ଗଞ୍ଜାମ,୩୧ା୫(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଦାମୋଦରପୁର କଲେଜ ରୋଡ୍ଠାରେ ଅପରାହ୍ନରେ ସାପ୍ତାହିକ ହାଟର ଶୁଭାରମ୍ଭ ହେବ। ଏଥିପାଇଁ ସେଠାରେ ଏକ ଫଳକ ନିର୍ମାଣ ହୋଇଛି। ଏହାର ଶୁଭାରମ୍ଭ କରିବେ ଏନ୍ଏସି ଅଧ୍ୟକ୍ଷା। ନିର୍ମାଣ ହୋଇଥିବା ଫଳକ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟକୁ ଆସିଥିବା ବାଲିଗୁଡ଼ିରେ ତିଆରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଫଳକ ତିଆରି କରିଥିବା ଠିକାଦାର ହାଡ଼ିଆ ମହାପାତ୍ରଙ୍କୁ ପଚାରିବାରେ ପ୍ରଥମେ ହଡ଼ବଡ଼େଇ ଯାଇଥିଲେ କିନ୍ତୁ ଅଭିଯୋଗ ଖଣ୍ଡନ କରିଛନ୍ତି। ଅନ୍ୟପଟେ ହାଟକୁ ଯିବା ମୁଖ୍ୟ ରାସ୍ତାରେ କୁଢ଼କୁଢ଼ ଅଳିଆ ଆବର୍ଜନା ପଡ଼ିଥିବା ଦେଖିବାକୁ ମିଳିଛି। ଯାହା ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l
ପ୍ରକାଶ ଯେ, ଗଞ୍ଜାମ ସହରରେ ପ୍ରାୟ ୪୦ ବର୍ଷ ପୂର୍ବେ ପ୍ରତ୍ୟେକ ଶନିବାର ସାପ୍ତାହିକ ହାଟ ବସୁଥିଲା l କୌଣସି କାରଣରୁ ତାହା ବନ୍ଦ ହୋଇ ଯାଇଥିଲା।


