ଟୋକିଓ ଅଲିମ୍ପିକ୍‌: ଏବେ ବି ଅଛି ଦୂତୀଙ୍କ ଆଶା

ଭୁବନେଶ୍ୱର, ୩୦।୬(କ୍ରୀଡ଼ା ପ୍ରତିନିଧି)-
ଜାପାନର ଟୋକିଓରେ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅଲିମ୍ପିକ୍ସ ଅନୁଷ୍ଠିତ ହେବ। କ୍ୱାଲିଫାଇଂ ପାଇଁ ଡେଡ୍‌ଲାଇନ୍‌ ଶେଷ ହୋଇଥିବାରୁ ଏବେ ବିଭିନ୍ନ ଇଭେଣ୍ଟ ଲାଗି ପ୍ରତିଯୋଗୀଙ୍କ ତାଲିକା ଘୋଷଣା ସମୟ ଆସିଯାଇଛି। ଆଉ ଦିନେ ଦୁଇଦିନ ମଧ୍ୟରେ ଏହି ତାଲିକା ପ୍ରକାଶ ପାଇବାର ଥିବାରୁ ଉତ୍ସୁକତା ବଢ଼ିଛି। କ୍ୱାଲିଫାଇଂ ସମୟ ସ୍ପର୍ଶ କରିଥିବା ପ୍ରତିଯୋଗୀମାନେ ନିର୍ଦ୍ୱନ୍ଦ୍ୱରେ ଥିବାବେଳେ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ଅନୁସାରେ ଟୋକିଓରେ ପାଦ ଦେବାକୁ ଆଶା ରଖିଥିବା ପ୍ରତିଯୋଗୀ ଆଶା ଓ ଆଶଙ୍କାରେ ରହିଛନ୍ତି। ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ପ୍ରତିଯୋଗିତାର ଗ୍ଲାମର ଇଭେଣ୍ଟ ୧୦୦ ମିଟର ରେସ୍‌ରେ ମାତ୍ର ୨ ସେକେଣ୍ଡ ପାଇଁ ଅଲିମ୍ପିକ୍ସ ଯୋଗ୍ୟତା ସ୍ପର୍ଶ କରିବାରୁ ବଞ୍ଚତ୍ତ ହୋଇଛନ୍ତି।

ଇଣ୍ଡିଆନ ଗ୍ରାଁ ପ୍ରି-୪ରେ ସେ ୧୧.୧୭ ସେକେଣ୍ଡ ଟାଇମିଂ ହାସଲ କରି ନିଜ ଆଶାକୁ ଦ୍ୱିଗୁଣିତ କରିଛନ୍ତି। ତେବେ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ଅନୁସାରେ ସେ ଟୋକିଓ ଟିକେଟ ପାଇବା ନେଇ ବେଶ୍‌ ଆଶାବାଦୀ। କରୋନା ମହାମାରୀ ପାଇଁ ୨୦୨୦ରେ ବିଶେଷ ଟୁର୍ନାମେଣ୍ଟ ହୋଇପାରି ନ ଥିଲା। ତେଣୁ ୨୦୧୯ରୁ ଏ ପର୍ଯ୍ୟନ୍ତ ସେ ଭାଗ ନେଇଥିବା ୫ଟି ଟୁର୍ନାମେଣ୍ଟର ଟାଇମିଂ ଦୃଷ୍ଟିରୁ ତାଙ୍କ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ୧୨୧୯ରେ ପହଞ୍ଚତ୍ଛି। ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ୧୫୦୦ ପଏଣ୍ଟ ଧାର୍ଯ୍ୟ ଥିବାବେଳେ ୧୨୧୯ ପଏଣ୍ଟ ତାଙ୍କୁ ଟୋକିଓରେ ପହଞ୍ଚାଇ ପାରିବ ବୋଲି ଦୂତୀ ଆଶା ରଖିଛନ୍ତି। ଏବେ କେବଳ ସେ ଟୋକିଓ ପାଇଁ ଭାରତୀୟ ଆଥ୍‌ଲେଟ ତାଲିକା ଘୋଷଣାକୁ ଅପେକ୍ଷା କରିଛନ୍ତି ବୋଲି ସମ୍ପ୍ରତି ପଟିଆଲାରେ ଟ୍ରେନିଂ ଜାରି ରଖିଥିବା ଦୂତୀ ପ୍ରକାଶ କରିଛନ୍ତି। ୬୦ତମ ଜାତୀୟ ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ର ହିଟ୍‌ ସମୟରେ ମାଂସପେଶୀ ଟାଣି ଧରିବା ଯୋଗୁ ଦୂତୀ ଫାଇନାଲରେ ଆଶାନୁରୂପ ପ୍ରଦର୍ଶନ କରି ନ ପାରି ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ମାତ୍ର ଏଥିପାଇଁ ସେ ଚିନ୍ତିତ ନୁହନ୍ତି। ପଟିଆଲାର ଟ୍ରାକ୍‌ କଠିନ ରହିଛି। ୧୦୦ ମିଟର ହିଟ୍‌ ସହିତ ରିଲେ ଦଳରେ ଭାଗ ନେବାରୁ ମାଂସପେଶୀ ଟାଣି ଧରିବା ଜନିତ ସମସ୍ୟା ଆସିଲା। ଦୁଇ ତିନିଦିନ ବିଶ୍ରାମ ନେଲେ ସବୁକିଛି ଠିକ୍‌ ହୋଇଯିବ ବୋଲି ସେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି। ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାର ପାଇଁ ତାଙ୍କ ନାମ ସୁପାରିସ କରାଯାଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦୂତୀ। ”ମୁଁ ବହୁତ ଖୁସି। ରାଜ୍ୟ ସରକାର ମୋତେ କ୍ରମାଗତ ଉତ୍ସାହିତ କରି ଆସିଛନ୍ତି। ଏହା ମୋତେ ଆଗକୁ ଆହୁରି ଭଲ ପ୍ରଦର୍ଶନ ପାଇଁ ପ୍ରେରଣା ଦେଇ ଆସିଛି। ସୁଯୋଗ ମିଳିଲେ ମୁଁ ନିଶ୍ଚିତ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ ଦେବି“ ବୋଲି ଦୂତୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଖେଳରନତ୍ ପାଇଁ ସୁପାରିସ
ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଖେଳାଳିଙ୍କ ନାମ ସୁପାରିସ କରାଯାଇଛି। ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦଙ୍କ ନାମ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରନତ୍ ପାଇଁ ସୁପାରିସ ହୋଇଛି। ଟୋକିଓ ଅଲିମ୍ପିକ୍ସରେ ଭାଗନେବା ଆଶାରେ ଥିବା ଦୂତୀ ଗତବର୍ଷ ଅର୍ଜୁନ ପୁରସ୍କାର ପାଇଥିଲେ। ସେହିପରି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ନିକଟକୁ ସିନିୟର ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ ହୋଇଛି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଖେଳିଥିବା ବୀରେନ୍ଦ୍ର ଏବେ ୨୦୨୧ ଟୋକିଓ ଅଲିମ୍ପିକ୍ସ ପାଇଁ ଜାତୀୟ ଦଳରେ ସାମିଲ ହୋଇଛନ୍ତି। ଦେଶକୁ ଅନେକ କ୍ୱାଲିଟି ହକି ଖେଳାଳି ଭେଟି ଦେଇଥିବା ଭେଟେରାନ ହକି କୋଚ୍‌ କାଳୁ ଚରଣ ଚୌଧୁରୀଙ୍କ ନାମ ଦ୍ରୋଣାଚାର୍ଯ୍ୟ ଏବଂ ହର୍ଡଲ୍ସ କୁଇନ୍‌ ତଥା ୧୦୦ ମିଟର ହର୍ଡଲ୍ସରେ ଜାତୀୟ ରେକର୍ଡଧାରିଣୀ ଅନୁରାଧା ବିଶ୍ୱାଳଙ୍କ ନାମ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ସୁପାରିସ ହୋଇଛି। ଅନୁରାଧା ଜଣେ ଅଲିମ୍ପିଆନ ମଧ୍ୟ। ଏହା ବ୍ୟତୀତ କିଟ୍‌ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ କର୍ପୋରେଶନ ନାମ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପାଇଁ ସୁପାରିସ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri