Categories: ବାଣିଜ୍ୟ

ନୂଆ ହୋମ୍‌ ଆପ୍ଲାଏନ୍ସ ଆଣିଲା ତୋଷିବା

ନୂଆଦିଲ୍ଲୀ,୨୫।୬ : ଜାପାନ ଭିତ୍ତିକ ପ୍ରମୁଖ କମ୍ପାନୀ ତୋଷିବା ପକ୍ଷରୁ ବଜାରକୁ ନୂଆ ହୋମ୍‌ ଆପ୍ଲାଏନ୍ସର ୨୦୨୦-୨୧ ରେଞ୍ଜ ପ୍ରବେଶ କରାଯାଇଛି। ଭର୍ଚୁଆଲ ଇଭେଣ୍ଟ ଦ୍ୱାରା କମ୍ପାନୀ ଏହାର ପ୍ରଡକ୍ଟ ଉନ୍ମୋଚନ କରିଛି। ନୂଆ ଉତ୍ପାଦ ଶୃଙ୍ଖଳା ମଧ୍ୟରେ ମଲ୍ଟି ଡୋର ରେଫ୍ରିଜରେଟର, ଟପ୍‌ ଫ୍ରିଜର, ଓ୍ବାଶର ଡ୍ରାୟର, ଫ୍ରଣ୍ଟ ଲୋଡିଂ,ଟପ୍‌ ଲୋଡିଂ ଓ୍ବାଶିଂ ମେଶିନ ଏବଂ ଓ୍ବାଟର ପ୍ୟୁରିଫାୟର ଭଳି ପ୍ରଡକ୍ଟ ଏହା ମଧ୍ୟରେ ସାମିଲ ରହିଛି। ଗ୍ରାହକଙ୍କୁ ଅତ୍ୟାଧୁନିକ ଟେକ୍ନୋଲୋଜି ଏବଂ ଉଚ୍ଚ ଗୁଣବତ୍ତା ପ୍ରଡକ୍ଟ ଯୋଗାଣ କ୍ଷେତ୍ରରେ ତୋଷିବା ସର୍ବଦା ଯୋଗଦାନ ରଖି ଆସିଛି ବୋଲି କମ୍ପାନୀର ହୋମ୍‌ ଆପ୍ଲାଏନ୍ସ ବିଜ୍‌ନେସ ଉପସଭାପତି ପ୍ରଣବ ମହାନ୍ତି ସୂଚନା ଦେଇଛନ୍ତି। ନୂଆ ରେଞ୍ଜର ପ୍ରଡକ୍ଟ ବଜାରକୁ ଆଣିବା ସହ ଗ୍ରାହକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖାଯାଇଛି। କମ୍ପାନୀ ଏହାର ପ୍ରତିବଦ୍ଧତାକୁ ଧ୍ୟାନରେ ରଖି ପ୍ରଡକ୍ଟଗୁଡିକୁ ତୋଷିବା ଗ୍ଲୋବାଲ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ କରୁଛି। କେନ୍ଦ୍ର ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆ ଯୋଜନା ଅନ୍ତର୍ଗତ ପୁଣେରେ ପ୍ରଡକ୍ଟ ପ୍ରସ୍ତୁତ କରିବା ଲାଗି ଯୋଜନା ରଖାଯାଇଥିବା ମହାନ୍ତି ମତ ପ୍ରକାଶ କରିଛନ୍ତି।

Share