Posted inଫୁରସତ

ଆଜି ବିଶ୍ୱ ଆଲବିନିଜମ୍‌ ଦିବସ

ମଣିଷର ରଙ୍ଗ ତାହାର ଚର୍ମ ଯୋଗୁ ହୋଇଥାଏ ଏବଂ ଚର୍ମର ରଙ୍ଗ ଏଥିରେ ଥିବା ରଙ୍ଗ କଣିକା ‘ମେଲାନିନ୍‌’ ଦ୍ୱାରା ହୋଇଥାଏ। ଆମେ କେଉଁ ତ୍ୱଚାର ହେବା ତାହା ମାତାପିତାଙ୍କଠାରୁ ଆସିଥିବା ଗୁଣସୂତ୍ର ହିଁ ସ୍ଥିର କରିଥାଏ। ଆଲବିନିଜମ୍‌ (ଶ୍ୱେତ ଚର୍ମ) ଏକ ବିରଳ, ଅଣସଂକ୍ରାମ, ଜିନ୍‌ ଦ୍ୱାରା ସଂକ୍ରମିତ ହେଉଥିବା ଚର୍ମର ରଙ୍ଗ କଣିକାର ଏକ ପ୍ରକାର ରୋଗ ଏବଂ ଅବସ୍ଥା। ଏଥିପାଇଁ ଉଭୟ ମାତା ଏବଂ ପିତାଙ୍କର ଗୁଣସୂତ୍ର ହିଁ ଦାୟୀ। ଅନେକ ସମୟରେ ମାତାପିତାଙ୍କ ‘ଆଲବିନିଜମ’ ନ ଥାଇ ମଧ୍ୟ ପିଲାମାନଙ୍କୁ ହୋଇଥାଏ। ଏହି ପିଗ୍‌ମେଣ୍ଟ ବା ରଙ୍ଗ କଣିକାର ଅଭାବ ଚର୍ମ ସହିତ କେଶ, ଚକ୍ଷୁରେ ମଧ୍ୟ ଦେଖାଦେଇଥାଏ। ଏହି ଅବସ୍ଥା କେତେକ ଦେଶରେ ପ୍ରତି ୧୭,୦୦୦ରୁ ୨୦,୦୦୦ ଲୋକଙ୍କ ମଧ୍ୟରୁ ମାତ୍ର ଜଣଙ୍କଠାରେ ଦେଖାଦେଇଥାଏ। ହେଲେ ଆଫ୍ରିକାର କେତେକ ଦେଶରେ ୧୦୦୦ରୁ ୧୪୦୦ ମଧ୍ୟରୁ ଜଣଙ୍କଠାରେ ଏହି ସମସ୍ୟା ଦେଖିବାକୁ ମିଳେ।  ମେଲାନିନ୍‌, ଯାହା ଆମର ଚର୍ମକୁ ସୂର୍ଯ୍ୟକିରଣ ଓ ବାହ୍ୟ କ୍ଷତିରୁ ରକ୍ଷା ଦେଇଥାଏ, ଆଲବିନିଜମ୍‌ କ୍ଷେତ୍ରରେ ଏହାର ଅଭାବ ଦେଖିବାକୁ ମିଳିଥାଏ। ଏହାଦ୍ୱାରା ଚର୍ମ କର୍କଟ ବା ସ୍କିନ୍‌ କ୍ୟାନ୍‌ସର ହେବାର ଆଶଙ୍କା ଅଧିକ ଥାଏ।

ଆଲବିନିଜମ୍‌ରେ ଟାଇରୋସେନେଜ୍‌ ଜିନ୍‌ରେ ବ୍ୟତିକ୍ରମ ଯୋଗୁ ମେଲାନିନ୍‌ ତିଆରି ହୋଇପାରି ନ ଥାଏ। ଏଥିଯୋଗୁ ଚର୍ମ ଓ କେଶ ଶ୍ୱେତ ବର୍ଣ୍ଣ ହୋଇଥାଏ। ଆଖିର ଆଇରିଶ (କନନିକା) ଓ ରେଟିନାରେ ମଧ୍ୟ ମେଲାନିନ୍‌ କଣିକାର ଅଭାବ ଯୋଗୁ ଦୃଷ୍ଟିଶକ୍ତି ହ୍ରାସ ସହିତ ଉଜ୍ଜ୍ୱଳ ଆଲୋକ ଦେଖିଲା ବେଳେ କଷ୍ଟ ହୋଇଥାଏ। ‘ପି’(P) ଜିନ୍‌ର ବ୍ୟତିକ୍ରମ ଯୋଗୁ ଦ୍ୱିତୀୟ ପ୍ରକାର ଆଲବିନିଜମ୍‌ ହୋଇଥାଏ, ଯାହାକି ପ୍ରଥମ ପ୍ରକାର ଆଲବିନିଜମ୍‌ଠାରୁ କମ୍‌ ମାତ୍ରାରେ ହୋଇଥାଏ। ତେଣୁ ଆଲବିନିଜମ୍‌କୁ ‘ଚକ୍ଷୁଚର୍ମ ଆଲବିନିଜମ୍‌’ ବୋଲି ଡାକ୍ତରୀ ଭାଷାରେ କୁହାଯାଇଥାଏ। ଯେହେତୁ ଏହା ‘ମେଲୋନୋମା’ ଓ ସ୍କାମ୍‌ସ ସେଲ୍‌ କାର୍ସିନୋମା ପରି ଚର୍ମ କର୍କଟର ଆଶଙ୍କା ଥାଏ।

ଦେଶରେ ପୂର୍ବକାଳରେ ଆଲବିନୋମାନଙ୍କୁ ବ୍ୟଙ୍ଗ ବିଦ୍ରୂପ କରାଯାଉଥିଲା। ଏପରି କି ଆକ୍ରମଣ କରି ମାରି ଦିଆଯାଉଥିଲା ଏବଂ ଭୂତ-ଡାହାଣୀର ପ୍ରତୀକ ବୋଲି କୁହାଯାଉଥିଲା। ହେଲେ କାଳକ୍ରମେ ଆଉ ଏହା ନାହିଁ। ସେଥିପାଇଁ ଆଲବିନିଜମ୍‌ ବିଷୟରେ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଜୁନ୍‌ ୧୩ ତାରିଖକୁ ‘ଅନ୍ତର୍ଜାତୀୟ ଆଲବିନିଜମ୍‌ ସଚେତନତା ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ଚଳିତ ବର୍ଷ ଉକ୍ତ ଦିବସର ସ୍ଲୋଗାନ୍‌ ରହିଛି ‘୧୦ବର୍ଷର ଆନ୍ତର୍ଜାତିକ ସଚେତନତା ଦିବସ : ଆଲବିନିଜମ୍‌ ପାଇଁ ସ୍ନେହ ଉନ୍ନତି’। ଏହି ଦିବସ ୨୦୧୪ରେ ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା। ୧୯୦୮ରେ ଡା. ଏ.ଇ. ଗ୍ରାରଡ୍‌ ଆଲବିନିଜମ୍‌ ଅବସ୍ଥା ବିଷୟରେ ବର୍ଣ୍ଣନା ଓ ବ୍ୟାଖ୍ୟା କରିଥିଲେ। ଆଲବିନିଜମ୍‌କୁ ମଧ୍ୟ ‘ହାଇପିଗମେଣ୍ଟେସନ’ ବୋଲି କୁହାଯାଏ। ଏପରି ସମସ୍ୟା ଥିଲେ ସୂର୍ଯ୍ୟ ତାପ ଓ ସୂର୍ଯ୍ୟ କିରଣରୁ ରକ୍ଷା କରିବା ବ୍ୟତୀତ ଶରୀରକୁ ଆବୃତ୍ତ ବାହ୍ୟ ତାପ ତଥା ଅନ୍ୟ କ୍ଷତିକାରକ କିରଣଠାରୁ ଶରୀରକୁ ଦୂରେଇ ରଖନ୍ତୁ। କୌଣସି ଚର୍ମ କ୍ଷତ, ଟ୍ୟୁମର, ଘା’ ପରୀକ୍ଷା କରି ସଙ୍ଗେ ସଙ୍ଗେ ଚିକିତ୍ସା କରିବା ଆବଶ୍ୟକ।

-ବରିଷ୍ଠ ଚିକିତ୍ସକ, ଭୁବନେଶ୍ୱର
ମୋ : ୮୨୪୯୦୮୭୯୯୫


Enter your email to get our daily news in your inbox.

All Right Reserved By Dharitri.Com

‘ଧମକ ସେହିମାନେ ଦିଅନ୍ତି, ଯେଉଁମାନେ…’, SIR ବିରୋଧରେ ମମତାଙ୍କ ବୟାନକୁ ନେଇ ଭାଜପା ଖପ୍ପା!

ନୂଆଦିଲ୍ଲୀ/କୋଲକାତା,୧୨।୧୨: ପଶ୍ଚିମବଙ୍ଗରେ SIR ଉପରେ ଚାଲିଥିବା ବିବାଦ ମଧ୍ୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବୃତ୍ତି ଦେଇ ରାଜନୈତିକ ବିବାଦକୁ ଆହୁରି ବଢ଼ାଇ ଦେଇଛନ୍ତି। ଗୁରୁବାର...

ଆସନ୍ତା ୭ ଦିନ ହେବ ବର୍ଷା! ୫୫ କିଲୋମିଟର ବେଗରେ ବହିବ ପବନ

ଚେନ୍ନାଇ,୧୨।୧୨: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅକ୍ଟୋବର ୧୬ରେ ଆରମ୍ଭ ହୋଇଥିବା ଉତ୍ତର-ପୂର୍ବ ମୌସୁମୀ ବାୟୁ ନଭେମ୍ବରରେ ନିରାଶାଜନକ ଥିଲା। ତଥାପି,...

ଅଶ୍ୱିନୀ ବୈଷ୍ଣବ ବଡ଼ ଘୋଷଣା: କୃଷକ ହେବେ….

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୨୭...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

ମୋକିମ୍‌ଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏଥର ଦିଲ୍ଲୀରେ …

ଭୁବନେଶ୍ୱର,୧୨।୧୨: ମୋକିମଙ୍କ ଚିଠି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ। ଓଡ଼ିଶା...

GEN-Z ବିଦ୍ରୋହ ପାଇଁ ନେପାଳକୁ ଦେବାକୁ ପଡ଼ିଲା ବହୁମୂଲ୍ୟ, ୪୨ ବିଲିୟନ ଡଲାର ଅର୍ଥନୀତିକୁ ୫୮୬ ନିୟୁତ ଡଲାର କ୍ଷତି

କାଠମାଣ୍ଡୁ,୧୨।୧୨: GEN-Z ଯୁବକମାନଙ୍କ ନେତୃତ୍ୱରେ ସେପ୍ଟେମ୍ବରରେ ହୋଇଥିବା ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ନେପାଳକୁ ବହୁ କ୍ଷତି ସହିବାକୁ ପଡିଲା। ଜେନ-ଜେଡ ଆନ୍ଦୋଳନ ଦ୍ୱାରା ହୋଇଥିବା ହିଂସା,...

୨୦ ଛକା, ୩୧ ଚୌକା ବର୍ଷା କରି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୧୨।୧୨: ଆଜିଠାରୁ ଆରମ୍ଭ ହୋଇଛି ୧୯ ବର୍ଷରୁ କମ ଏସିଆ କପ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଭାରତ ଏବଂ ୟୁଏଇ ମଧ୍ୟରେ ଖେଳାଯାଉଛି। ଦୁବାଇରେ ଖେଳାଯାଇଥିବା...

୨୦୨୬ରେ ସାଢେସତିରୁ ଅଧିକ କଷ୍ଟ ପାଇବେ ଏହି ରାଶି, ଭୋଗିବେ ଆର୍ଥିକହାନି!

୨୦୨୫ ଶେଷ ହେବାକୁ ବସିଲାଣି। ଜ୍ୟୋତିଷମାନେ ଗ୍ରହ ଏବଂ ନକ୍ଷତ୍ରଗୁଡ଼ିକର ଗତିବିଧି ନିରୀକ୍ଷଣ କରୁଛନ୍ତି । ବର୍ତ୍ତମାନ ନୂତନ ବର୍ଷ ପାଇଁ ଭବିଷ୍ୟବାଣୀ କରୁଛନ୍ତି। ମୁଖ୍ୟତଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri