ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦନ୍ତାହାତୀ ମୃତ

ସୋନପୁର/ବିନିକା,୧୨।୪(ନି.ପ୍ର./ଡି.ଏନ.ଏ.): ସୁବର୍ଣ୍ଣପୁର ବନଖଣ୍ଡ ବିନିକା ରେଞ୍ଜ ବାରଡୁଙ୍ଗୁରି ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ସକାଳେ ଏକ ଦନ୍ତାହାତୀର ମୃତଦେହ ଜବତ ହୋଇଛି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ବାର୍‌ହା ଶିକାର ପାଇଁ ଶିକାରୀମାନେ ପାର୍ଶ୍ୱରେ ଯାଇଥିବା ବିଦ୍ୟୁତ୍‌ ତାରରୁ ହୁକ ପକାଇ ଜଙ୍ଗଲରେ ବିଛାଇଥିଲେ। ହାତୀ ଏହି ତାର ସଂସ୍ପର୍ଶରେ ଆସିଯାଇଥିଲା। ମୃତ ହାତୀର ବୟସ ପ୍ରାୟ ୧୫ ବର୍ଷ ହେବ। ଖବରପାଇ ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମା, ସହକାରୀ ବନସଂରକ୍ଷକ ପ୍ରଫୁଲ୍ଲ କୁମାର ଧରୁଆ ଓ ବିନିକା ବନକ୍ଷେତ୍ରାଧିକାରୀ ଡମ୍ବରୁଧର ପଧାନ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଅଢେଇ ଫୁଟ ଲମ୍ବର ହାତୀର ଦାନ୍ତକୁ କାଟି ବାହାର କରାଯାଇଛି। ଏ ସମ୍ପର୍କରେ ବିନିକା ବନବିଭାଗ ପକ୍ଷରୁ ଏକ ମାମଲା(୧/୨୩) ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ବିନିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ନୃସିଂହ ଚରଣ ସାହୁ, ବିନିକା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର କମଲ ପଧାନ ଓ ରାମପୁର ପ୍ରାଣୀ ଚିକିତ୍ସକ ଡାକ୍ତର ଆଲୋକ କୁମାର ସାହୁ ହାତୀର ଶବ ବ୍ୟବଚ୍ଛେଦ କରିଥିଲେ। ପରେ ଗାତ ଖୋଳି ଜଙ୍ଗଲରେ ହାତୀକୁ ପୋତି ଦିଆଯାଇଛି ।
ସୋମବାର ରାତିରେ ଉକ୍ତ ହାତୀ ଦଳରୁ ଅଲଗା ହୋଇଯାଇଥିଲା। ବଲାଙ୍ଗୀର ଜିଲା ଲୋଇସିଂହା ଅଞ୍ଚଳରୁ ହାତୀ ଅଙ୍ଗନଦୀ ଅତିକ୍ରମ କରି ସୁବର୍ଣ୍ଣପୁର ଜିଲା ବାରଡୁଙ୍ଗୁରି ସଂରକ୍ଷିତ ଜଙ୍ଗଲକୁ ଚାଲି ଆସିଥିଲା। ବଲାଙ୍ଗୀର କି ସୁବର୍ଣ୍ଣପୁର ଜିଲାର ବନବିଭାଗ କର୍ମଚାରୀ ଏହା ଜାଣି ପାରି ନ ଥିଲେ। ହାତୀଙ୍କ ଗତିବିଧି ଅନୁଧ୍ୟାନ ପାଇଁ ଏଲିଫ୍ୟାଣ୍ଟ ଟ୍ରାକିଂ ସ୍କ୍ବାଡ ରହିଛନ୍ତି । ମାତ୍ର ସେମାନେ ହାତୀର ଗତିବିଧି ଜାଣି ନ ପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବନ ବିଭାଗ ହାତୀ ଚଳପ୍ରଚଳ ସମ୍ପର୍କରେ ବିଦ୍ୟୁତ୍‌ ବିଭାଗକୁ ଅବଗତ କରି ନ ଥିଲା। ସମ୍ପୃକ୍ତ ଅଞ୍ଚଳରେ ସୋମବାର ରାତିରେ ବିଦ୍ୟୁତ୍‌ କାଟ୍‌ ହୋଇ ନ ଥିଲା। ଫଳରେ ହାତୀର ମୃତ୍ୟୁ ହେଲା ବୋଲି ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri