Posted inଜାତୀୟ

ସର୍ବାଧିକ ଚାନ୍ଦା ଦେଇଥିବା ଦେଶର ଶ୍ରେଷ୍ଠ ୧୦ କମ୍ପାନୀ

ନୂଆଦିଲ୍ଲୀ,୧୫।୩: ନିର୍ବାଚନ କମିଶନ (ଇସି) ଇଲେକ୍ଟୋରାଲ ବଣ୍ଡ୍‌ ତଥ୍ୟ ସାର୍ବଜନୀନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଗତ ୧୨ ତାରିଖରେ ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କିତ ସବିଶେଷ ତଥ୍ୟ ଇସିଙ୍କ ନିକଟରେ ତାଖଲ କରିଥିଲେ। ମାର୍ଚ୍ଚ ୧୫ ଅପରାହ୍ନ ୫ଟା ସୁଦ୍ଧା ଉକ୍ତ ତଥ୍ୟକୁ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରିବା ପାଇଁ ଶୀର୍ଷ ଅଦାଲତ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଏସ୍‌ବିଆଇ ଦାଖଲ କରିଥିବା ସବିଶେଷ ବିବରଣୀକୁ ଇସି ଦୁଇ ଭାଗରେ ପ୍ରକାଶ କରିଛନ୍ତି।
ଅପ୍‌ଲୋଡ୍‌ ହୋଇଥିବା ତଥ୍ୟ ଅନୁଯାୟୀ ଇଲେକ୍ଟୋରାଲ ବଣ୍ଡ୍‌ କ୍ରେତାଙ୍କ ମଧ୍ୟରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌, ମେଘା ଇଞ୍ଜିନିୟରିଂ, ପିରାମାଲ ଏଣ୍ଟରପ୍ରାଇଜେସ୍‌, ଟରେଣ୍ଟ ପାଓ୍ବାର, ଭାରତୀ ଏୟାରଟେଲ୍‌, ଡିଏଲ୍‌ଏଫ୍‌ କମର୍ସିଆଲ ଡେଭେଲପର୍ସ, ବେଦାନ୍ତ ଲିଃ, ଆପୋଲୋ ଟାୟାର, ଲକ୍ଷ୍ମୀ ମିତ୍ତଲ, ଏଡେଲଓ୍ବେଇସ୍‌, ପିଭିଆର୍‌, କେଭେଣ୍ଟର, ସୁଲା ଓ୍ବାଇନ୍‌, ଓ୍ବେଲ୍‌ସ୍ପୁନ୍‌, ସନ୍‌ ଫାର୍ମା ପ୍ରମୁଖ ରହିଛନ୍ତି। କିନ୍ତୁ ଦେଶର ଦୁଇ ବୃହତ୍‌ ଶିଳ୍ପଗୋଷ୍ଠୀ ଆଦାନୀ ଗ୍ରୁପ୍‌ କିମ୍ବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନାଁ ତାଲିକାରେ ନାହିଁ। ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ସର୍ବାଧିକ ଚାନ୍ଦା ଦେଇଥିବା କମ୍ପାନୀ ମଧ୍ୟରେ ଫିଉଚର ଗେମିଂ ଆଣ୍ଡ ହୋଟେଲ ସର୍ଭିସେସ୍‌ ପିଆର୍‌ ଏବଂ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍ଚର୍ସ ଲିଃ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେମାନେ ଯଥାକ୍ରମେ ୧,୩୬୮ କୋଟି ଏବଂ ୯୬୬ କୋଟି ଟଙ୍କାର ବଣ୍ଡ୍‌ କିଣିଛନ୍ତି। ଏହା ବ୍ୟତୀତ ସର୍ବାଧିକ ଚାନ୍ଦା ପ୍ରଦାନକାରୀ ୧୦ କମ୍ପାନୀ ମଧ୍ୟରେ କ୍ୱିକ୍‌ ସପ୍ଲାଏ ଚେନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୪୧୦ କୋଟି ଟଙ୍କାର ବଣ୍ଡ୍‌ କିଣି ତୃତୀୟ ସ୍ଥାନରେ ଥିବାବେଳେ ବେଦାନ୍ତ ଲିମିଟେଡ୍‌ ୪୦୦ କୋଟି, ହଳଦିଆ ଏନର୍ଜି ଲିମିଟେଡ୍‌ ୩୭୭ କୋଟି, ଭାରତୀ ଗ୍ରୁପ୍‌ ୨୪୭ କୋଟି, ଏସେଲ୍‌ ମାଇନିଂ ଆଣ୍ଡ ଇଣ୍ଡ୍‌ସ ଲିମିଟେଡ୍‌ ୨୨୪ କୋଟି ଟଙ୍କାର ବଣ୍ଡ୍‌ କିଣିଥିବା ତଥ୍ୟରୁ ଜଣାପଡ଼ିଛି। ସେହିପରି ଓ୍ବେଷ୍‌ଟର୍ନ ୟୁପି ପାଓ୍ବାର ଟ୍ରାନ୍ସମିଶନ କମ୍ପାନୀ ଲିଃ ୨୨୦ କୋଟି, କେଭେଣ୍ଟର ଫୁଡ୍‌ପାର୍କ ଇନ୍‌ଫ୍ରା ଲିଃ ୧୯୫ କୋଟି ଏବଂ ମଦନଲାଲ୍‌ ଲିଃ ୧୮୫ କୋଟି ଟଙ୍କାର ବଣ୍ଡ୍‌ କିଣିଛି।
ଏହି ବଣ୍ଡ୍‌ ଜରିଆରେ ଭାଜପା, କଂଗ୍ରେସ, ଏଆଇଏଡିଏମ୍‌କେ, ବିଆର୍‌ଏସ୍‌, ଶିବସେନା, ଟିଡିପି, ଓ୍ବାଇଏସ୍‌ଆର୍‌ କଂଗ୍ରେସ, ଡିଏମ୍‌କେ, ଜେଡିଏସ୍‌, ଏନ୍‌ସିପି, ତୃଣମୂଳ କଂଗ୍ରେସ, ଜେଡିୟୁ, ଆର୍‌ଜେଡି, ଏଏପି ଏବଂ ସମାଜବାଦୀ ପାର୍ଟିକୁ ଚାନ୍ଦା ମିଳିଛି। ଇସି ପ୍ରଥମ ଭାଗରେ ୩୩୭ ପୃଷ୍ଠାର ତଥ୍ୟ ଦେଇଛନ୍ତି, ଯେଉଁଥବରେ ଇଲେକ୍ଟୋରାଲ ବଣ୍ଡ୍‌ କ୍ରେତା ଓ କ୍ରୟ ତାରିଖ ଉଲ୍ଲେଖ ରହିଛି। ସେହିପରି ଦ୍ୱିତୀୟ ଭାଗ ୪୨୬ ପୃଷ୍ଠାରେ ଇଲେକ୍ଟୋରାଲ ବଣ୍ଡ୍‌ରୁ ଅର୍ଥ ପାଇଥିବା ରାଜନୈତିକ ଦଳଗୁଡ଼ିକର ବିବରଣୀ, ତାରିଖ ଏବଂ ଦାନ ପରିମାଣ ଉଲ୍ଲେଖ କରାଯାଇଛି। ତେବେ ବଣ୍ଡ୍‌ ନମ୍ବର ଦିଆଯାଇ ନାହିଁ।
ସୂଚନାଯୋଗ୍ୟ, ଫେବୃଆରୀ ୧୫ରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ କ୍ରମେ କେନ୍ଦ୍ର ସରକାରଙ୍କ ଇଲେକ୍ଟୋରାଲ ବଣ୍ଡ୍‌କୁ ଅସାମ୍ବିଧାନିକ ଏବଂ ତଥ୍ୟ ଜାଣିବା ଅଧିକାର ଉଲ୍ଲଂଘନ କରୁଥିବା ଦର୍ଶାଇ ଏହାକୁ ରଦ୍ଦ କରିଦେଇଥିଲେ। କେଉଁମାନେ କେଉଁ ଦଳକୁ କେତେ ଟଙ୍କା ଏହି ବଣ୍ଡ୍‌ ଜରିଆରେ ପ୍ରଦାନ କରିଛନ୍ତି, ତାହାର ସବିଶେଷ ତଥ୍ୟ ମାର୍ଚ୍ଚ ୬ ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବାକୁ ଏସ୍‌ବିଆଇକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏତେ କମ୍‌ ସମୟ ମଧ୍ୟରେ ସମସ୍ତ ତଥ୍ୟ ଏକାଠି କରିବା ଓ ସେଗୁଡ଼ିକୁ ମିଳାଇବା ସମ୍ଭବ ନୁହେଁ କହି ଏସ୍‌ବିଆଇ ଜୁନ୍‌ ୩୦ ପର୍ଯ୍ୟନ୍ତ ସମୟ ମାଗିଥିଲା। ଏସ୍‌ବିଆଇର ନିବେଦନକୁ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଖାରଜ କରିଦେବା ସହ ୧୨ ତାରିଖ ସୁଦ୍ଧା ତଥ୍ୟ ଦାଖଲ କରିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri