ବସୁଧୈବ କୁଟୁମ୍ବକମ୍‌ର ବାର୍ତ୍ତାବହ ନୂଆଁଖାଇ

ସୋନପୁର,୨୦।୯(ମୃତ୍ୟୁଞ୍ଜୟ ଶତପଥୀ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ଭାବରେ ନୂଆଁଖାଇର ଏକ ସ୍ବତନ୍ତ୍ରତା ରହିଛି । ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପୁରପଲ୍ଲୀରେ ଏହା ପାଳିତ ହୁଏ । ଚାଷ ଜମିରୁ ଉତ୍ପାଦିତ ନୂଆ ଶସ୍ୟ କୌଣସି ଜୀବ, ଜନ୍ତୁଙ୍କ ଉଦରକୁ ଯିବା ପୂର୍ବରୁ ପ୍ରଥମେ ନିଜ ଇଷ୍ଟ ଦେବତାଙ୍କ ନିକଟରେ ଅର୍ପଣ କରାଯାଇଥାଏ । ଭୋଗ ଲାଗି ହେବା ପରେ ସେହି ନୂଆ ଚାଉଳକୁ ଅନ୍ୟମାନେ ଗ୍ରହଣ କରିଥାନ୍ତି । ଶ୍ରାବଣ ପୂର୍ଣ୍ଣିମାରେ ଚାଷ କାର୍ଯ୍ୟ ସରି ଆସୁଥିବା ବେଳେ ଭାଦ୍ରବ ମାସରେ କେତେକ ଧାନ(ବିଶେଷକରି ସରିଆ ଧାନ) ପୂର୍ଣ୍ଣଗର୍ଭ ହୋଇ ପାକଳ ହୋଇ ଯାଇଥାଏ ।
ଏହି ଧାନ କେଣ୍ଡାକୁ ଦେଖି ଚାଷୀ ଆତ୍ମବିଭୋର ହୋଇ ଦେବତାଙ୍କୁ ଅର୍ପଣ କରେ। କେବଳ ଧାନ ନୁହେଁ, ବର୍ଷର ପ୍ରଥମ ଅମଳ ହୋଇଥିବା ବିଭିନ୍ନ ଫଳ, ପନିପରିବା ଆଦି ଦେବତାଙ୍କ ନିକଟରେ ପୂଜାଭେଟି ଦେବାର ବିଧି ରହିଛି । ନୂଆଁଖାଇ ଏକ କୃଷିଭିତ୍ତିକ ପର୍ବ ହେଲେ ମଧ୍ୟ ଏହା ପଛରେ ଏକ ପବିତ୍ର ଓ ଆଦର୍ଶ ପରମ୍ପରା ରହି ଆସିଛି । ପରିବାରର ସମସ୍ତ ସଦସ୍ୟ ପୂର୍ବ ମନାନ୍ତର ଭୁଲି ଏହି ଦିନ ଏକାଠି ହୋଇ ଭୋଜନ କରିବା ବିଧି ରହିଛି । ଏହି ଗଣପର୍ବ ସହିତ ସବୁ ବର୍ଗର ଲୋକଙ୍କର ଆବେଗିକ ସମ୍ପର୍କ ରହିଛି। ସୌହାର୍ଦ୍ଦ୍ୟ ଓ ଏକତା ଉପରେ ଏହା ପର୍ଯ୍ୟବସିତ । ବୟସ୍କ ତଥା ଗୁରୁଜନମାନଙ୍କୁ ସାନମାନେ ସମ୍ମାନ ଜଣାଇ ପ୍ରଣାମ କରନ୍ତି ।
ଯାହାକୁ ନୂଆଁଖାଇ ଭେଟଘାଟ କୁହାଯାଏ । କେବଳ ସେତିକି ନୁହେଁ ଧୋବା, ଭଣ୍ଡାରୀ, ଶ୍ରମିକ ଓ ଡ୍ରାଇଭରଙ୍କ ଘରକୁ ନୂଆଁଖାଇ ଅଢିଆ ବାବଦରେ ଅରୁଆ ଚାଉଳ, ମୁଗ, ଘିଅ, ଗୁଡ, ଚିନି, ନଡିଆ ଓ ପରିବା ଆଦି ଦେବା ବିଧି ରହିଛି ।
କୁଟୁମ୍ବକମ୍‌ର ବାର୍ତ୍ତାକୁ ନୂଆଁଖାଇ ସାକାର କରିଥାଏ । ଭକ୍ତି, ଆଦର୍ଶ ଓ ସୌହାର୍ଦ୍ଦ୍ୟର ବାର୍ତ୍ତା ବହନ କରୁଥିବା ଏହି ଗଣପର୍ବର ଐତିହ୍ୟ ଓ ସଂସ୍କୃତି ସୁବର୍ଣ୍ଣପୁର ଜିଲାରେ ଅତି ପ୍ରାଚୀନ ।
ଅତୀତରେ ସୋନପୁର ରାଜ୍ୟ ଅଧୁନା ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାର ପଞ୍ଚରା ଅଞ୍ଚଳର ଅଧିବାସୀମାନେ ଚୌହାନ ବଂଶର ପ୍ରଥମ ରାଜା ମଦନଗୋପାଳ ଦେବଙ୍କ ରାଜତ୍ୱକାଳ ୧୬୪୦ ଖ୍ରୀଷ୍ଟାବ୍ଦରୁ ଏହି ପବିତ୍ର ନୂଆଁଖାଇ ପର୍ବ ପାଳନ କରି ଆସୁଥିବା ଇତିହାସରୁ ଜଣାପଡେ । ଏହି ପବିତ୍ର ପର୍ବ ପାଳନ ପାଇଁ ଜନ୍ମାଷ୍ଟମୀର ପରଦିନ ଅର୍ଥାତ ନନ୍ଦୋତ୍ସବରେ ବିଶିଷ୍ଟ ପଣ୍ଡିତ ଓ ଜ୍ୟୋତିଷୀମାନଙ୍କୁ ନେଇ ଜଗନ୍ନାଥ ମନ୍ଦିର ମୁକ୍ତି ମଣ୍ଡପରେ ଲଗ୍ନ ନିର୍ଦ୍ଧାରଣ କରାଯାଇଥାଏ ।
ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କ ରାଶି ଓ ନକ୍ଷତ୍ରକୁ ନେଇ ପଣ୍ଡିତମାନେ ନୂଆଁଖାଇ ପାଇଁ ଶୁଭଲଗ୍ନ ସ୍ଥିର କରନ୍ତି । ଅଞ୍ଚଳବାସୀ ନିଜ ନିଜର ଗୃହ ଦେବତା ଓ ପିତୃପୁରୁଷଙ୍କୁ ନବାହ୍ନ ଭୋଗ ଅର୍ପଣ କରି ନିଜେ ନବାନ୍ନ ଭକ୍ଷଣ କରନ୍ତି । ନୂଆଁଖାଇ ପାଇଁ ସହରଠୁ ଗ୍ରାମାଞ୍ଚଳ ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri