ଆଜିର ଆହ୍ବାନ

ସ୍ବାମୀ ବିବେକାନନ୍ଦ ପରାଧୀନ ଭାରତର ଯୁବଗୋଷ୍ଠୀଙ୍କୁ ସମ୍ବୋଧିତ କରିବା ଅବସରରେ କହିଥିଲେ, ”ଉଠ, ଜାଗ୍ରତ ହୁଅ ଓ ଯେତେବେଳ ପର୍ଯ୍ୟନ୍ତ ଲକ୍ଷ୍ୟ ପ୍ରାପ୍ତ କରିନାହଁ ସେତେବେଳ ପର୍ଯ୍ୟନ୍ତ ଅଟକିବ ନାହିଁ, ବିଶ୍ରାମ ନେବ ନାହିଁ। ଯେଉଁ ବିଷୟରେ ଭାବୁଛ, ତାହାକୁ ନିଜ ବିଚାରଧାରା କରି ନିଅ। ତାହା ଉପରେ ସ୍ବପ୍ନ ଦେଖ। ସେହି ବିଚାରଧାରାକୁ ନେଇ ଜୀବନଧାରଣ କର। ତୁମ ମନ, ପ୍ରାଣ, ମାଂସପେଶୀ ଓ ଶିରାପ୍ରଶିରା ସହ ତୁମ ଶରୀରର ପ୍ରତ୍ୟେକଟି କୋଷିକାରେ ସେହି ବିଚାରକୁ ଭରି ଦିଅ। ଦେଖିବ, ଏହା ତୁମକୁ ସଫଳତା ଆଣିଦେବ। ଏହା ହିଁ ହେଉଛି ସଫଳତାର ସୂତ୍ର। ସମସ୍ତ ଶକ୍ତି ଆମ ଶରୀରରେ ଅଛି। ଆମେ କିଛି ବି କରିପାରିବା। ହଁ, ସବୁକିଛି କରିପାରିବା ଆମେ। ତେଣୁ ନିଜ ଉପରେ ବିଶ୍ୱାସ ରଖ। ଭରସା ରଖ। କେହି ଦୁର୍ବଳ ନୁହଁ। ଯଦି ମନ ଓ ପ୍ରାଣ ମଧ୍ୟରେ ସଙ୍ଘର୍ଷ ଚାଲୁଥାଏ; ତେବେ ଆମକୁ ତାହା କରିବା ଉଚିତ୍‌, ଯାହା ଆମ ହୃଦୟ କହୁଛି।“ ସ୍ବାମୀ ବିବେକାନନ୍ଦଙ୍କ ଏହି ବିଚାର ଅଗଣିତ ଭାରତୀୟ ଯୁବଗୋଷ୍ଠୀଙ୍କ ମନରେ ସ୍ବାଭିମାନ ଓ ସ୍ବତନ୍ତ୍ରତାର ବୀଜ ରୋପଣ କରିଥିଲା। ବିବେକାନନ୍ଦଙ୍କ ଜୀବନୀ ଅଧ୍ୟୟନ କରିବା ପରେ ଗାନ୍ଧୀଜୀ କହିଥିଲେ; ସ୍ବାମୀଜୀଙ୍କ ବିଚାରଧାରା ଦ୍ବାରା ମୁଁ ଗଭୀର ମାତ୍ରାରେ ପ୍ରଭାବିତ। ଦେଶପ୍ରତି ସ୍ବାମୀଜୀଙ୍କ ପ୍ରେମ ଓ ଭଲ ପାଇବା ହିଁ; ଭାରତ ପ୍ରତି ମୋର ଭଲପାଇବାକୁ ହଜାରେ ଗୁଣରେ ବଢ଼ାଇ ଦେଇଛି।
ସମ୍ପ୍ରତି ବେରୋଜଗାର, ମୁଦ୍ରାସ୍ଫୀତି ଭଳି ସ୍ଥିତିରେ ଭାରତୀୟ ଯୁବଗୋଷ୍ଠୀଙ୍କୁ ସ୍ବାମୀଜୀଙ୍କ ବିଚାରଧାରାରୁ ଅନେକ ଉପକାର ମିଳିବ। ଯାହା ସେମାନଙ୍କୁ ପ୍ରତି ମୁହୂର୍ତ୍ତରେ ଅଭିପ୍ରେରିତ କରିବ। ଏକଦା ଯୁବଗୋଷ୍ଠୀଙ୍କ ଉଦ୍ଦେଶ୍ୟରେ ସ୍ବାମୀଜୀ କହିଥିଲେ,”ଜୀବନରେ ସର୍ବଦା ଜୋଖିମ (ବିପଦ) ଉଠାଅ; ବିଜୟୀ ହେଲେ ନେତୃତ୍ୱ ନେବ, ପରାଜିତ ହେଲେ ଲୋକଙ୍କୁ ମାର୍ଗ ଦର୍ଶନ କରିବ।“ ନିଜ ବିଷୟରେ ଉଦାହରଣ ଦେଇ ସ୍ବାମୀଜୀ ଥରେ କହିଥଲେ,”ମୋର ନିଜର ସହସ୍ର ଦୋଷ ଅବା ଖୁଣ ଥିବା ସତ୍ତ୍ବେ ମୁଁ ନିଜକୁ ଯଦି ଭଲ ପାଇ ପାରୁଛି। ତେବେ କିଞ୍ଚିତ ଦୋଷ ପାଇଁ ମୁଁ ଅନ୍ୟକୁ କାହିଁକି ହତାଦର ଅବା ଘୃଣା କରିବି ?“ ଅତୀତରେ ଭରତ ଥିଲା ବିଶ୍ବଗୁରୁ। ଆଜି ଭାରତରେ ଆଧ୍ୟାତ୍ମିକ ଭ୍ରଷ୍ଟାଚାର ବ୍ୟାପି ଚାଲିଛି। ଏହି ସମସ୍ୟାର ପ୍ରତିକାର ବିଷୟରେ ସ୍ବାମୀଜୀ ବହୁ ପୂର୍ବରୁ କହିଥିଲେ, ‘ଜଣଙ୍କୁ କେହି ହେଲେ ଆଧ୍ୟାତ୍ମିକ ଭାବେ ଗଢ଼ିପାରିବ ନାହିଁ। କାରଣ ଆମ ନିଜର ସବୁଠାରୁ ବଡ଼ ଗୁରୁ ହେଉଛି ନିଜ ଅନ୍ତରାତ୍ମା’। ସ୍ବାମୀଜୀଙ୍କ ଏହି ବିଚାରଧାରା ଅନେକ ପ୍ରାସଙ୍ଗିକତା ବହନ କରେ।
ସାରା ଦୁନିଆକୁ ଭାରତର ଶକ୍ତି ବିଷୟରେ ଅବଗତ କରାଇବା ଥିଲା ସ୍ବାମୀଜୀଙ୍କର ସବୁଠାରୁ ବଡ଼ ଉପଲବ୍ଧି। ୧୮୯୩ ସେପ୍ଟେମ୍ବର ୧୧ରେ ଆମେରିକାର ଚିକାଗୋରେ ଅନୁଷ୍ଠିତ ବିଶ୍ବ ଧର୍ମ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ କରି ସ୍ବାମୀ ବିବେକାନନ୍ଦ ଏପରି ଓଜସ୍ବୀ ଭାଷଣ ଦେଇଥିଲେ; ଯାହା ଶୁଣି ସମଗ୍ର ଦୁନିଆ ସ୍ତବ୍ଧ ହୋଇଯାଇଥିଲା। ସ୍ବାମୀଜୀଙ୍କ ଏହି ସମ୍ଭାଷଣ ପରେ ସାରା ଦୁନିଆର ବିଭିନ୍ନ ସ୍ଥାନରୁ ଭିନ୍ନଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଶିଷ୍ଟ ଲେଖକ ରାଜଗୋପାଳ ଚଟ୍ଟୋପାଧ୍ୟାୟ ନିଜ ପୁସ୍ତକ ‘ସ୍ବାମୀ ବିବେକାନନ୍ଦ ଇନ ଇଣ୍ଡିଆ : ଏ କରେକ୍ଟିଭ ବାୟୋଗ୍ରାଫି’ର ପୃଷ୍ଠା ସଂଖ୍ୟା ୧୫୦ରେ ଆମେରିକୀୟ ପତ୍ରିକା ‘ଦ ନ୍ୟୁୟର୍କ କ୍ରିଟିକ’ର ଏକ ଟିପ୍ପଣୀ ବିଷୟରେ ଆଲୋକପାତ କରିଛନ୍ତି। ଏହି ପତ୍ରିକା ଲେଖିଥିଲା, ଅନେକ ଲୋକ ଭଲ ଭାଷଣ ଦେଲେ କିନ୍ତୁ ଜଣେ ହିନ୍ଦୁ ସାଧୁ ବିଶ୍ବଧର୍ମ ସମ୍ମିଳନୀ ବିଷୟକୁ ଯେପରି ଢଙ୍ଗରେ ଲୋକଙ୍କ ସମ୍ମୁଖରେ ରଖିଲେ; ସେପରି କେହି ରଖିପାରି ନ ଥିଲେ। ସେ ଜଣେ ବହୁତ ବଡ଼ ବକ୍ତା। ଆମ ପତ୍ରିକା ତାଙ୍କରି ସମ୍ପୂର୍ଣ୍ଣ ବକ୍ତବ୍ୟକୁ ଛାପୁ ଅଛି କିନ୍ତୁ ସେଠାରେ ଉପସ୍ଥିତ ଲୋକଙ୍କ ଉପରେ ଏହି ବକ୍ତବ୍ୟର ଯାହା ପ୍ରଭାବ ପଡ଼ିଥିଲା, ତାହାକୁ ପ୍ରକାଶ କରିବା ଆମ ପକ୍ଷେ ଅତ୍ୟନ୍ତ କଷ୍ଟସାଧ୍ୟ। ଦୁନିଆର ଦୃଷ୍ଟି କୋଣକୁ ବଦଳାଇ ଦେଇଥିବା ଏହି ମହାନ୍‌ ବ୍ୟକ୍ତିତ୍ୱଙ୍କୁ ଜନ୍ମ ଦେଇ ଭାରତମାତା ଯେତିକି ଗୌରବାନ୍ବିତ, ଭାରତୀୟ ଭାବେ ଆମେ ସେତିକି ଗର୍ବିତ। ଆଜିର ଯୁବପିଢ଼ି ତାଙ୍କ ଆହ୍ବାନକୁ ଗହଣ କରି ଦେଶକୁ ଗୌରବାନ୍ବିତ କରନ୍ତୁ।

ଇପ୍ସିତା ମହାନ୍ତି
ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri