ନବରଙ୍ଗପୁର,୧୨।୩(ସଦାଶିବ ପ୍ରହରାଜ):ନବରଙ୍ଗପୁର ପୂର୍ବତନ ଏମ୍ପି ତଥା ବିଜେଡି ବରିଷ୍ଠ ନେତା ପ୍ରଦୀପ ମାଝୀ ୧୨ ତାରିଖ ବୁଧବାର ବିବାହ କରିବେ। ସେ ନିଜ ବାନ୍ଧବୀ ସଙ୍ଗୀତା ସାହୁଙ୍କୁ ବିବାହ କରିବାକୁ ଯାଉଛନ୍ତି। ସଙ୍ଗୀତାଙ୍କ ଘର କେନ୍ଦ୍ରାପଡ଼ା ଜିଲାରେ। ସେ ଭୁବନେଶ୍ୱରରେ ନିଜସ୍ବ ଡିଜିଟାଲ ମାର୍କେଟିଂ କାର୍ଯ୍ୟ କରୁଥିଲେ। ତେବେ ଉଭୟେ ଗୋଆସ୍ଥିତ ପଞ୍ଜିମ କେଡିନା ହାଉସ୍ରେ ଡେଷ୍ଟିନେଶନ ଓ୍ବେଡିଂ କରିବେ। ଉଭୟ ପରିବାର ଓ କେତେଜଣ ହାତ ଗଣତି ଲୋକ ହିଁ ଏହି ବିବାହ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଦୀପଙ୍କ ବାପା ତଥା ପୂର୍ବତନ ରାଜ୍ୟ ସଭା ସଦସ୍ୟ ଭଗବାନ ମାଝୀ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଭାଇ ପ୍ରସନ୍ନ ମାଝୀ ପ୍ରମୁଖ ବିବାହରେ ସାମିଲହେବାକୁ ଗୋଆ ଯାତ୍ରା କରିଥିବା ସୂଚନା ମିଳିଛି।


