ଧୂମପାନ ଓ ନାରୀ

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ। ଏହି ପରିପ୍ରେକ୍ଷୀରେ ଏହା ନାରୀମାନଙ୍କ ପାଇଁ ମଧ୍ୟ ଗୁରୁତ୍ୱ ବହନ କରେ। କାରଣ କେବଳ ଯିଏ ଧୂମପାନ କରିଥାଏ ସେ ଯେ, ଅସୁସ୍ଥ ହୁଏ ଓ ରୋଗରେ ପଡ଼ିଥାଏ ତାହା ନୁହେଁ, ତାଙ୍କ ଧୂଆଁ ସଂସ୍ପର୍ଶରେ ଆସୁଥିବା ମୁଖ୍ୟତଃ ନାରୀ ଓ ଶିଶୁମାନେ ଅଧିକ ପ୍ରଭାବିତ ହୋଇଥାଆନ୍ତି…

ମେ ମାସ ୩୧ତାରିଖକୁ ପ୍ରତିବର୍ଷ ତମାଖୁ ବର୍ଜନ ଦିବସ ରୂପେ ପାଳନ କରାଯାଉଛି। ପ୍ରତ୍ୟକ୍ଷ ଓ ପରୋକ୍ଷ ତମାଖୁ ସେବନ କିପରି ନିଜ ସହ ଅନ୍ୟମାନଙ୍କ ସ୍ବାସ୍ଥ୍ୟ ପ୍ରତି ହାନିକାରକ, ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଏହି ଦିବସର ପରିକଳ୍ପନା। ଜାଣିବା ଏହାଦ୍ୱାରା ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ପଡୁଥିବା ଏହାର ନକାରାତ୍ମକ ପ୍ରଭାବ ସମ୍ପର୍କରେ…
ତମାଖୁ ସାଧାରଣତଃ ଦୁଇ ପ୍ରକାର। ଯଥା:
୧ମ ପ୍ରକାର- ଯେଉଁଥିରେ ଅଗ୍ନି ସଂଯୋଗ ଦ୍ୱାରା ବାହାରୁଥିବା ଧୂଆଁକୁ ଟାଣି ଫୁସ୍‌ଫୁସ୍‌ ମଧ୍ୟକୁ, ଏପରିକି ପାକସ୍ଥଳୀ ମଧ୍ୟକୁ ଯାଇଥାଏ। ଏହାକୁ ଧୂମଯୁକ୍ତ ତମାଖୁ କୁହାଯାଏ। ସିଗାରେଟ୍‌, ବିଡ଼ି, ଚୁରୁଟ୍‌, ହୁକା, ପିକା ଇତ୍ୟାଦିରେ ଟଣା ହେଉଥିବା ଧୂଆଁରେ ୭ ହଜାର ପ୍ରକାରର କ୍ଷତିକାରକ କେମିକାଲ୍‌ ଥାଏ। ଏଥିରୁ ୭୦ରୁ ୧୦୦ କେମିକାଲ୍‌ କ୍ୟାନ୍‌ସରର ମୁଖ୍ୟ କାରଣ।
୨ୟ ପ୍ରକାର- ଏଥିରେ କେବଳ ଚୋବେଇ ଓ ପାଟି ଭିତରେ ରଖି ଏପରିକି ଶୋଇବା ବେଳେ, ଗାଡ଼ିରେ ଯାତ୍ରା ବେଳେ, କାମ କରିବା ବେଳେ ତମାଖୁ ଧୂଆଁପତ୍ର, ଗୁଟ୍‌ଖା ଇତ୍ୟାଦି ବ୍ୟବହାର କରାଯାଏ। ଏଥିରେ ଧୂଆଁ ସୃଷ୍ଟି ହୁଏ ନାହିଁ। ମାତ୍ର ଏଥିରୁ ବାହାରୁଥିବା ବିଷାକ୍ତ କେମିକାଲ୍‌ ପାଟି, ଜିଭ, ଗାଲ, ତଣ୍ଟି, ଫୁସ୍‌ଫୁସ୍‌, ପାକସ୍ଥଳୀ, ଖାଦ୍ୟନଳୀ, ଗଳା, ସ୍ବରଯନ୍ତ୍ର, ଆଖି ଓ ନାକ ଇତ୍ୟାଦିରେ କ୍ଷତି ପହଞ୍ଚାଇଥାଏ। ନାସ ଓ ଗୁଣ୍ଡ ହୋଇଥିବା ତମାଖୁ ମଧ୍ୟ ନାକରେ ଗ୍ରହଣ କରାଯାଇଥାଏ। ଏହା ଅଧିକ କ୍ଷତିକାରକ।
ସାଧାରଣତଃ ମହିଳାମାନେ ଏହି ଧୂମହୀନ ତମାଖୁ ବ୍ୟବହାର କରିଥାନ୍ତି। ଓଡ଼ିଶାର କେତେକ ନିର୍ଦ୍ଦିଷ୍ଟ ଜିଲାରେ ଏହା ବହୁଳ ଭାବରେ ପରିଲକ୍ଷିତ। ଏହା ଅଭ୍ୟାସରେ ପଡ଼ିଗଲେ ଆଉ ସେଥିରୁ ବାହାରି ହୁଏ ନାହିଁ। ବିଶେଷତଃ ଏଥିରୁ ବାହାରୁଥିବା ନିକୋଟିନ୍‌ ମନରେ ସ୍ଫୂର୍ତ୍ତି ଆଣିଥାଏ ବୋଲି ବିଚାର କରାଯାଏ। ମାତ୍ର ଏହା ଠିକ୍‌ ନୁହେଁ।
ସେହିପରି ଧୂମକୁ ମଧ୍ୟ ୩ ପ୍ରକାର ବିଭକ୍ତ କରାଯାଇଛି। ଯଥା:
୧ମ ପ୍ରକାର ଧୂମ: ନିଜେ ଧୂମପାନ କରିବାକୁ ପ୍ରଥମ ପ୍ରକାରର ଧୂମ ବା ପ୍ରତ୍ୟକ୍ଷ ଧୂମପାନ କୁହାଯାଇଥାଏ କୁହାଯାଏ।
୨ୟ ପ୍ରକାର ଧୂମ: ଧୂମପାୟୀ ବ୍ୟକ୍ତି ତ୍ୟାଗ କରୁଥିବା ଧୂମ ଓ ତା’ର ସିଗାରେଟ୍‌ ଓ ବିଡିର ଅବଶିଷ୍ଟ ଅଂଶରୁ ବାହାରୁଥିବା ଧୂମକୁ ଦ୍ୱିତୀୟ ପ୍ରକାର ଧୂମ କୁହାଯାଏ। ଯାହା ପାଖ ଲୋକ ନିଃଶ୍ୱାସରେ ତା’ ଦେହକୁ ଯାଇଥାଏ ଓ ଏହା ଅଧିକ କ୍ଷତିକାରକ, ଯାହାକୁ ପରୋକ୍ଷ ଧୂମପାନ କୁହାଯାଇଥାଏ। କାରଣ ଏଥିରେ ଧୂମପାୟୀ ଛାଡିଥିବା ଅଙ୍ଗାରକାମ୍ଳ, ଜୀବାଣୁ ଓ ଭୂତାଣୁ ଅଧିକ ଥାଏ।
୩ୟ ପ୍ରକାର ଧୂମ: ସେହିପରି ଗର୍ଭବତୀ ମା’ର ଦେହକୁ ଯାଉଥିବା ତମାଖୁର ଧୂଆଁ ତା’ର ଗର୍ଭରେ ବୃଦ୍ଧି ପାଉଥିବା ଶିଶୁ ଦେହକୁ ଯାଇ ତା’ର କ୍ଷତି କରିଥାଏ। ଯାହାକୁ ତୃତୀୟ ପ୍ରକାର ତମାଖୁ ଧୂମ
କୁହାଯାଏ।

ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ
ତମାଖୁ ନାରୀମାନଙ୍କୁ ଦେଉଥିବା ଭଲଗୁଣ ଠାରୁ ଖରାପ ଗୁଣ ଶହସ୍ର ଗୁଣ ଅଧିକ। ତମାଖୁ ବ୍ୟବହାର ଦ୍ୱାରା ପ୍ରଜନନ ଶକ୍ତି ହ୍ରାସ ପାଇଥାଏ। ଇଷ୍ଟ୍ରୋଜେନ୍‌ ହରମୋନ୍‌ କମ୍‌ ବାହାରିଥାଏ, ଫଳରେ ଡିମ୍ବାଣୁ ପ୍ରସ୍ପୁଟିତ ହୁଏ ନାହିଁ। ଏହା ଜରାୟୁକୁ ରକ୍ତ ସଞ୍ଚାଳନ କମ୍‌ କରିଥାଏ। ଶିଶୁ ଜନ୍ମ ପରେ ଅସ୍ଥିଜନିତ ରୋଗ କ୍ୟାଲସିୟମ୍‌ ଅଭାବରୁ ହୁଏ, ଯାହାକି ଧୂମପାନ ଯୋଗୁ ଘଟିଥାଏ। ଅତ୍ୟଧିକ ଧୂମପାନ ଦ୍ୱାରା ସମୟ ପୂର୍ବରୁ ପିଲାଜନ୍ମ, କମ୍‌ ଓଜନର ଶିଶୁ, ବନ୍ଧ୍ୟାତ୍ୱ ମଧ୍ୟ ହୋଇଥାଏ। ବେଳେବେଳେ କୌଣସି କାରଣ ନ ଥାଇ ଶିଶୁମାନେ ମୃତ୍ୟୁମୁଖରେ ପଡ଼ିଥାନ୍ତି।
ମୋଟାମୋଟି କହିବାକୁ ଗଲେ ନାରୀମାନେ ତମାଖୁ ଓ ତମାଖୁ ଧୂଆଁ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ତଥା ଅଜଣା ଭାବେ ପ୍ରଭାବିତ ହୁଅନ୍ତି ଓ ଗର୍ଭସ୍ଥ ଶିଶୁ ମଧ୍ୟ ପ୍ରଭାବିତ ହୁଏ। ତମାଖୁ କ୍ୟାନ୍‌ସର ସହ ଆହୁରି ଅନେକ ରୋଗର କାରଣ- ଶ୍ୱାସ, ଯକ୍ଷ୍ମା ଓ ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ ଏଥିରେ ପ୍ରମୁଖ।
ମହିଳାମାନେ ଚାହିଁଲେ ସେମାନଙ୍କ ସ୍ବାମୀ, ପୁଅ ଓ ପରିଜନମାନଙ୍କୁ ଧୂମପାନ ନ କରିବା ପାଇଁ ପ୍ରବର୍ତ୍ତାଇବାରେ ସଫଳ ହୋଇପାରିବେ। ନିଜେ ମଧ୍ୟ ଧୂମପାନ ତ୍ୟାଗ କରିପାରିବେ ଓ ଦ୍ୱିତୀୟ, ତୃତୀୟ ପ୍ରକାର ତମାଖୁ ଧୂଆଁରୁ ନିଜକୁ ସୁରକ୍ଷା ପ୍ରଦାନ କରିପାରିବେ।

ଡା. ରାମଚନ୍ଦ୍ର ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ରାଶି ଚକ୍ରରେ ଶୁକ୍ର ଚଳନ: ଆସନ୍ତା ୨୪ ଦିନ ଏହି ୫ ରାଶିର ବଢ଼ିବ ଧନ ଓ ଐଶ୍ୱର୍ଯ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୁଖ-ସୁବିଧା, ପ୍ରେମ ଏବଂ ଅପାର ଧନର କାରକ ଗ୍ରହ ‘ଶୁକ୍ର’ ଶନିବାର ଅର୍ଥାତ୍ ୨୦ ଡିସେମ୍ବର ସକାଳ ୭ଟା ୩୧ ମିନିଟରେ...

୨୦୨୬ ଏହି ୬ଟି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ସମୟ, ଫିଟିବ ବିବାହର ଯୋଗ!

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବିବାହ କେବଳ ବୟସ କିମ୍ବା ଇଚ୍ଛା ଉପରେ ନୁହେଁ, ବରଂ ଗ୍ରହମାନଙ୍କର ଗୋଚର, ଶୁକ୍ର-ଗୁରୁଙ୍କ ସ୍ଥିତି ଏବଂ ଶନିଙ୍କ ପ୍ରଭାବ ଉପରେ...

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

୩୦ବର୍ଷ ପରେ ବିରଳ ନବପଞ୍ଚମ ମହାଯୋଗ, ଶିନଙ୍କ କୃପାରେ ନୂଆବର୍ଷରେ ଧନୀ ହେବେ ମକର ସହ ଏହି ୨ରାଶି

ନୂଆବର୍ଷ ୨୦୨୬ର ଆରମ୍ଭ ଜ୍ୟୋତିର୍ବିଦମାନଙ୍କ ପାଇଁ ବହୁତ ଖାସ୍ ହବାକୁ ଯାଉଛି । ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପଡୁଥିବା ବେଳେ ଏହାର ପରଦିନ...

ବର୍ଷ ଶେଷରେ ଶତ୍ରୁ ବନେଇବେ ବୃଷ-ମକର, ହେବ ଆର୍ଥିକ କ୍ଷତି! ନୂଆବର୍ଷବେଳକୁ କାଙ୍ଗାଳ ହୋଇଯିବେ ୪ରାଶି

ଗ୍ରହମାନଙ୍କର ରାଜକୁମାର ବୁଧ ଡିସେମ୍ୱର ୨୯ ତାରିଖରେ ଧନୁ ରାଶିରେ ପ୍ରବେଶ କରୁଛନ୍ତି। ବୁଧ ଜାନୁଆରୀ ୧୭, ୨୦୨୬ ପର୍ଯ୍ୟନ୍ତ ସେଠାରେ ରହିବ। ବୁଧଙ୍କ ଭ୍ରମଣ...

ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ଛୋଟ ଅଳେଇଚ, ଶରୀରରେ ହେବ…

ଅଳେଇଚ ରୋଷେଇ ଘରେ ବ୍ୟବହୃତ ଏକ ବିଶେଷ ମସଲା। ଯାହା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ ବରଂ ଅନେକ ସ୍ୱାସ୍ଥ୍ୟ ଲାଭ ମଧ୍ୟ...

ଆଜି ଏହି 3 ରାଶି ଉପରେ ରହିବ ଶନିଦେବଙ୍କ କୃପା, ଆସିବ ଖୁସିର ସମୟ

ନୂଆଦିଲ୍ଲୀ,୨୦ା୧୨: ଆଜି ଏକ ସ୍ପଷ୍ଟ ଭାବପ୍ରବଣ ଏବଂ ମାନସିକ ପରିବର୍ତ୍ତନର ସଙ୍କେତ ଦେଉଛି। ଶୁକ୍ର ଧନୁ ରାଶିରେ ପ୍ରବେଶ କରିବା ଏବଂ ଚନ୍ଦ୍ର ସେଠାରେ ପୂର୍ବରୁ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri