ, ୨୦୨୬ ଠାରୁ, ସୁଖ, ସମୃଦ୍ଧି ଏବଂ ପ୍ରେମର ଗ୍ରହ ଶୁକ୍ର, ତାଙ୍କ ବନ୍ଧୁ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ, ଏହା ତାଙ୍କ…

ଆଉ U19 ବିଶ୍ୱକପରେ ଖେଳିପାରିବେ ନାହିଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୭।୨: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୨୦୨୬ର ୧୯ ବର୍ଷରୁ କମ ବିଶ୍ୱକପରେ ଇତିହାସ ରଚିଥିଲେ। ଫାଇନାଲରେ ୮୦ ବଲ ରୁ ୧୭୫ ରନ କରି ଭାରତକୁ…

ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ,୭।୨: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ ଭାରତ ଏବଂ ଆମେରିକା ମାର୍ଚ୍ଚ ମାସରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ…

ଟାରିଫ୍‌ ହ୍ରାସ ଦ୍ୱାରା ଉଭୟ ଦେଶ କ’ଣ ଫାଇଦା ପାଇବେ? ବୁଝନ୍ତୁ ପୂରା ଗଣିତ…

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଆମେରିକା ପାରସ୍ପରିକ ବାଣିଜ୍ୟକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଉଭୟ ଦେଶ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତିନାମା ପାଇଁ…

ହୋମଗାର୍ଡ ପରୀକ୍ଷାବେଳେ ଯୁବକ ଗୁରୁତର: ଗଞ୍ଜାମର ୪ ସ୍ଥାନରେ ଚାଲିଛି ପରୀକ୍ଷା

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଶନିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri