ଆମେରିକୀୟ ଯୁଦ୍ଧ ଜାହାଜରେ ଟଏଲେଟ୍‌ ଓ୍ବାର୍‌

ଓ୍ବାଶିଂଟନ୍‌ ,୨୫ା୨: ଇରାନ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ବିଶାଳ ସେନା ମୁତୟନ କରିଛି। ଆଣବିକ ଶକ୍ତି ସମ୍ପନ୍ନ ଯୁଦ୍ଧ ଜାହାଜ ଆବ୍ରାହମ ଲିଙ୍କନ୍‌ ସମେତ ବିଶ୍ୱର ସର୍ବବୃହତ୍‌ ଯୁଦ୍ଧ ଜାହାଜ ୟୁଏସ୍‌ଏସ୍‌ ଗେରାଲ୍ଡ ଆର୍‌ ଫୋର୍ଡ ମଧ୍ୟ ଇରାନ ଅଭିମୁଖେ ଯାତ୍ରା କରି ଭୂମଧ୍ୟସାଗର ଅତିକ୍ରମ କରିଛି। କିନ୍ତୁ ଦୁଇଟି କାରଣରୁ ୟୁଏସ୍‌ଏସ୍‌ ଗେରାଲ୍ଡ ଆର୍‌ ଫୋର୍ଡର ସୈନ୍ୟଙ୍କ ମନୋବଳ ଯେଭଳି ରହିଛି, ସେମାନେ ଇରାନ ବିରୋଧୀ ଯୁଦ୍ଧରେ କେତେଦୂର ନିଷ୍ଠା ସହ ଲଢ଼େଇ କରିପାରିବେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏହି ବିଶାଳକାୟ ଯୁଦ୍ଧ ଜାହାଜରେ ଅନୂ୍ୟନ ୫ ହଜାରରୁ ଅଧିକ ସୈନ୍ୟ ମୁତୟନ ରହିଛନ୍ତି। ହେଲେ ଶୌଚ ପାଇଁ ଏହି ଜାହାଜର ଟଏଲେଟ୍‌ ବ୍ୟବସ୍ଥା ଏବେ ବଡ଼ ସମସ୍ୟାର କାରଣ ପାଲଟିଛି। ଏହି ଜାହାଜର ୬୫୦ ଟଏଲେଟ୍‌ କାର୍ଯ୍ୟ କରୁନାହିଁ। ଯେଉଁଥିପାଇଁ ଶୌଚ ହେବାକୁ ସୈନ୍ୟଙ୍କୁ ଅନେକ ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ମରାମତି ଏବଂ ସମୟାନୁସାରେ ଦେଖାରଖା ଅଭାବରୁ ଏହାର ଅଧିକାଂଶ ଟଏଲେଟ୍‌ କାର୍ଯ୍ୟ କରୁନାହିଁ। ଏହି ସମସ୍ୟା ଦୂର କରିବାକୁ ଜାହାଜର ଟେକ୍‌ନିସିଆନ୍‌ମାନେ ଅହରହ କାର୍ଯ୍ୟ କରୁଛନ୍ତି। ଏହାସତ୍ତ୍ୱେ ନାବିକ ଏବଂ ଟେକ୍‌ନିସିଆନ୍‌ଙ୍କ ମଧ୍ୟରେ ପ୍ରତ୍ୟେକ ଦିନ କଳହ ଲାଗି ରହୁଛି।
ଅନ୍ୟପକ୍ଷରେ ୟୁଏସ୍‌ଏସ୍‌ ଗେରାଲ୍ଡ ଆର୍‌ ଫୋର୍ଡ ଦୀର୍ଘ ୮ ମାସ ଧରି ସମୁଦ୍ରରେ ଯାତ୍ରା କରୁଥିବାରୁ ଏଥିରେ ମୁତୟନ ହୋଇଥିବା ସୈନ୍ୟଙ୍କ ଉଦାସୀନତା ବଢ଼ିବାରେ ଲାଗିଛି। ୨୦୨୫ ଜୁନ୍‌ରୁ ଆମେରିକା ଛାଡିଥିବା ଏହି ଯୁଦ୍ଧ ଜାହାଜ ଗତ ଜାନୁଆରୀରେ ଭେନେଜୁଏଲା ଅପରେଶନ୍‌ରେ ବଡ଼ ଭୂମିକା ନିଭାଇଥିଲା। ଏହାପରେ ପୁଣି ସେମାନଙ୍କୁ ଇରାନ ଅଭିମୁଖେ ଯିବାକୁ ପଡ଼ିଛି। ଏହି ଜାହାଜର ସର୍ବାଧିକ ନାବିକ ୨୦ରୁ ୨୨ ବର୍ଷ ମଧ୍ୟରେ ହୋଇଥିବାରୁ ଦୀର୍ଘ ୮ ମାସ ଧରି ସେମାନେ ନିଜ ପରିବାରଠାରୁ ଦୂରରେ ରହି ମାନସିକ ସ୍ତରରେ ଭାରାକ୍ରାନ୍ତ ହୋଇପଡ଼ିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଅନ୍ୟଜାତିରେ ବିବାହ କରିବାରୁ ମଲାପରେ ବାପାଙ୍କୁ ମିଳିଲାନି ଚାରି କାନ୍ଧ, ବଡ଼ ପୁଅ ବି ଆସିଲେନି…

ନବରଙ୍ଗପୁର,୨୫।୨(ସଦାଶିବ ପ୍ରହରାଜ): ଆଜିର ସଭ୍ୟ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି । ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ଚାରି କାନ୍ଧ । ଏପରିକି ବଡ଼ ପୁଅ…

ବିଜେଡିର ତୁମ୍ବିତୋଫାନ: ପ୍ରସଙ୍ଗ ଏକ, ବିଚାର ଭିନ୍ନ

ଭୁବନେଶ୍ୱର,୨୫।୨(ରବିନାରାୟଣ ଜେନା):ବିଧାନସଭାର ବଜେଟ ଅଧିବେଶନରେ ବିରୋଧୀ ବିଜେଡି ଏବଂ କଂଗ୍ରେସର ଭିନ୍ନ ବିଚାର ଧାରା ଦେଖିବାକୁ ମିଳିଛି। ୨ ଦଳ ଚାଷୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ହରଡ଼ଘଣାରେ…

ଶୌଚ ହେବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡିଗଲେ ବ୍ୟକ୍ତି, ଦଳିଦେଲା ହାତୀ

ନିରାକାରପୁର, ୨୫।୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅଧୀନସ୍ଥ ନରମାନବି ଗ୍ରାମର ବାବୁଲି ପରିଡା (୪୫)ଙ୍କ ମୃତ୍ୟୁ ଘଟିଛି । କିଛି ଗ୍ରାମବାସୀଙ୍କ…

କଦଳୀ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ଲକ୍ଷରୁ ଉର୍ଦ୍ଧ୍ୱ ସମ୍ପତ୍ତି ଜଳିପୋଡି ପାଉଁଶ

ବାଲେଶର, ୨୫।୨( ବାଞ୍ଛାନିଧି ଦେ ): କଦଳୀ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ। ବାଲେଶ୍ୱର ସହଦେବଖୁଣ୍ଟା ଥାନା ଫାଣ୍ଡି ଛକ ନିକଟ ଏକ କଦଳୀ ଗୋଦାମରେ ନିଆଁ ଲାଗି…

ରାଷ୍ଟ୍ର ହିତରେ ନା କ୍ୟାଡର: ଏମାନଙ୍କ ସମ୍ଭାବନାକୁ ଏଡ଼ାଯାଇ ନ ପାରେ

ଭୁବନେଶ୍ୱର, ୨୫।୨(ସୁନିତ୍‌ ମିଶ୍ର):ଦେଶର ୧୦ ରାଜ୍ୟର ମୋଟ୍‌ ୩୭ଟି ରାଜ୍ୟ ସଭା ଆସନ ଲାଗି ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ଏନେଇ ଗତ ସପ୍ତାହରେ ବିଜ୍ଞପ୍ତି…

ଅସ୍ମିତାର ପ୍ରଥମ ପରିଚୟ

ପିଲାଟି ଯେତେବେଳେ ମାତୃଭାଷା ଛାଡି ଅନ୍ୟଭାଷାରେ ବିଶେଷ କରି ଇଂରାଜୀରେ ଦୁଇପଦ କହିଥାଏ ସେତେବେଳେ ତା’ମା’ବାପା ଖୁସିରେ ଫାଟି ପଡନ୍ତି। ଭାବନ୍ତି ପିଲାଟି କେତେ ଆଗେଇଲାଣି। ଆମ…

କୃଷି ବଜେଟର ଭିତିରି କଥା

ଆମ ଦେଶରେ କର୍ନାଟକ ସରକାର ପ୍ରଥମେ ୨୦୧୧-୧୨ରେ ସାଧାରଣ ବଜେଟ ସହିତ ସ୍ବତନ୍ତ୍ର କୃଷିବଜେଟ ପ୍ରସ୍ତୁତ କଲେ। ଓଡ଼ିଶା ୨୦୧୨-୧୩ ଆର୍ଥିକବର୍ଷଠାରୁ ସ୍ବତନ୍ତ୍ର କୃଷି ଓ ଆନୁଷଙ୍ଗିକ…

ପଞ୍ଚାୟତ ନିର୍ବାଚନକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: ଆଗୁଆ…

ଭୁବନେଶ୍ୱର,୨୫।୨ (ରବିନାରାୟଣ ଜେନା):ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅବଧି ପୂର୍ବରୁ ହେବନାହିଁ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ବିଧାନସଭାରେ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri