ଆଜି ଭାଲେଣ୍ଟାଇନ୍ସ ଡେ’: ପ୍ରଥମ ପସନ୍ଦ ସ୍ପେଶିଆଲ ଚକୋଲେଟ୍‌

ବ୍ରହ୍ମପୁର,୧୪।୨(ତନୁଶ୍ରୀ ନାହାକ): ଗତ ୭ରୁ ଆରମ୍ଭ ହୋଇଛି ପ୍ରେମ ଦିବସ (ଭାଲେଣ୍ଟାଇନ୍ସ ଡେ)। ଖାସ ପ୍ରେମୀଯୁଗଳଙ୍କ ପାଇଁ ମୁଖ୍ୟତଃ ଏହି ଦିବସ ମହତ୍ୱ ରଖୁଥିବାବେଳେ ଏହି ଦିନଟି ସେଣ୍ଟ ଭାଲେଣ୍ଟାଇନଙ୍କ ତ୍ୟାଗକୁ ମନେପକାଇବା ନିମନ୍ତେ ଆରମ୍ଭ ହୋଇଥିବା ଇତିହାସରୁ ଜଣାପଡେ। ତେବେ ଯୁଗ ବଦଳିବା ସହ ଭାଲେଣ୍ଟାଇନରେ ପ୍ରେମ ନିବେଦନର ପରିଭାଷା ମଧ୍ୟ ବଦଳିଛି। ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ପ୍ରେମ ଦିବସର ବିଭିନ୍ନ ଦିନରେ ଗୋଲାପ ଦିବସ, ପ୍ରେମ ନିବେଦନ ଦିବସ, ଆଲିଙ୍ଗନ ଦିବସ, ଚକଲେଟ, ପ୍ରତିଶ୍ରୁତି ଦିବସ, ଚୁମ୍ବନ ଦିବସ,ଟେଡ଼ି ବିୟର ବା ଉପହାର ପ୍ରଦାନ ଦିବସ ଓ ଶେଷରେ ଭାଲେଣ୍ଟାଇନ ବା ପ୍ରେମ ଦିବସ ପାଳିତ ହେଉଛି। ପ୍ରେମୀଯୁଗଳମାନେ ପ୍ରତ୍ୟେକ ଦିନ ଗୋଲାପ ଫୁଲଠାରୁ ଆରମ୍ଭ କରି ଗୋଲାପ ଫୁଲତୋଡ଼ା, ସୁନ୍ଦର ସୁନ୍ଦର ଉପହାର, ପ୍ରତିଶ୍ରୁତି ବାର୍ତ୍ତା ଲିଖିତ ପତ୍ର, ଚକଲେଟ ଆଦି ପାର୍କ, ବେଳାଭୂମି, ହୋଟେଲ ଭଳି ସ୍ଥାନରେ ପରସ୍ପରକୁ ଉପହାର ଦେଇ ନିଜ ଅନ୍ତରର ଆବେଗ ଓ ଭାବନା ପ୍ରକାଶ କରନ୍ତି। ଏହିପରି ସମୟରେ ସିଜନାଲ ଷ୍ଟୋରଗୁଡ଼ିକରେ ମଧ୍ୟ ବ୍ୟବସାୟୀମାନେ ଭଲ ଦୁଇ ପଇସା ରୋଜଗାର କରନ୍ତି। ତେବେ ସୋସିଆଲ ମିଡିଆ ଆସିବା ପରେ ଫୁଲ ବ୍ୟବସାୟ ମାନ୍ଦା ହେଉଥିବା ପୁରୁଣା ବସଷ୍ଟାଣ୍ଡ ଓ ସୁବାରାଓ ଛକସ୍ଥିତ ଫୁଲ ବ୍ୟବସାୟୀ ମାନେ କହିଛନ୍ତି। ବ୍ୟବସାୟୀ ବିଭୁତି ପାଳ କହିଛନ୍ତି ଯେ, ପୂର୍ବରୁ ଭାଲେଣ୍ଟାଇନ ସପ୍ତାହରେ ଲକ୍ଷାଧିକ ଟଙ୍କା ଫୁଲ ଆମଦାନୀ ହେଉଥିଲା। କିନ୍ତୁ ଚଳିତ ବର୍ଷ ମାତ୍ର ୪୦ରୁ ୫୦ ହଜାର ଟଙ୍କାର ଫୁଲ ଆମଦାନୀ ହୋଇଛି। କେବଳ ସରସ୍ବତୀ ପୂଜା ହିଁ ଭରସା । ପୁରାତନ ସିଜନାଲ ଷ୍ଟୋର ବ୍ୟବସାୟୀ ରଞ୍ଜନା ମିଶ୍ର କହିଛନ୍ତି ଯେ,ଚଳିତ ବର୍ଷ ମାର୍କେଟରେ ବିଭିନ୍ନ ଡ଼ିଜାଇନର ଭାଲେଣ୍ଟାଇନ କାର୍ଡ଼ ଉପଲବ୍ଧ ହେଉଛି। ୫୦ରୁ ଆରମ୍ଭ କରି ୧୫୦୦ଟଙ୍କା ପର୍ଯ୍ୟନ୍ତ କାର୍ଡ଼ ମଗାଯାଇଥିଲେ ସୁଦ୍ଧା ଗ୍ରାହକଙ୍କ ଦେଖାନାହିଁ। କେବଳ କେଡ଼ବରୀ ଡ଼େରୀମିଲ୍କର ଭାଲେଣ୍ଟାଇନ ସ୍ପେଶିଆଲ ଚକୋଲେଟ୍‌ର ଚାହିଦା ରହିଛି, ଯାହାର ମୂଲ୍ୟ ୩୦୦ରୁ ୪୦୦ ଟଙ୍କା ରହିଥିବା ବ୍ୟବସାୟୀମାନେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri