ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର ପ୍ରଶାସନ ଏବଂ କମିଶନରେଟ ପୋଲିସର ପ୍ରସ୍ତୁତି ଶେଷ ହୋଇଛି। ଭୋର ପ୍ରାୟ ୩ଟାରୁ ମନ୍ଦିରର ଦ୍ୱାର ଫିଟା ପରେ ଆଳତୀ ଅବକାଶ ଏବଂ ସାହାଣ ମେଲା ନୀତି ସମ୍ପନ୍ନ ହୋଇଛି। ରାତି ୧୦ ଟାରେ ମହାଦୀପ ଉଠିବା ନେଇ ସମୟ ସାରଣୀ ପ୍ରସ୍ତୁତ ହୋଇଛି। ପ୍ରାୟ ୧୨ଟି ସ୍ଥାନରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। ୪ ପ୍ରହର ନିତିକାନ୍ତି ସହ ହରିହର ଭେଟ ହେବ। ପୂର୍ବରୁ ଜାଗର ପରଦିନ ସକାଳ ୭ଟା ୩୦ରେ ବଡ଼ସିଂହାର ନୀତି ହେଉଥିଲା। କିନ୍ତୁ ଚଳିତ ବର୍ଷ ଭୋର ୫ଟା ୩୦ରେ ବଡ଼ସିଂହାର ଏବଂ ପହୁଡ଼ ନୀତି ହେବା ନେଇ ନୂତନ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି।

