ଓଡ଼ିଶାର ଶ୍ରେଷ୍ଠ ୧୦ ପାରମ୍ପରିକ ଓ ଲୋକପ୍ରିୟ ଖାଦ୍ୟ, ଯାହାବିନା ଓଡ଼ିଶା ଆସିବା ଅଧୁରା

ସୁଆଦିଆ ଖାଦ୍ୟକୁ ନେଇ ଭାରତ ପ୍ରସିଦ୍ଧି ହାସଲ କରିଛି। ଖାଇବା ପିଇବା ପଦ୍ଧତିକୁ ଛାଡିଦେଲେ ରୋଷେଇ କରିବାର ପ୍ରକ୍ରିୟାକୁ ନେଇ ମଧ୍ୟ ଆମ ଦେଶ ପଛରେ ପଡିନି। ତେବେ ଆମେ ଆଜି ଓଡ଼ିଶା ବିଷୟରେ କହିବାକୁ ଯାଉଛୁ ଯାହାର ସଂସ୍କୃତି ପରମ୍ପରା ଖାଦ୍ୟ ସବୁଠାରୁ ଭିନ୍ନ। ସବୁଠାରୁ ନିଆରା। ଆମର ଭାଷା ନିଆର ଆମର ଚାଲି ଚଳଣ ବି ନିଆରା। ତା’ହେଲେ ଖାଦ୍ୟ କେମିତି ପଛରେ ରହିଯିବ ଅବା। ଉପକୂଳ ରାଜ୍ୟରେ ଏମିତି କିଛି ସୁଆଦିଆ ଖାଦ୍ୟ ଅଛି ଯାହାକୁ ଆପଣ ଥରେ ଖାଇଲେ ବି ଭୁଲି ପାରିବେ ନାହିଁ। ଆମେ ଓଡ଼ିଶାର ୧୦ ଶ୍ରେଷ୍ଠ ଖାଦ୍ୟବ୍ୟଞ୍ଜନ କହିବାକୁ ଯାଉଛୁ ଯାହା ସାରା ଓଡ଼ିଶାରେ ପ୍ରସିଦ୍ଧ।

ଓଡିଶାର ସ୍ଥାନୀୟ ଖାଦ୍ୟରେ କମ ମସଲା ବ୍ୟବହାର କରାଯିବ ସହ ନଡ଼ିଆ ଏବଂ ସବୁଜ ପନିପରିବାର ବହୁଳ ଭାବରେ ବ୍ୟବହୃତ ହୁଏ। ଏଠାରେ ଆପଣ କେବଳ ପୁଷ୍ଟିକର ଖାଦ୍ୟ ନୁହେଁ ମିଠା ଜାତୀୟ ଖାଦ୍ୟରେ ବି ଭେରାଇଟି ପାଇ ପାରିବେ।

ଡାଲମା:
ଓଡ଼ିଶାର ସବୁଠାରୁ ପ୍ରସିଦ୍ଧ ତଥା ଲୋକପ୍ରିୟ ଖାଦ୍ୟ ଡାଲମା। ଏହି ଖାଦ୍ୟ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ଦେଖିବାକୁ ମିଳେ। ଏହି ବ୍ୟଞ୍ଜନ ଏମିତି ଏକ ପ୍ରକାର ତରକାରୀ ଯାହା ହରଡ ଡାଲି, ଗୁମ ଡାଲି, କଖାରୁ, ଆଳୁ, କଦଳୀ ଏବଂ ଅନ୍ୟାନ୍ୟ ପନିପରିବା ମିଶ୍ରଣ ଦ୍ୱାରା ପ୍ରସ୍ତୁତ ହୋଇଥାଏ। ବିଶେଷ କଥା ଏହା କି, ଏହି ବ୍ୟଞ୍ଜନ ଓଡ଼ିଆଙ୍କ ମଉଡମଣି ଶ୍ରୀଜଗନ୍ନାଥଙ୍କ ଠାରେ ମଧ୍ୟ ଭୋଗ ଲାଗେ। ଆମେ ବିଭିନ୍ନ ପ୍ରକାର ଡାଲମା ଖାଉଥିବାବେଳେ ଆମ କାଳିଆ ଠାକୁର ମଧ୍ୟ ଡାଲମାର ବିଭିନ୍ନ ପ୍ରକାର ବ୍ୟଞ୍ଜନ ଗ୍ରହଣ କରିଥା’ନ୍ତି।

ସବୁଠାରୁ ବିଶେଷ କଥା ହେଉଛି ଏଥିରେ ନଡିଆ ପକାଇଦେଲେ ଏହାର ସ୍ବାଦ ଦ୍ୱିଗୁଣିତ ହୋଇଯାଏ। ଆପଣ ଡାଲମାକୁ ରୁଟି କି ଭାତରେ ମଧ୍ୟ ଖାଇପାରିବେ। ଡାଲମା ହେଉଛି ପ୍ରତି ଓଡିଆଙ୍କ ପ୍ରିୟ ଖାଦ୍ୟ। ଓଡିଶାର ଏହି ଖାଦ୍ୟ କେବଳ ତିଆରି କରିବା ସହଜ ନୁହେଁ ବରଂ ପୁଷ୍ଟିକର ଗୁଣରେ ମଧ୍ୟ ପରିପୂର୍ଣ୍ଣ ।

दालमा (Dalma recipe in hindi) रेसिपी बनाने की विधि in Hindi by Deepa Rupani - Cookpad

ଛେନା ପୋଡ:
ଛେନାରୁ ପ୍ରସ୍ତୁତ ଏହି ଖାଦ୍ୟକୁ ଓଡିଶାର ପରିଚୟ ଭାବରେ ବିବେଚନା କରାଯାଇଥାଏ। ଏହା ଓଡିଶାର ଅନ୍ୟତମ ପ୍ରସିଦ୍ଧ ଖାଦ୍ୟ। ବାସ୍ତବରେ, ଏହା ଏକ ପ୍ରକାର ମିଠା ଯାହା ଛେନା, ସୁଜି, ଘିଅ, କିସମିସ ଏବଂ ଅନ୍ୟାନ୍ୟ ଶୁଖିଲା ଫଳ ମିଶ୍ରଣ ଦ୍ୱାରା ପ୍ରସ୍ତୁତ ହୋଇଥାଏ। ସବୁକିଛି ଭଲ ଭାବରେ ମିଶ୍ରଣ କରିବା ପରେ, ଏହା ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ପାକ କରାଯାଏ। ଯେଉଁଥିରେ ଛେନାପୋଡର ପ୍ରକୃତ ସ୍ବାଦ ଜଣାପଡେ। ଏହି ଖାଦ୍ୟ ତିଆରି କରିବା ପାଇଁ ଘଣ୍ଟା ଘଣ୍ଟା ପରିଶ୍ରମ କରିବାକୁ ପଡେ କିନ୍ତୁ ଯେତେବେଳେ ଆପଣ ଏହାକୁ ଖାଇବେ, ସେତେବେଳେ ଆପଣ ଏହାକୁ ଭୁଲି ପାରିବେ ନାହିଁ।

Chenna Poda Recipe

ଚୁଙ୍ଗଡି ମଲାଇ:
ଓଡ଼ିଶାର ସ୍ଥାନୀୟ ଭାଷାରେ ପ୍ରୋନକୁ ଚୁଙ୍ଗଡି କୁହାଯାଏ। ତେଣୁ ସେହି ଅନୁଯାୟୀ, ଚୁଙ୍ଗଡି ମଲାଇ ହେଉଛି ପ୍ରୋନରୁ ତିଆରି ଖାଦ୍ୟ। ଚିଙ୍ଗୁଡି ମଲାଇରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ନଡିଆ ଏବଂ କ୍ରିମ। ଏହି ତରକାରୀ ତିଆରି କରିବା ପାଇଁ ସାମାନ୍ୟ ମସଲା ବ୍ୟବହୃତ ହୁଏ, ଯଦି ଆପଣ ମସଲାଯୁକ୍ତ ଖାଦ୍ୟ ପସନ୍ଦ କରନ୍ତି ନାହିଁ, ତଥାପି ଆପଣ ଏହି ଖାଦ୍ୟକୁ ଆରାମରେ ଖାଇପାରିବେ। ପାରମ୍ପାରିକ ଉପାୟରେ ପ୍ରସ୍ତୁତ ଚିଙ୍ଗୁଡି ମଲାଇ ତରକାରୀର ଅତି ସ୍ବାଦିଷ୍ଟ। ଯଦି ଆପଣ ଆମିଷ ପ୍ରିୟ ତେବେ ଓଡ଼ିଶାରେ ଏହାକୁ ଟେଷ୍ଟ କରିବାକୁ ଭୁଲିବେ ନାହିଁ।

Chungdi Malai (Coconut Shrimp Curry)

ସନ୍ତୁଳା:
ଯଦି ଆପଣ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ କିମ୍ବା ଓଡ଼ିଶାକୁ ବୁଲିବାକୁ ଆସିଲେ ବାହରର ତେଲଛଣା ଖାଦ୍ୟ କିମ୍ବା ଫାଷ୍ଟଫୁଡ୍‌ ଖାଇବାକୁ ଚାହୁଁ ନାହାନ୍ତି ତେବେ ଆପଣ ସନ୍ତୁଳା ଖାଇପାରିବେ।
ଏହି ଖାଦ୍ୟରେ କମ ମସଲା ବ୍ୟତୀତ ଏଥିରେ ଅନେକ ସବୁଜ ପନିପରିବା ବ୍ୟବହାର କରାଯାଉଛି। ପାରମ୍ପାରିକ ଉପାୟରେ ତିଆରି ହୋଇଥିବା ସନ୍ତୁଳାରେ ସିଝା ପନିପରିବା ବ୍ୟବହାର କରାଯାଏ। ଏଥିରେ କଞ୍ଚା ଅମୃତଭଣ୍ଡା, ଆଳୁ, ଟମାଟୋ ଏବଂ କଦଳୀ ବ୍ୟବହାର କରାଯାଏ । ଏହି ଖାଦ୍ୟ ପରଷା ଯିବା ପରେ ଯେତେ ରଙ୍ଗୀନ ଦେଖାଯାଏ, ଖାଇବା ମଧ୍ୟ ସମାନ ସ୍ବାଦିଷ୍ଟ। ସବୁଠାରୁ ଭଲ କଥା ହେଉଛି ସ୍ବାସ୍ଥ୍ୟ ସଚେତନ ଲୋକମାନେ ମଧ୍ୟ ଏହାକୁ ଆରାମରେ ଖାଇପାରିବେ।

Santula - Parvanii.com

ଏଣ୍ଡୁରୀ ପିଠା:
ଭାରତରେ ତିଆରି ଅଧିକାଂଶ ମିଠା ଖାଦ୍ୟରେ ନଡ଼ିଆ ବହୁଳ ଭାବରେ ବ୍ୟବହୃତ ହୁଏ ଏବଂ ଏହା ଓଡିଶାରେ ମଧ୍ୟ ବହୁଳ ଭାବରେ ବ୍ୟବହୃତ ହୁଏ। ତେବେ ଯଦି ଆପଣ ନଡିଆ ଦ୍ୱାରା ପ୍ରସ୍ତୁତ କିଛି ଖାଦ୍ୟ ଖାଇବାକୁ ଚାହାନ୍ତି ତେବେ ଏଣ୍ଡୁରି ପିଠା ଟ୍ରାଏ କରନ୍ତୁ। ଏହାକୁ ତିଆରି କରିବା ପାଇଁ, ଭଜା ନଡ଼ିଆକୁ ଗୁଣ୍ଡ କରି ଏବଂ ଏତିରେ କିଛି ମସଲା ପକାଇ ପ୍ରସ୍ତୁତ କରାଯାଏ। ଯାହା ପରେ ଏହାକୁ କଦଳୀ ପତ୍ରରେ ଗୁଡ଼ାଇ ରନ୍ଧାଯାଏ। ପିଠା ତିଆରି କରିବାର ପାରମ୍ପାରିକ ପଦ୍ଧତି ହେତୁ ଏହାର ସ୍ବାଦ ବହୁଗୁଣ ବଢିଯାଏ। ବିଶେଷ କଥା ହେଉଛି, ଓଡ଼ିଶାର ଜଗନ୍ନାଥ ମନ୍ଦିରରେ ଦିଆଯାଉଥିବା ସମସ୍ତ ପ୍ରକାରର ପିଠା ମଧ୍ୟରେ ଏଣ୍ଡୁରି ପିଠା ଅନ୍ୟତମ।

ओडिशा के 15 प्रसिद्ध भोजन जिन्हें आपको अवश्य आज़माना चाहिए

ବଡି ଚୁରୀ:
ଦେଶର ଅନ୍ୟାନ୍ୟ ଦେଶରେ ଉପମା ଯେତିକି ଗୁରୁତ୍ୱପୂର୍ଣ୍ଣ ଓଡିଶାରେ ବଡି ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ବଡିଚୁରୀ ତିଆରି ପାଇଁ ପ୍ରଥମେ, ଲାଲ ମସୁର ଡାଲି ଖରାରେ ଶୁଖାଯାଏ, ଯାହା ପରେ ଛୋଟ ଡମ୍ପିଂ ତିଆରି କରାଯାଇ କମ୍‌ ଆଞ୍ଚରେ ଫ୍ରାଏ କରାଯାଏ। ଭାଜିବା ପରେ ସେଗୁଡିକୁ ଗୁଣ୍ଡ କରାଯାଏ। ଯାହା ପରେ ଏହାକୁ କଟା ପିଆଜ, ରସୁଣ, ଲବଙ୍ଗ ଏବଂ କଞ୍ଚାଲଙ୍କା ଦେଇ ପ୍ରସ୍ତୁତ କରାଯାଏ। ଏହା ଓଡିଶାର ଅନ୍ୟତମ ପାରମ୍ପାରିକ ଖାଦ୍ୟ ଯାହାକୁ ଆପଣ ଅଣଦେଖା କରିପାରିବେ ନାହିଁ।

Photo of ओडिशा के 10 पारंपरिक और लोकप्रिय व्यंजन जिनके बिना आपकी यात्रा अधूरी है 3/6 by Deeksha

ପଖାଳ:
ପ୍ରଚଣ୍ଡ ଖରାରେ ଓଡ଼ିଆଙ୍କୁ ଲୋଡା ପଡେ ପଖାଳ। ଗଣ୍ଡେ ପଖାଳ କଂସାକୁ ଟମାଟୋ ପୋଡା କି ବଡିଚୁରା ହୋଇଗଲେ କଥା ସରିଲା। ତେଣୁ ଓଡ଼ିଶାରେ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ। ଶୀତ ହେଉ କି ଖରା କଂସାଏ ପଖାଳ ଯେତିକି ଶାନ୍ତି ଦିଏ ସେତିକି କୌଣସି ରେଷ୍ଟୁରାଣ୍ଟର ସ୍ପେଶିଆଲ ଡିସ୍‌ ମଧ୍ୟ ଦେଇପାରେ ନାର୍ହି।

ରନ୍ଧା ଭାତରେ ପାଣି ମିଶାଇ ଦେଲେ ପଖାଳ ହୋଇଯାଏ ଆଉ ଏଇଟା ଯେବେ ବାସି ହୁଏ ତା’ର ସ୍ବାଦ କହିଲେ ନ ସରେ। କିଛିଜଣ ଦହି ପଖାଳ କରି ମଧ୍ୟ ପରଷିଥା’ନ୍ତି। ଓଡ଼ିଆ ଜାଣନ୍ତି ପଖାଳର ମହତ୍ତ୍ୱ। ଗଣ୍ଡାଏ ପଖାଳରେ ଆରାମର ନିଦ ଶୋଇହୁଏ। ତେବେ ଏହି ପଖାଳ ମଧ୍ୟ ଓଡ଼ିଆର ବଡ଼ ଡାକୁର ଜଗନ୍ନାଥଙ୍କୁ ଲାଗି ହୁଏ।

पखाल - विकिपीडिया

ବେସର:
ସରଳ ଶବ୍ଦରେ, ଆପଣ ବେସରକୁ ଓଡିଶାର ପାରମ୍ପାରିକ ତଥା ସବୁ ପନିପରିବାର ମିଶ୍ରଣ ବୋଲି କହିପାରିବେ। ଏହି ବ୍ୟଞ୍ଜନରେ ଆପଣ ସବୁ ପ୍ରକାର ପରିବା ପାଇବେ। ପ୍ରଥମେ, ପନିପରିବା କଟା ହୋଇ ପିଆଜ, ରସୁଣ, ଜିରା, ଶୁଖିଲା ଲଙ୍କା ଏବଂ ସୋରିଷ ସହିତ ଭଜାଯାଏ। ପ୍ରତି ଓଡ଼ିଆ ଥାଳିରେ ଏହି ଖାଦ୍ୟ ବେଶ୍‌ ପରିଚିତ। ଏଥିରେ କିଛିଜଣ ମାଛ କିମ୍ବା ଚିଙ୍ଗୁଡି ପକାଇ ମଧ୍ୟ ପରଷିଥା’ନ୍ତି।

माचा बेसरा, सरसों और अंबुला के साथ उड़िया मछली - गोया

ଚାଉଳ ବରା:
ଚାଉଳ ବରା ଓଡ଼ିଶାର ପାରମ୍ପରିକ ଖାଦ୍ୟ ମଧ୍ୟରୁ ଅନ୍ୟତମ। ଏହି ଖାଦ୍ୟ ପ୍ରସ୍ତୁତ ପାଇଁ ଡାଲି ଓ ଚାଉଳ ବ୍ୟବହୃତ ହୁଏ। ଚାରି ଭାଗ ଚାଉଳ ଏବଂ ଗୋଟିଏ ଭାଗ ଡାଲିକୁ ରାତିସାରା ପାଣିରେ ଭିଜାଇ ରଖାଯାଏ। ଏହା ପରେ ଜିରା, ଗୋଲମରିଚ, ଧନିଆ, ବେକିଂ ପାଉଡର, ଲୁଣ ଏବଂ ଲଙ୍କା ପାଉଡର ମିଶାଯାଏ। ଏହି ସବୁ ଜିନିଷକୁ ଭଲ ଭାବରେ ମିଶ୍ରଣ କରିବା ପରେ ସେଥିରୁ ଛୋଟ ପୋକଡା ଭଳି ତିଆରି କରାଯାଇ ତେଲରେ ଭଜାଯାଏ। ଏହି ଖାଦ୍ୟ ଅତ୍ୟନ୍ତ ସ୍ବାଦିଷ୍ଟ ଏବଂ ଓଡିଶାର ପ୍ରତ୍ୟେକ ଘରେ ଏହାକୁ ବହୁତ ପସନ୍ଦ କରାଯାଏ।

Photo of ओडिशा के 10 पारंपरिक और लोकप्रिय व्यंजन जिनके बिना आपकी यात्रा अधूरी है 5/6 by Deeksha

ଖଜା:
ଯଦି ଆପଣ ଓଡିଶାରେ ଅଛନ୍ତି ଏବଂ ଖାଜା ଖାଇ ନାହାଁନ୍ତି, ତେବେ ଆପଣ ଓଡିଶାର ସବୁଠାରୁ ସୁସ୍ବାଦୁ ଖାଦ୍ୟ ଖାଇବାକୁ ହରାଇଛନ୍ତି। ଖଜା ଏକ ପ୍ରକାର ମିଠା ଖାଦ୍ୟ। ଏହାକୁ ପ୍ରସ୍ତୁତ କରିବା ପାଇଁ ମଇଦା ଏବଂ ଚିନି ବ୍ୟବହାର କରାଯାଏ। ମଇଦାରେ ଚିନି ମିଶାଇ ଏହାକୁ ବିଭିନ୍ନ ପ୍ରଣାଳୀରେ ପ୍ରସ୍ତୁତ କରାଯାଏ। ପୁରୀ ଜଗନ୍ନାଥ ମନ୍ଦିରରେ ମିଳୁଥିବା ସବୁ ବ୍ୟଞ୍ଜନ ମଧ୍ୟରୁ ଏହା ଅନ୍ୟତମ। ଏହା ବ୍ୟତୀତ ଓଡ଼ିଶାକୁ ଆସୁଥିବା ବଙ୍ଗୀୟ ପର୍ଯ୍ୟଟକ ଏହି ଖାଦ୍ୟ ମଧ୍ୟ ବହୁତ ପସନ୍ଦ କରିଥା’ନ୍ତି।

Bihar's sweet delicacy Silao Khaja gets GI tag in hindi


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri