Categories: ଫୁରସତ

ମାତ୍ର ୮୦ ଟଙ୍କା ଟୋଲ ଟ୍ୟାକ୍ସ ଦେଉ ନଥିବା ବିଚାରପତିଙ୍କୁ ଏମିତି ବୁଦ୍ଧି ଶିଖାଇଲେ ମ୍ୟାନେଜର, ଭିଡିଓ ଭାଇରାଲ

ଆଜିକାଲି ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ଏଥିମଧ୍ୟରୁ ଲୋକେ ମଧ୍ୟ ଅନେକ କିଛି ଶିଖି ପାରୁଛନ୍ତି। ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଭାରତ ପୁନରୁତ୍ଥାନ ନାମକ ଟୁଇଟର ହ୍ୟାଣ୍ଡେଲ ପକ୍ଷରୁ ଶେୟାର କରାଯାଇଛି। ଏଥିରେ ଏକ କାର ଦେଖିବାକୁ ମିଳିଛି, ଯେଉଁଥିରେ ବିଚାରପତି ବସିଥିବା ନଜରକୁ ଆସିଛନ୍ତି। ଟୋଲ ପ୍ଲାଜାରେ କାରରେ ବସିଥିବା ବିଚାରପତି ଏବଂ ଟୋଲ ମ୍ୟାନେଜରଙ୍କ ମଧ୍ୟରେ ଝଗଡ଼ା ଲାଗିଥିବା ଶୁଣିବାକୁ ମିଳୁଛି। ଏହି ସମୟ ମଧ୍ୟରେ ଟୋଲ ମ୍ୟାନେଜର ବିଚାରପତିଙ୍କୁ ଆଇନ ଶିକ୍ଷା ଦେଉଛନ୍ତି।

ଜିଲା କୋର୍ଟର ବିଚାରପତି ଟୋଲ ଟ୍ୟାକ୍ସ ଦେଉ ନ ଥିବା ବେଳେ ଟୋଲ ମ୍ୟାନେଜର ସେଠାରେ ପହଞ୍ଚିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଟୋଲ ଟ୍ୟାକ୍ସକୁ ନେଇ ବିବାଦ ଲାଗିଥିଲା। ଏହି ସମୟ ମଧ୍ୟରେ ଟୋଲ ମ୍ୟାନେଜର କିପରି ବିଚାରପତିଙ୍କୁ ବୁଝାଉଛନ୍ତି ତାହା ଭିଡିଓରେ ଦେଖିବାକୁ ମିଳୁଛି। ସେ କହିଛନ୍ତି ଯେ, ହାଇକୋର୍ଟର ବିଚାରପତିଙ୍କ ପାଇଁ ଟୋଲ ଟ୍ୟାକ୍ସ ଛାଡ଼ କରାଯାଇଛି। ଯେହେତୁ ଆପଣ ଜିଲା କୋର୍ଟର ଅଟନ୍ତି, ଆପଣଙ୍କୁ ଟିକସ ଦେବାକୁ ପଡିବ ।

ଏହି ଭିଡିଓ ୨୦୨୦ମସିହାର। ଭିଡିଓରେ ଟୋଲ ମ୍ୟାନେଜର ଜଜ୍‌ଙ୍କୁ ଏପରି ଆଇନ ଶିଖଉଛନ୍ତି। ଶେଷରେ ଜିଲା ଜଜ୍‌ଙ୍କୁ ୮୦ ଟଙ୍କା ଟୋଲ ଟ୍ୟାକ୍ସ ଦେବାକୁ ପଡିଲା। ଏହି ଭିଡିଓ ଏତେ ଭାଇରାଲ ହୋଇଛି ଯେ, ଏପର୍ଯ୍ୟନ୍ତ ୩ ଲକ୍ଷ ୩୭ ହଜାର ଥର ଦେଖାଯାଇଛି।

Share