ଆଜିର ଦୁନିଆ ହତାଶ, ଭାଙ୍ଗୁଛି ବିଶ୍ୱାସ, କାହିଁକି ଏମିତି କହିଲେ ଜୟଶଙ୍କର…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯ା୯: ମିଳିତ ଜାତିସଂଘର ସାଧାରଣ ସଭାର ୭୯ତମ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ୟୁକ୍ରେନ ଏବଂ ଗାଜାରେ ଚାଲିଥିବା ଯୁଦ୍ଧ ବିରୋଧରେ ବିଶ୍ୱର ଦେଶଗୁଡ଼ିକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଦୁନିଆରେ ବ୍ୟାପକ ପରିମାଣରେ ଘଟୁଥିବା ହିଂସା ବିଷୟରେ ଆମେ ଏହା ଭାବିପାରିବୁ ନାହିଁ ଯେ, ଏହା ପୂର୍ବ ନିର୍ଦ୍ଧାରିତ ହୋଇଛି। ଗାଜା ଯୁଦ୍ଧ ଦର୍ଶାଉଛି ଯେ, ଏହା ବିଶ୍ୱର ପ୍ରଣାଳୀ ଉପରେ ଏହାର ପ୍ରଭାବ ପକାଇଛି। ବୈଠକରେ ଅନ୍ୟ ଦେଶଗୁଡ଼ିକୁ ସାରା ବିଶ୍ୱରେ ଚାଲିଥିବା ଯୁଦ୍ଧର ତୁରନ୍ତ ସମାଧାନ ଖୋଜିବା ପାଇଁ ସେ ଅନୁରୋଧ କରିଛନ୍ତି।

ଜୟଶଙ୍କର କହିଛନ୍ତି, ”ଆମେ କଠିନ ସମୟରେ ଏଠାରେ ଏକାଠି ହୋଇଛୁ। କରୋନା ମହାମାରୀର ବିପଦରୁ ବିଶ୍ୱ ଏପର୍ଯ୍ୟନ୍ତ ଉଦ୍ଧାର ହୋଇପାରି ନାହିଁ। ୟୁକ୍ରେନରେ ଯୁଦ୍ଧ ତୃତୀୟ ବର୍ଷରେ। ଗାଜାରେ ଯୁଦ୍ଧ ଭୟଙ୍କର ରୂପ ନେଉଛି।’ ସେ କହିଛନ୍ତି, ‘ଆଜିର ଦୁନିଆ ଦୁର୍ବଳ, ହତାଶ ଏବଂ ବିରୋଧୀ ଦଳରେ ବିଭକ୍ତ। ଦେଶ ମଧ୍ୟରେ ପ୍ରକ୍ରିୟା ସମାପ୍ତ ହେଉଛି ଏବଂ ବିଶ୍ୱାସ ଭାଙ୍ଗୁଛି। ଆଜିର ଦୁନିଆର ପରିସ୍ଥିତିରେ ପରସ୍ପର ସହ ଯୋଗାଯୋଗ କରିବା କଷ୍ଟସାଧ୍ୟ ହୋଇପଡ଼ିଛି। କୌଣସି ପ୍ରସଙ୍ଗରେ ସହମତି ପ୍ରକାଶ କରିବା ଆହୁରି କଷ୍ଟସାଧ୍ୟ ହୋଇପଡ଼ିଛି।“

ସେ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ବଜାରକୁ କାବୁ କରିବାରେ ସଂଯମତାର ଅଭାବ ଥାଏ, ସେତେବେଳେ ଏହା ଅନ୍ୟମାନଙ୍କ ଜୀବିକା ତଥା ସାମାଜ ପ୍ରତି କ୍ଷତି ପହଞ୍ଚାଇଥାଏ। ବିକଶିତ ଦେଶମାନଙ୍କ ଦ୍ୱାରା ଜଳବାୟୁ ଦାୟିତ୍ୱବୋଧକୁ ଏଡ଼ାଇବା ବିକାଶଶୀଳ ଦେଶର ବିକାଶ ସମ୍ଭାବନାକୁ ଦୁର୍ବଳ କରିଦିଏ। ସେ କହିଛନ୍ତି, ଭାରତ ବର୍ଷ ବର୍ଷ ଧରି ସୁରକ୍ଷା ପରିଷଦରେ ସଂସ୍କାର ଆଣିବାକୁ ଦାବି କରିଆସୁଛି, ଯେଉଁଥିରେ ଏହାର ସ୍ଥାୟୀ ତଥା ଅଣ-ସ୍ଥାୟୀ ବର୍ଗରେ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri