Categories: ଖେଳ

ମହଙ୍ଗା ପଡ଼ିପାରେ ବିନା ମାସ୍କରେ ପରେଡ୍‌

ଟୋକିଓ,୨୩।୭: ଜାପାନର ରାଜଧାନୀସ୍ଥିତ ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ ପ୍ରାୟ ବିନା ମାସ୍କରେ ପରେଡ୍‌ କରିଛନ୍ତି କିର୍ଗିଜସ୍ତାନ ଓ ତାଜିକସ୍ତାନ ଦଳ। କେବଳ ଜଣେ କିର୍ଗିଜସ୍ତାନ ଆଥ୍‌ଲେଟ୍‌ ମାସ୍କ ପିନ୍ଧିଥିବାବେଳେ ଦଳର ପତାକାଧାରୀଙ୍କ ସମେତ ୧୪ ସଦସ୍ୟଙ୍କୁ ବିନା ମାସ୍କରେ ଦେଖିବାକୁ ମିଳିଥିଲା। ଏହାର କିଛି ସମୟ ପରେ ବିନା ମାସ୍କରେ ଗ୍ରାଉଣ୍ଡକୁ ଓହ୍ଲାଇଥିଲା ତାଜିକସ୍ତାନ ଦଳ। କେବଳ ଏତିକି ନୁହେଁ, ପାକିସ୍ତାନର ଦୁଇ ପତାକାଧାରୀ ମଧ୍ୟ ସେମାନଙ୍କ ମୁହଁକୁ ମାସ୍କରେ ଘୋଡ଼ାଇ ନ ଥିଲେ। କିନ୍ତୁ ସର୍ବାଧିକ ସଂଖ୍ୟକ ଦେଶର ଆଥ୍‌ଲେଟ୍‌ମାନେ କୋଭିଡ୍‌ ନିୟମ ପାଳନ କରୁଥିବା ଦେଖିବାକୁ ମିଳିଛି।

ମାସ୍କ ପିନ୍ଧି ନ ଥିବା ପ୍ରତିନିଧି ଦଳମାନଙ୍କ ଉପରେ ଅଲିମ୍ପିକ୍ସ ଆୟୋଜକଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କିଛି କୁହାଯାଇ ନାହିଁ। କିନ୍ତୁ ଅଲିମ୍ପିକ୍ସର ଗାଇଡ୍‌ଲାଇନ ଭଙ୍ଗ କରିବା ପାଇଁ ଦୁଇ ଦେଶର ଆଥ୍‌ଲେଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।

Share