Posted inରାଜ୍ୟ

ଚାଲିଥିଲା ଓଡ଼ିଶା ବନ୍ଦ: ଭକ୍ତ କଲେ ବଡ଼ ଘୋଷଣା, ଏବେ…

ଭୁବନେଶ୍ୱର,୧୭।୭: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲାରେ ଆଜି କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। ଆଜି ସକାଳ ୬ରୁ ସଂଧ୍ୟା ୬ ଯାଏ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଛି। ସକାଳୁ ଜୋରଦାର ପ୍ରତିବାଦ କରୁଛି କଂଗ୍ରେସ। କଂଗ୍ରେସ ନେତା ଓ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି। ଏହି ସମୟରେ ପିସିସି ସଭାପତି ଭକ୍ତ ଦାସ ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି, ଏହା ନ୍ୟାୟର ଲଢ଼େଇ। ଆଜି ସମଗ୍ର ରାଜ୍ୟରେ ବନ୍ଦ ପାଳନ କରାଯାଉଛି। ସବୁଠି ଦୋକାନ, ବଜାର, ଅଫିସ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ରେଳ ରୋକ କରିଛନ୍ତି କର୍ମୀ। ଲୋକେ ସ୍ବତଃପ୍ରବୃତ ଭାବେ ସମର୍ଥନ କରୁଛନ୍ତି। ଧସ୍ତାଧସ୍ତି ହେବ, କିନ୍ତୁ ଆମେ ନ୍ୟାୟ ପାଇଁ ଲଢ଼େଇ କରୁଛୁ। ନ୍ୟାୟ ଦିଅ, ଆମେ ବନ୍ଦ ପ୍ରତ୍ୟାହାର କରିବୁ।

ଭାଜପା ସରକାରଙ୍କ ନିଷ୍କ୍ରିୟତାକୁ ନେଇ ଗୁରୁବାର ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଛି। ଏହି ଅବସରରେ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଅହିଂସା ଆନ୍ଦୋଳନ ହେବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ବୁଧବାର ରାଜ୍ୟ କଂଗ୍ରେସ ଭବନଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଭକ୍ତ କହିଛନ୍ତି, ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ପଛରେ ସରକାରୀ ଷଡ଼ଯନ୍ତ୍ର ଲୁଚିରହିଛି। ଏହାକୁ ଲୋକଲୋଚନକୁ ଅଣାଯିବା ସହିତ ତାଙ୍କୁ ନ୍ୟାୟ ଦେବା ପାଇଁ ସାରା ଓଡ଼ିଶାରେ ବନ୍ଦ ପାଳନ କରାଯିବ। ସୌମ୍ୟାଶ୍ରୀ ଜଣେ ସାହସୀ ଝିଅ ଥିଲେ। ସେ ନ୍ୟାୟ ପାଇଁ ସରକାରୀ ବ୍ୟବସ୍ଥା ବିରୋଧରେ ଲଢ଼େଇକରି ମଧ୍ୟ ହାରିଗଲେ। ଆଗାମୀ ଦିନରେ ଓଡ଼ିଶାରେ ଯେପରି ଏପରି ଘଟଣାର ପୁନରାବୃତ୍ତି ନ ହେବ ସେଥିନେଇ କଂଗ୍ରେସ ଓ ସମଭାବାପନ୍ନ ୮ ଦଳ ଭାଜପାର କୁଶାସନ ବିରୋଧରେ ଏହି ବନ୍ଦକୁ ଓହ୍ଲାଇଛନ୍ତି।

ଭକ୍ତ କହିଛନ୍ତି, ରାଜ୍ୟରେ ଏକ ଅପାରଗ ସରକାର ରହିଛି, ଯେଉଁଥିପାଇଁ ଝିଅଟି ସବୁ ଫୋରମ୍‌ରେ ଗୁହାରି କରି ମଧ୍ୟ ନିରାଶ ହୋଇଥିଲେ। ହେଲେ ଏହି ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆସିବାକୁ ହେଲେ ଉଚ୍ଚ ନ୍ୟାୟାଳୟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା ନ୍ୟାୟିକ ତଦନ୍ତ କରାଯିବାର ଆବଶ୍ୟକତା ରହିଛି। ନଚେତ୍‌ ସରକାରୀ ପ୍ରକ୍ରିୟା ଭିତରେ ସବୁ ଘଟଣା ଲୁଚିଯିବ ଏବଂ ପ୍ରକୃତ ଅପରାଧୀ ଖସିଯିବେ। ଘଟଣାରେ ସରକାରଙ୍କ ବିଫଳତାକୁ ନେଇ ନୈତିକତା ଦୃଷ୍ଟିରୁ ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ୱର ସାଂସଦ ଏବଂ ବାଲେଶ୍ବର ବିଧାୟକ ଇସ୍ତଫା ଦିଅନ୍ତୁ। ଏହାସହ ବାଲେଶ୍ୱର ସାଂସଦ, ବିଧାୟକ, ଜିଲାପାଳ ଏବଂ ଏସ୍‌ପିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ରାଜ୍ୟରେ ନାରୀ ନିର୍ଯାତନା ଦିନକୁ ଦିନ ବଢ଼ିଚାଲିଛି। ଯେଉଁ ଓଡ଼ିଶା ଦିନେ ଅହିଂସା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ପରିଚିତ ଥିଲା, ଏବେ ତାହା ନାରୀ ନିର୍ଯାତନାକୁ ନେଇ ନିନ୍ଦିତ ହେଉଛି। ଭାଜପା ସରକାରରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ନିରାପତ୍ତା ନାହିଁ। ଭୟଙ୍କର ଦୁର୍ନୀତି, ଜାଲିଆତି, ପାତରଅନ୍ତର, ମାର୍କ ପାଇଁ ମାନସିକ ଚାପ, କ୍ୟାରିୟର ଲାଗି ଯୌନ ନିର୍ଯାତନା ଭଳି ଘଟଣା ଘଟିବା ଅତ୍ୟନ୍ତ ଉଦ୍‌ବେଗଜନକ। ସମଗ୍ର ବ୍ୟବସ୍ଥାକୁ ଦୁର୍ନୀତି କର୍କଟ ଭଳି ଗ୍ରାସ କରିଛି। ସରକାରଙ୍କ ଉଦାସୀନତା ଯୋଗୁ କ୍ୟାମ୍ପସ୍‌ଗୁଡ଼ିକରେ ମାନସିକ ନିର୍ଯାତନା, ଯୌନ ନିର୍ଯାତନା ଏବଂ ମାଫିଆରାଜ୍‌ ଅଧିକ ବଳବତ୍ତର ହୋଇଛି। ଫକୀର ମୋହନ ମହାବିଦ୍ୟାଳୟ ଘଟଣା ଏହି ଘୃଣ୍ୟ କାର୍ଯ୍ୟର ଏକ ପ୍ରତିଫଳନ ମାତ୍ର ବୋଲି ଭକ୍ତ କହିଛନ୍ତି।

ଅନ୍ୟପକ୍ଷରେ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ କହିଛନ୍ତି, ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ହେଉ। କିନ୍ତୁ କୌଣସି ନେତା ବା କର୍ମୀ ଆଇନକୁ ହାତକୁ ନିଅନ୍ତୁନାହିଁ। ଲୋକସେବା ଭବନ, ବିଧାନସଭା, ରାଜୀବ ଭବନ, ବିଭିନ୍ନ ଭିଭିଆଇପିଙ୍କ ବାସଭବନ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ। ରେଳରୋକୋ ହିଂସାର ପନ୍ଥା ଆପଣାଇଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଖବରଦାତା ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି, ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ, ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ସିପିଆଇ(ଏମ୍‌) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସିପିଆଇ(ଏମ୍‌ଏଲ୍‌)-ଲିବରେଶନ୍‌ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଲ୍‌ ଇଣ୍ଡିଆ ଫର୍‌ୱାର୍ଡ ବ୍ଲକ୍‌ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର,ଏନ୍‌ସିପି ରାଜ୍ୟ ସଭାପତି ବିକ୍ରମ ସ୍ବାଇଁ,ଏସ୍‌ପି ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ ବାରିକ, ଆର୍‌ଜେଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ରାଜରାସ୍ତାକୁ ଓହ୍ଲାଇଲେ କଂଗ୍ରେସ କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri