Categories: ବାଣିଜ୍ୟ

ବଢୁଛି ଶୀର୍ଷ ବ୍ରାଣ୍ଡ୍‌ ପ୍ରତିଯୋଗିତା

ନୂଆଦିଲ୍ଲୀ,୧୪।୧୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେଶର ପ୍ରମୁଖ କମ୍ପାନୀଗୁଡିକର ବ୍ରାଣ୍ଡ୍‌ ଭାଲ୍ୟୁ ସୂଚୀ ପ୍ରକାଶ ପାଇଛି। ଏପରିକି ବର୍ଷକୁ ବର୍ଷ ଉଭୟ ଘରୋଇ ଏବଂ ସରକାରୀ ସଂସ୍ଥାଗୁଡିକ ମଧ୍ୟରେ ଶୀର୍ଷସ୍ଥାନ ପାଇଁ ପ୍ରତିଯୋଗିତା ଜାରି ରହିଛି ବୋଲି ଟ୍ରଷ୍ଟ ରିସର୍ଚ୍ଚ ଆଡଭାଇଜରି (ଟ୍ର) ପକ୍ଷରୁ କୁହାଯାଇଛି। ବିଶେଷକରି ଟେଲିକମ୍‌ କ୍ଷେତ୍ରରେ ଜିଓ ଭାରତର ସବୁଠାରୁ ଶକ୍ତିଶାଳୀ ଟେଲିକମ୍‌ ବ୍ରାଣ୍ଡ୍‌ର ମାନ୍ୟତା ପାଇଥିବା ବେଳେ ଭାରତୀ ଏୟାରଟେଲ୍‌, ଭୋଡାଫୋନ୍‌ ଆଇଡିଆ ଏବଂ ବିଏସଏନଏଲ ପଛକୁ ପଛ ରହିଛନ୍ତି।

ସେହିପରି ଅଟୋମୋବାଇଲ ଶିଳ୍ପରେ ବିଏମ୍‌ଡବ୍ଲ୍ୟ ଶୀର୍ଷରେ ରହିଥିବା ବେଳେ ଟୟୋଟା, ହୁଣ୍ଡାଇ ଏବଂ ହୋଣ୍ଡା ତଳକୁ ତଳ ରହିଛନ୍ତି। ଅପରପକ୍ଷରେ ବ୍ୟାଙ୍କିଙ୍ଗ ଏବଂ ଆଥିତ୍କ ସେବା କ୍ଷେତ୍ରରେ ଏଲ୍‌ଆଇସି ୧ନମ୍ବର ସ୍ଥାନରେ ରହିଥିବା ବେଳେ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ଆଇସିଆଇସିଆଇ ବ୍ୟାଙ୍କ କ୍ରମାଗତ ୨ୟ ଏବଂ ୩ୟ ସ୍ଥାନରେ ରହିଛି। ସେହିଭଳି ଗ୍ରାହକମାନଙ୍କର ଉପକରଣ ମାନ୍ୟତାରେ କେଣ୍ଟ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଲିଭପୁର ଏବଂ ଓକାୟା ପଛକୁ ପଛ ରହିଛନ୍ତି। ଇଲେକ୍ଟ୍ରୋନିକ୍ସ ବର୍ଗରେ ଏଲ୍‌ଜି, ସୋନି ଓ ସାମ୍‌ସଙ୍ଗ ଶ୍ରେଷ୍ଠ ୩ଟି ବ୍ରାଣ୍ଡ୍‌ ଭାବେ ରହିଥିବା ବେଳେ ଆଇଟିସି କନଗ୍ଲୋରେଟ୍‌ ତାଲିକାର ଶୀର୍ଷରେ ରହିଥିବା ବେଳେ ଟାଟା ଏବଂ ରିଲାଏନ୍ସ ପଛକୁ ପଛ ରହିଛନ୍ତି। ସେହିଭଳି ଶକ୍ତି ତାଲିକାରେ ହିନ୍ଦୁସ୍ଥାନ ପେଟ୍ରୋଲିୟମ୍‌ କର୍ପୋରେଶନ୍‌ ଲିମିଟେଡ୍‌ ଶୀର୍ଷରେ ରହିଥିବା ବେଳେ ଏହା ତଳକୁ ଭାରତୀୟ ତୈଳ ନିଗମ (ଆଇଓସି) ଏବଂ ଆଦାନୀ ରହିଛନ୍ତି।

Share