ଆଜିର ପ୍ରୟାସ, କାଲିର ସଫଳତା

ପ୍ରୟାସ ବିନା ସଫଳତା ନାହିଁ। ସଫଳତା ଏକ ସୁନ୍ଦର ସ୍ବପ୍ନ, ଯାହାକୁ ପ୍ରାୟ ସମସ୍ତେ ଦେଖନ୍ତି। କିନ୍ତୁ ସମସ୍ତଙ୍କୁ ସେହି ସଫଳତା ମିଳି ନ ଥାଏ। କେହି ଜୀବନରେ ବହୁତ ବଡ଼ ସଫଳତା ଅର୍ଜନ କରନ୍ତି, ଆଉ କେହି କେହି ଚେଷ୍ଟା କଲେ ମଧ୍ୟ ଅଧା ରାସ୍ତାରେ ରହିଯାନ୍ତି। ଏହାର ପଛରେ କେତେକ ପ୍ରମୁଖ କାରଣ ରହିଛି। ପ୍ରଥମେ ଲକ୍ଷ୍ୟ ଓ ପ୍ରୟାସର ତଫାତ୍‌। ସମସ୍ତଙ୍କର ସ୍ବପ୍ନ ଥାଏ, କିନ୍ତୁ ସେହି ସ୍ବପ୍ନକୁ ସତ୍ୟ କରିବା ପାଇଁ ଅଟଳ ପ୍ରୟାସ, ସାହସ ଓ ସହନଶୀଳତା ଦରକାର ଯାହା ସମସ୍ତଙ୍କର ସମାନ ନୁହେଁ। ଦ୍ୱିତୀୟ, ପରିସ୍ଥିତି ଓ ସୁଯୋଗର ତଫାତ୍‌। କାହା ପାଖରେ ଶିକ୍ଷା, ସମ୍ପର୍କ ଓ ସହଯୋଗ ଇତ୍ୟାଦିରେ ଭରପୂର ସୁଯୋଗ ଥିବାବେଳେ କେତେଜଣ ବିପରୀତ ପରିସ୍ଥିତିରେ ଯୁଝିବାକୁ ବାଧ୍ୟ ହୁଅନ୍ତି। ସୁଯୋଗକୁ ଚିହ୍ନଟକରି ଉପଯୋଗ କରିବାରେ ଯିଏ ସକ୍ଷମ, ସେମାନଙ୍କଠାରେ ସଫଳତା ନିଶ୍ଚିତ। ତୃତୀୟ, ମନୋଭାବ ଓ ଧୈର୍ଯ୍ୟ। ସଫଳତାର ପଥରେ ବିଫଳତା ଏକ ସାଧାରଣ ସାଥୀ। କିନ୍ତୁ ଯିଏ ବିଫଳତାକୁ ଶିକ୍ଷା ଭାବରେ ନେଇ ପୁନର୍ବାର ଚେଷ୍ଟାକରେ, ସେଥିରେ ଲକ୍ଷ୍ୟ ସାଧନର ସମ୍ଭାବନା ବଢ଼ିଯାଏ। ଆଉ ଯିଏ ପ୍ରଥମେ ହାରିଯାଏ, ସେ ସଫଳତାରୁ ଦୂରେଇଯାଏ। ଚତୁର୍ଥ, ସମୟ ଓ ପ୍ରାଥମିକତା। ଜୀବନରେ କାହାକୁ ସଫଳତା ଶୀଘ୍ର ମିଳେ, ଆଉ କାହାକୁ ଡେରିରେ। ଯିଏ ସମୟକୁ ସତ୍‌ ବ୍ୟବହାର କରେ, ଧୈର୍ଯ୍ୟ ଧରେ, ସେହି ବ୍ୟକ୍ତିର ସ୍ବପ୍ନ ଦିନେ ନା ଦିନେ ସତ୍ୟ ହୋଇଥାଏ। କିନ୍ତୁ ଧୈର୍ଯ୍ୟ ହରାଇଲେ ସୁଯୋଗ ହାତଛଡ଼ା ହୋଇଯାଏ। ମନୋବିଜ୍ଞାନୀମାନେ କହନ୍ତି, ଯିଏ କାମକୁ ପୁନଃ ପୁନଃ ପଛକୁ ରଖନ୍ତି, ସେମାନଙ୍କର ଆତ୍ମବିଶ୍ୱାସ କମେ, ସ୍ପୃହା କମେ ଓ ସଫଳତା ସମ୍ଭାବନା କମିଯାଏ। ସଫଳତା ପାଇଁ ଆବଶ୍ୟକ-ସ୍ପଷ୍ଟ ଲକ୍ଷ୍ୟ, ଅଟଳ ପ୍ରୟାସ, ଧୈର୍ଯ୍ୟ, ସୁଯୋଗକୁ ବୁଝିବା କୌଶଳ ଏବଂ ନିଜର ପରିଭାଷା। ଯିଏ ଏହି ସବୁକୁ ଅନୁସରଣ କରେ, ସେହି ଜଣଙ୍କ ପାଇଁ ସଫଳତା ନିଶ୍ଚିତ।
ଆଉ କେତେଜଣ ଲୋକଙ୍କ କ୍ଷେତ୍ରରେ ସଫଳତାର ସମସ୍ତ ସାଧନ ଥିଲେ ମଧ୍ୟ ପ୍ରୟାସର ଘୋର ଅଭାବ ପରିଲକ୍ଷିତ ହୁଏ। ମୋ ଦ୍ୱାରା ହେବନି, ମୁଁ ପାରିବିନି, ଏତେ କଷ୍ଟ କିଏ କରିବ, କାଲି କରିବି ଏଭଳି ଉକ୍ତି ରଖୁଥିବା ମଣିଷ ନିଜର ସ୍ବପ୍ନକୁ ଆରମ୍ଭରୁ ହିଁ ମାରିଦିଏ। ଯିଏ କହେ ମୁଁ ପାରିବିନି ବା ସେ କାର୍ଯ୍ୟ ମୋ ଦ୍ୱାରା ହେବନି ସେ କାମ ଆରମ୍ଭ କରିବା ପୂର୍ବରୁ ହିଁ ପରାଜୟ ସ୍ବୀକାରକରି ଦେଇଥାଏ। ଏହା ନିରାଶାର ଭାବନା ଏବଂ ଆତ୍ମବିଶ୍ୱାସର ଅଭାବ। ମୁଁ ପାରିବିନି କହିବାର ଅର୍ଥ ହେଲା ନିଜ କ୍ଷମତାକୁ ସେ କେବେ ବିଶ୍ୱାସ କରେନାହିଁ। ସଫଳତା ସେହିଥିରେ ଆସେ, ଯେଉଁଠି ସକାରାତ୍ମକ ଭାବନା ଥାଏ। ନକାରାତ୍ମକ ମନୋଭାବ ଥିଲେ ପାଦେ ପାଦେ ବିଫଳତା ଆସିଥାଏ। ପ୍ରୟାସ ସେତେବେଳେ ସଫଳ ହୋଇପାରେ, ଯେବେ ମୁଁ ପାରିବି ବୋଲି ବିଶ୍ୱାସ ରହେ। ସଫଳତା ପାଇଁ ପ୍ରୟାସ ଆବଶ୍ୟକ। କିନ୍ତୁ ଯିଏ କହେ, କଷ୍ଟ କିଏ କରିବ ସେ ପ୍ରୟାସରୁ ଓହରିଯାଇଥାଏ। କିନ୍ତୁ କଷ୍ଟ ବିନା କେବେ ସଫଳତା ମିଳେନାହିଁ। କଷ୍ଟ ହେଉଛି ସଫଳତାର ଶିଡ଼ି, ଯାହା ମାଧ୍ୟମରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସମ୍ଭବ। ପ୍ରୟାସର ମୂଳ ଆଧାର ପରିଶ୍ରମ। ଯେତେ କଷ୍ଟ, ସେତେ ଫଳ। ଯିଏ ପରିଶ୍ରମ କାତର ସେ ସୁଯୋଗ ହରାଇଥାଏ ଏବଂ ଜୀବନରେ ପଛୁଆ ହୋଇ ରହିଥାଏ। ‘କାଲି କରିବି’ – ଏହି ଅଭ୍ୟାସଟି ଆମ ଦୈନନ୍ଦିନ ଜୀବନର ସର୍ବାଧିକ ପ୍ରଚଳିତ କଥା। କାଲିରେ କାମ ସରିବ ବୋଲି ଆମେ ନିଜକୁ ସାନ୍ତ୍ବନା ଦେଇଥାଉ, କିନ୍ତୁ ସେହି କାଲି କେବେ ଆସେନି। ପ୍ରତ୍ୟେକ କାଲି ପୁଣି ଆଜିରେ ପରିଣତ ହୁଏ। ସେହିପରି ଆମର ସ୍ବପ୍ନ, ଲକ୍ଷ୍ୟ ଓ କାମଗୁଡ଼ିକ କାଲିକୁ ରହିଲେ ସେଗୁଡ଼ିକ ସର୍ବଦା ଅପୂର୍ଣ୍ଣ ରହିଯାଏ। ବିଶ୍ୱରେ ଯେଉଁମାନେ ସଫଳ ହୋଇଛନ୍ତି, ସେମାନଙ୍କ ଜୀବନରୁ ଏ କଥା ସ୍ପଷ୍ଟ -ସେମାନେ କାଲି ପାଇଁ ଅପେକ୍ଷାକରି ନ ଥିଲେ। ଥୋମାସ ଏଡିସନ ୧୦୦୦ରୁ ଅଧିକ ବିଫଳ ପରୀକ୍ଷଣ ପରେ ବିଦ୍ୟୁତ୍‌ ବଲ୍‌ବ ଆବିଷ୍କାରକଲେ। ଯଦି ସେ କାଲି ପାଇଁ ଛାଡ଼ି ଦେଇଥାନ୍ତେ, ଆଜି ବିଶ୍ୱ ଅନ୍ଧକାରରେ ରହୁଥାନ୍ତା। ମହାତ୍ମା ଗାନ୍ଧୀ ଯଦି କାଲି ପାଇଁ ଅପେକ୍ଷା କରିଥାନ୍ତେ, ସ୍ବାଧୀନତା ଆନ୍ଦୋଳନ କେବେ ଗତି କରିପାରି ନ ଥାନ୍ତା।
ପ୍ରୟାସ ହେଉଛି ଜୀବନର ମୂଳ ଚାବି, ଯାହା ବିନା କୌଣସି ସଫଳତା ସମ୍ଭବ ନୁହେଁ। ଆଜିର ପରିଶ୍ରମ, ନିଷ୍ଠା ଓ ଧୈର୍ଯ୍ୟ କାଲିର ଉଜ୍ଜ୍ୱଳ ସଫଳତାକୁ ନିଶ୍ଚିତକରେ। ଯେଉଁଠି ସଫଳତାର ପରିଭାଷା ପ୍ରତ୍ୟେକଙ୍କ ପାଇଁ ଅଲଗା, ସେଠି ଏକମାତ୍ର ସାଧାରଣ ସତ୍ୟ ହେଲା ଅନବରତ ପରିଶ୍ରମ ଓ ଦୃଢ଼ ସଙ୍କଳ୍ପ ବିନା ସଫଳତା ସମ୍ଭବ ନୁହେଁ। ପରିଶ୍ରମୀ, ସହନଶୀଳ ଓ ସକାରାତ୍ମକ ମନୋଭାବ ବ୍ୟକ୍ତିଙ୍କ ପାଇଁ କୌଣସି ଲକ୍ଷ୍ୟ ଦୂର ନୁହେଁ। ଯେପରି ସୂର୍ଯ୍ୟ ଉଦୟ ପୂର୍ବରୁ ଅନ୍ଧକାର ଅପସରି ଯାଏ, ସେପରି ପ୍ରୟାସର ଆଲୋକରେ ଅସଫଳତା ଦୂରୀଭୂତ ହୋଇ ସଫଳତାର ପ୍ରଭାତ ଆସିଥାଏ। ଜୀବନର ପ୍ରତ୍ୟେକ କ୍ଷଣ ଏକ ସୁଯୋଗ। ସେହି ସୁଯୋଗକୁ କାଲି ପାଇଁ ଛାଡ଼ିଦେଲେ, ଏହା ଆଉ କେବେ ମିଳେନାହିଁ। ଆମର ପ୍ରୟାସ ପରିଶ୍ରମ ଓ ସଫଳତାର ସ୍ଥାନ କେବଳ ଆଜି।
ମୋ: ୯୩୪୮୧୨୭୪୪୭

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

ଇରାନ୍‌ ଗୋଇନ୍ଦା ମନ୍ତ୍ରୀଙ୍କୁ ହତ୍ୟା

ତେଲ୍‌ ଆଭିଭ୍‌ ,୧୯ା୩: ଇରାନ୍‌କୁ ବୁଧବାର ପୁଣି ଶକ୍ତ ଧକ୍କା ଲାଗିଛି। ଇସ୍ରାଏଲ ଆକ୍ରମଣରେ ଇରାନ୍‌ର ଗୋଇନ୍ଦା ବିଭାଗ ମନ୍ତ୍ରୀ ଇସ୍‌ମାଇଲ ଖାତିବ୍‌ ନିହତ ହୋଇଛନ୍ତି। ମଙ୍ଗଳବାର…

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri