ଆଜି ବିଶ୍ୱ ଯୋଗ ଦିବସ

କଟକ,୨୧।୬(ଶିଳ୍ପା ପ୍ରିୟଦର୍ଶିନୀ): ଜୀବନ ତମାମ୍‌ ସୁସ୍ଥ ଶରୀର ଗଠନ କରିବାରେ ଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସୁଛି। ଶନିବାର ବିଶ୍ୱ ଯୋଗ ଦିବସ ରହିଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ସହରରେ ଥିବା ଯୋଗ କେନ୍ଦ୍ର ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଯୋଗ ଦିବସ ନେଇ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ଓଡ଼ିଶା ୱାଚିଂ ଆସୋସିଏଶନ ପକ୍ଷରୁ ଶୁକ୍ରବାର ମହାନଦୀ ଜଳରାଶିରେ ଅର୍ନ୍ତଜାତୀୟ ସ୍କୁବା ଡାଇଭର ସବୀର ବକ୍ସଙ୍କ ନେତୃତ୍ୱରେ ବିଶ୍ୱ ଯୋଗ ଦିବସ ପାଳନ ହୋଇଯାଇଛି। ଆସୋସିଏଶନ ସଦସ୍ୟମାନେ ଗଭୀର ଜଳରାଶିରେ ବିିଭିନ୍ନ ଯୋଗ ପରିବେଷଣ କରିଥିଲେ।

ସମସ୍ତେ ଯୋଗ କରିବା ଆବଶ୍ୟକ
ଏଠାରେ ଯୋଗ ତାଲିମ ଗ୍ରହଣ କରି ଏବେ ପିଲାଙ୍କୁ ତାଲିମ ଦେଉଛି। ଯୋଗ ଶରୀରକୁ ସୁସ୍ଥ ରଖିଥାଏ। ସୁସ୍ଥ ଶରୀର ଗଠନରେ ଏହାର ଗୁରୁତ୍ୱ ଅଧିକ। ସମସ୍ତେ ଯୋଗ କରିବା ଆବଶ୍ୟକ।
-ଦେବାଶିଷ ହାଲଦାର, ଟ୍ରେନ୍‌ର,
ବାରବାଟୀ ଯୋଗ ଆସୋସିଏଶନ
୧୫ ଦିନ ହେବ ଜଳରାଶିରେ ଅଭ୍ୟାସ ଚାଲିଥିଲା
ଓଡ଼ିଶା ୱାଚିଂ ଆସୋସିଏଶନ ପକ୍ଷରୁ ଯୋଗ ଦିବସ ଅବସରରେ ମହାନଦୀରେ ଯୋଗାସନ କରାଯାଇଛି। ଆଜିକୁ ୧୫ ଦିନ ହେବ ଜଳରାଶିରେ ଅଭ୍ୟାସ କରାଯାଇଥିଲା। ଶୁକ୍ରବାର ପ୍ରାୟ ୮ ପ୍ରକାରର ଯୋଗାସନ ୨୦ ମିନିଟ୍‌ ଧରି ମହାନଦୀ ଜଳରାଶିରେ ପରିବେଷଣ କରାଯାଇଥିଲା ।
-ସବୀର ବକ୍ସ, ପ୍ରତିଷ୍ଠାତା,
ଓଡ଼ିଶା ୱାଚିଂ ଆସୋସିଏଶନ
ଯୋଗ ଶିଖିବାକୁ ମହିଳାମାନେ ଅଧିକ ଆଗ୍ରହୀ
ପୁରୁଷଙ୍କ ଅପେକ୍ଷା ମହିଳା ବେଶି ଯୋଗ କରିବା ନେଇ ଆଗ୍ରହ ପ୍ରକାଶ କରିଥାନ୍ତି। ଆଜକୁ ୧୧ ବର୍ଷ ହେବ ଯୋଗ ଶିକ୍ଷା ଦେଇଆସୁଛି। ଯୋଗ ଦ୍ୱାରା ଶରୀର ଓ ମନ ମଧ୍ୟରେ ସନ୍ତୁଳନ ଆସିଥାଏ ଏବଂ ସୁସ୍ଥ ଶରୀର ଗଠନ କରିବାରେ ସହାୟକ ହୋଇଥାଏ।
-ସାଗରିକା ଜେନା, ଯୋଗଗୁରୁ,
ସାଇ ତ୍ରିନାଥ ନୀଳଚକ୍ର ଯୋଗ ସମିତି
ଜୀବନଶୈଳୀ ଭାବେ ଗ୍ରହଣ କରିବା ଆବଶ୍ୟକ
ଯୋଗ କରିବା ଦ୍ୱାରା ମଣିଷ ରୋଗମୁକ୍ତ ହୋଇଥାଏ। ଯୋଗକୁ ଜୀବନଶୈଳୀ ଭାବେ ଗ୍ରହଣ କରିବା ଆବଶ୍ୟକ। ଏପରିକି ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧା ବୟସ୍କ ପର୍ଯ୍ୟନ୍ତ ଏହା କରିବା ଜରୁରୀ ରହିଛି। ସମସ୍ତ ଅନୁଷ୍ଠାନରେ ଯୋଗକୁ ଗୁରୁତ୍ୱ ଦିଆଯିବାର ଆବଶ୍ୟକ ରହିଛି।
-ରିଙ୍କୁ ଟଙ୍କ୍‌, ଯୋଗ ଗୁରୁ


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri