ବାରିପଦା,୧୬।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧିନ ୧୮ନଂ ଜାତୀୟ ରାଜପଥର ଶଙ୍କୁଚା ନିକଟରେ ବୁଧବାର ଭୋରୁ ଏକ ବିଲାତି ବୋଝେଇ ଟ୍ରକ ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଯାଇଛି । ରାସ୍ତା ଡିଭାଇଡରରେ ବାଡେଇ ହୋଇଥିବାରୁ ଟ୍ରକଟି ଜଳିଯାଇଥିବା ବେଳେ ଅଳ୍ପକେ ଡ୍ରାଇଭର ଓ ହେଲପର ବର୍ତ୍ତି ଯାଇଛନ୍ତି । ଏହି ଟ୍ରକ୍ଟି ବାରିପଦା ପଟୁ ଆସୁଥିଲା। ସୂଚନାଯୋଗ୍ୟ, ଟ୍ରକଟି ରାଞ୍ଚି ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା। ନିଆଁ ଲାଗିବା ଖବରପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଝାରପୋଖରିଆ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।


