ଆଜି ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

କଳାହାଣ୍ଡିରେ ଶାରଦୀୟ ଦଶହରା କହିଲେ ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରାକୁ ବୁଝାଇଥାଏ। ଭବାନୀପାଟଣା ସହରରେ ମା’ ମାଣିକେଶ୍ୱରୀଙ୍କ ପୀଠ ଅବସ୍ଥିତ। ଏଠାରେ ବୈଦିକ ରୀତିରେ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ସମେତ ଆଦିବାସୀ ସଂସ୍କୃତିର ମିଶ୍ରଣରେ ବିଶେଷ ପୂଜାର୍ଚ୍ଚନାର ଏକ ନିଆରା ପରମ୍ପରା ବେଶ୍‌ ପ୍ରାଚୀନ। ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ଦିନ ବ୍ୟାପୀ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ମହାନବମୀ ତିଥିରେ ଅନୁଷ୍ଠିତ ହୋଇଥାଏ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା। ଆଦିବାସୀ ବହୁଳ ଏହି ଅଞ୍ଚଳର ଆଦିବାସୀମାନେ କାଠର ଖମ୍ବ, ପ୍ରସ୍ତର ଖଣ୍ଡକୁ ମାଟିରେ ପୋତି ଧରଣୀପେନୁ, ମାଇଲି, ଡୋକରୀ, ଖମ୍ବେଶ୍ୱରୀ ନାମରେ ପୂଜା କରିଆସୁଛନ୍ତି। ବୁଢ଼ାରଜା, କଳାପାହାଡ଼, ଭୈରବ, ବାଲିଭୈରବ, ଅଗ୍ନି ଆଦି ଦେବତାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି।

ମାଣିକେଶ୍ୱରୀଙ୍କ ଆରାଧନା
ଦଶମହାବିଦ୍ୟାର ପ୍ରଥମ ମହାବିଦ୍ୟା ମହାକାଳୀ ରୂପେ କ୍ରିଂ ବୀଜମନ୍ତ୍ରରେ ମାଣିକେଶ୍ୱରୀଙ୍କ ଆରାଧନା ବିଧି ସହ ତନ୍ତ୍ରୋକ ପଞ୍ଚମକାର ପୂଜାବିଧି ପ୍ରଚଳିତ। ତେବେ ଆଦିବାସୀ ସଂସ୍କୃତି, ପରମ୍ପରା ଓ କୁଳାଚାର ସହ ବୈଦିକ ସଂସ୍କୃତିରେ ପରିପୁଷ୍ଟ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ଅନନ୍ୟ ଓ ସ୍ବତନ୍ତ୍ର। ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ତିଥିରେ ଦେବୀଙ୍କ ମୁଣ୍ଡବସା ପୂର୍ବରୁ ଦଶହରା ଯାତ୍ରା ଆରମ୍ଭ ହୋଇ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ଦିନ ଧରି ତନ୍ତ୍ରବିଧି ଅନୁସାରେ ଷୋଡ଼ଶ ଉପଚାର ଓ ତ୍ରିକାଳ ଚଣ୍ଡୀପାଠ ହୋଇଥାଏ। ପରେ ମହାନବମୀ ତିଥିର ପ୍ରତ୍ୟୁଷରୁ ପ୍ରସିଦ୍ଧ ଛତରଯାତ୍ରା ଓ ବିଜୟା ଦଶମୀ ତିଥିରେ ଲାଖମରା ପର୍ବ ବା ବାହୁଡ଼ା ଛତର ଯାତ୍ରା ସହ ଉଦ୍‌ଯାପିତ ହୋଇଥାଏ।

ମୂଳାଷ୍ଟମୀ ତିିଥିରେ ମା’ଙ୍କ ମୁଣ୍ଡବସା ପର୍ବ
ପ୍ରତିବର୍ଷ ଆଶ୍ୱିନ ମୂଳାଷ୍ଟମୀ ତିଥିରେ ମାଣିକେଶ୍ୱରୀଙ୍କ ମାଟି ନିର୍ମିତ ନୂତନ ମୁଣ୍ଡନ ସ୍ଥାପନ ପୂର୍ବକ ନବକଳେବର ଅନୁଷ୍ଠିତ ହୋଇଥାଏ। ବଂଶ ପରମ୍ପରା କ୍ରମେ ଜମି ପାଇ କୁମ୍ଭାର କଞ୍ଚାମାଟିରେ ନିର୍ମିତ ମାଟି ମୁଣ୍ଡରେ ସୁନା ଓ ରୁପାର ଆଖି, ନାକ, ଜିଭ ଆଦି ସହ ମୋତି, ମାଣିକ୍ୟ ବୈଦୁର୍ଯ୍ୟ ଆଦି ରତ୍ନରେ ନିର୍ମିତ ଅଳଙ୍କାର ପିନ୍ଧାଇଥାନ୍ତି ବିନ୍ଧାନୀରତ୍ନ। ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବା ପରେ ମୂଳାଷ୍ଟମୀ ମଧ୍ୟରାତ୍ରିରେ ତନ୍ତ୍ରବିଧି ଅନୁସାରେ ଅଭିଷିକ୍ତ ବ୍ରାହ୍ମଣଙ୍କ ଦ୍ୱାରା ମାଣିକେଶ୍ୱରୀଙ୍କ ବିଗ୍ରହ ଉପରେ ମାଟିମୁଣ୍ଡକୁ ସ୍ଥାପନ କରାଯାଏ। ମୂଳାଷ୍ଟମୀରୁ ଶୁକ୍ଳପକ୍ଷ ଅଷ୍ଟମୀ ପର୍ଯ୍ୟନ୍ତ ଦୀର୍ଘ ୧୬ ଦିନବ୍ୟାପୀ ଗୁପ୍ତ ରାତିରେ ତନ୍ତ୍ରମନ୍ତ୍ରରେ ତ୍ରିକାଳ ପୂଜାବିଧି ଶାକ୍ତାଭିଷିକ୍ତ ବ୍ରାହ୍ମଣମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥାଏ।

ମା’ ମାଣିକେଶ୍ୱରୀଙ୍କ ମହାଷ୍ଟମୀ
ମହାଷ୍ଟମୀ ମଧ୍ୟରାତ୍ରିରେ ମାଣିକେଶ୍ୱରୀଙ୍କ ପୀଠରେ ଛାଗଳ, ବନ୍ୟପଶୁ ଆଦି ଅଷ୍ଟବଳି ଦିଆଯାଏ। ମନ୍ଦିର ବେଢ଼ା ପାଖରେ ମହାପଶୁ ବଳି ଦିଆଯିବା ପରେ ମା’ଙ୍କର ବିଜୟ ପ୍ରତିମା ଛତର ମନ୍ଦିରଠାରୁ ପ୍ରାୟ ୩ କି.ମି. ଦୂରରେ ଭବାନୀପାଟଣା ସହର ପଶ୍ଚିମ ଉପକଣ୍ଠରେ ପାଶୀ ପାହାଡ ପାଦଦେଶରେ ଥିବା ଜେନାଖାଲକୁ ନିଆଯାଇଥାଏ। ପ୍ରତ୍ୟୁଷରୁ ଜେନାଖାଲରେ ସମ୍ପୂର୍ଣ୍ଣ ଗୁପ୍ତ ବିଧିରେ ବଳି ଦେଇ ପୂଜାର୍ଚ୍ଚନା କରି ପୂଜକ, ବାହୁକ, ମୁଣ୍ଡଛିନାମାନେ ମା’ଙ୍କର ଛତର ବା ଛତ୍ର ଧରି ମନ୍ଦିର ପର୍ଯ୍ୟନ୍ତ ଆସିଥାନ୍ତି। ପରମ୍ପରା ଅନୁଯାୟୀ କଳାହାଣ୍ଡି ମହାରାଜା ମନ୍ଦିର ସିଂହଦ୍ୱାରଠାରୁ ମା’ଙ୍କର ଛତରକୁ ସ୍ବାଗତକରି ନିଜେ ବୋହି ମନ୍ଦିର ଭିତରକୁ ନେଇଥାନ୍ତି।

ପୌରାଣିକ ବିଶ୍ୱାସ
ପୌରାଣିକ ବିଶ୍ୱାସ ଅନୁସାରେ ଦେବୀ ଦୁର୍ଗାଙ୍କ ମହିଷାସୁର ନିଧନର ପ୍ରତୀକ ସ୍ବରୂପ ମାଣିକେଶ୍ୱରୀଙ୍କ ପୀଠରେ ମହାଷ୍ଟମୀରେ ମଧ୍ୟରାତ୍ରିରେ ପୋଢ଼ ବା ମହିଷ ବଳି ଦିଆଯାଇଥାଏ। ସେହିପରି ମହିଷାସୁର ନିଧନ ପରେ ତା’ର ସହଚର ଜେନାବଳି ଦୈତ୍ୟକୁ ଦେବୀ ଦୁର୍ଗା ନିଧନ କରିବା ଭଳି ମାଣିକେଶ୍ୱରୀଙ୍କ ବିଜୟ ପ୍ରତିମା ଛତର(ଛତ୍ର)କୁ ଜେନାଖାଲ ନିଆଯାଇଥାଏ। ଜୈନାବଳୀ ଦୈତ୍ୟର ନିଧନର ପ୍ରତୀକ ସ୍ବରୂପ ଛାଗଳକୁ ଜେନାଖାଲରେ ପୋତି ଦିଆଯାଇଥାଏ। ମହିଷାସୁର ଓ ଜେନାବଳି ଦୈତ୍ୟର ନିଧନରେ ସ୍ବର୍ଗର ଦେବତା ଓ ମର୍ତ୍ତ୍ୟର ମଣିଷମାନେ ଆଶ୍ୱସ୍ତି ଲାଭକରି ଦେବୀ ଦୁର୍ଗାଙ୍କ ସ୍ତୁତି ଓ ପୂଜାର୍ଚ୍ଚନା କରି ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସଦୃଶ ଭବାନୀପାଟଣାରେ ମାଣିକେଶ୍ୱରୀ ବିଜୟ ପ୍ରତିମା ଛତର (ଛତ୍ର)ଜେନାଖାଲ ଠାରେ ଜେନାବଳି ପୂଜା ଖାଇ ପୃଥିବୀ ବକ୍ଷରୁ ଆସୁରିକ ଓ ଦୁଷ୍ଟ ଶକ୍ତିର ବିଲୋପ କରିବାର ପ୍ରତୀକ ଭାବେ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହୋଇଥାଏ। ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ପାଳିତ ହୋଇଥାଏ ମା’ଙ୍କର ଛତର ଯାତ୍ରା। ଜେନାଖାଲଠାରୁ ମନ୍ଦିର ପର୍ଯ୍ୟନ୍ତ ୩ କି.ମି. ରାସ୍ତାରେ ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ମା’ଙ୍କର ବିଜୟ ପ୍ରତିମା ଛତରକୁ ଧୂପ, ଦୀପ, ନୈବେଦ୍ୟ ଅର୍ପଣକରିଥାନ୍ତି। ଶ୍ରଦ୍ଧାଳୁ ନିଜର ସୁଖ ଓ ସମୃଦ୍ଧି କାମନା କରି ହଜାର ହଜାର ଛାଗଳ ବଳିଦେଇ ଛତରକୁ ସ୍ବାଗତ କରିଥାଆନ୍ତି। ଏହା ବ୍ୟତୀତ ବିଶ୍ୱଶାନ୍ତି, ମୈତ୍ରୀ ଓ ଭ୍ରାତୃଭାବର ପ୍ରତୀକ ଶାନ୍ତିର କପୋତ (ପାରା) ମା’ଙ୍କର ଛତର ଉପରକୁ ଉଡ଼ାଇଥାନ୍ତି।

ଲାଖମରା ପରେ ବାହୁଡ଼ା ଛତର ଯାତ୍ରା

ବିଜୟା ଦଶମୀ ତିଥିରେ ପୁଣି ଥରେ ମା’ଙ୍କର ଛତରକୁ ଭବାନୀପାଟଣା ସହରର ପଶ୍ଚିମ ଉପକଣ୍ଠ ନକଟିଗୁଡ଼ାରେ ଥିବା ଲାଖମରା ପଡ଼ିଆକୁ ନିଆଯାଇଥାଏ। ସେଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରି ଲାଖବନ୍ଧା ପର୍ବ ହୋଇଥାଏ। ପୂଜାମଣ୍ଡପ ନିକଟରେ ଥିବା ଆମ୍ବଗଛ ଉପରେ ଏକ ଛୋଟ ମାଟିଘଡ଼ିରେ ନିର୍ମିତ ଲାଖ ବନ୍ଧାଯାଇଥାଏ। ବନ୍ଧୁକ ଦ୍ୱାରା ଲାଖ ବିନ୍ଧିବା ପ୍ରତିଯୋଗିତାରେ ବହୁ ଯୁବକ ଭାଗ ନେଇଥାନ୍ତି। ଲାଖ ବିନ୍ଧିବା ସଫଳ ହୋଇଥିବା ବ୍ୟକ୍ତିଙ୍କୁ ରାଜ ପରିବାର ପକ୍ଷରୁ ସମ୍ମାନିତ କରାଯାଇଥାଏ। ଲାଖମରା ପର୍ବ ସରିବା ପରେ ମା’ଙ୍କର ଛତରକୁ ଘୁମୁରା ବାଦ୍ୟ, ବୀର କାହାଳୀ, ନିଶାଣ ବାଦ୍ୟର ତାଳେ ତାଳେ ମନ୍ଦିରକୁ ଅଣାଯାଇଥାଏ, ଯାହାକୁ ବାହୁଡ଼ା ଛତରଯାତ୍ରା କୁହାଯାଏ। ମୂଳାଷ୍ଟମୀ ତିଥିରୁ ମୁଣ୍ଡବସାଠାରୁ ଆରମ୍ଭ ହୋଇଥିବା ମାଣିକେଶ୍ୱରୀଙ୍କ ଦଶହରା ଯାତ୍ରା ବା ଛତରଯାତ୍ରା ବିଜୟା ଦଶମୀ ତିଥିରେ ଶେଷ ହୋଇଥାଏ।
(ରିର୍ପୋଟ-ଉତ୍ତମ କୁମାର ଦାଶ, ଭବାନୀପାଟଣା,କଳାହାଣ୍ଡି)


Enter your email to get our daily news in your inbox.

All Right Reserved By Dharitri.Com

‘ସାଂଗଠନିକ କାର୍ଯ୍ୟର ପ୍ରସାର ଜରୁରୀ’

ବଞ୍ଚୋ,୧୯ା୩(ପ୍ରଦୋଷ କୁମାର ବିଶ୍ୱାଳ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଆନନ୍ଦପୁର ଷ୍ଟାଡିୟମରେ ନେତାଜୀ ପ୍ରଭାତ ଶାଖା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉତ୍ସବ ଆଡମ୍ବରପୂର୍ଣ୍ଣ ଭାବେ ପାଳନ…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri