Posted inଫୁରସତ

ଆଜି ବିଶ୍ୱ ଆଲବିନିଜମ୍‌ ଦିବସ

ମଣିଷର ରଙ୍ଗ ତାହାର ଚର୍ମ ଯୋଗୁ ହୋଇଥାଏ ଏବଂ ଚର୍ମର ରଙ୍ଗ ଏଥିରେ ଥିବା ରଙ୍ଗ କଣିକା ‘ମେଲାନିନ୍‌’ ଦ୍ୱାରା ହୋଇଥାଏ। ଆମେ କେଉଁ ତ୍ୱଚାର ହେବା ତାହା ମାତାପିତାଙ୍କଠାରୁ ଆସିଥିବା ଗୁଣସୂତ୍ର ହିଁ ସ୍ଥିର କରିଥାଏ। ଆଲବିନିଜମ୍‌ (ଶ୍ୱେତ ଚର୍ମ) ଏକ ବିରଳ, ଅଣସଂକ୍ରାମ, ଜିନ୍‌ ଦ୍ୱାରା ସଂକ୍ରମିତ ହେଉଥିବା ଚର୍ମର ରଙ୍ଗ କଣିକାର ଏକ ପ୍ରକାର ରୋଗ ଏବଂ ଅବସ୍ଥା। ଏଥିପାଇଁ ଉଭୟ ମାତା ଏବଂ ପିତାଙ୍କର ଗୁଣସୂତ୍ର ହିଁ ଦାୟୀ। ଅନେକ ସମୟରେ ମାତାପିତାଙ୍କ ‘ଆଲବିନିଜମ’ ନ ଥାଇ ମଧ୍ୟ ପିଲାମାନଙ୍କୁ ହୋଇଥାଏ। ଏହି ପିଗ୍‌ମେଣ୍ଟ ବା ରଙ୍ଗ କଣିକାର ଅଭାବ ଚର୍ମ ସହିତ କେଶ, ଚକ୍ଷୁରେ ମଧ୍ୟ ଦେଖାଦେଇଥାଏ। ଏହି ଅବସ୍ଥା କେତେକ ଦେଶରେ ପ୍ରତି ୧୭,୦୦୦ରୁ ୨୦,୦୦୦ ଲୋକଙ୍କ ମଧ୍ୟରୁ ମାତ୍ର ଜଣଙ୍କଠାରେ ଦେଖାଦେଇଥାଏ। ହେଲେ ଆଫ୍ରିକାର କେତେକ ଦେଶରେ ୧୦୦୦ରୁ ୧୪୦୦ ମଧ୍ୟରୁ ଜଣଙ୍କଠାରେ ଏହି ସମସ୍ୟା ଦେଖିବାକୁ ମିଳେ।  ମେଲାନିନ୍‌, ଯାହା ଆମର ଚର୍ମକୁ ସୂର୍ଯ୍ୟକିରଣ ଓ ବାହ୍ୟ କ୍ଷତିରୁ ରକ୍ଷା ଦେଇଥାଏ, ଆଲବିନିଜମ୍‌ କ୍ଷେତ୍ରରେ ଏହାର ଅଭାବ ଦେଖିବାକୁ ମିଳିଥାଏ। ଏହାଦ୍ୱାରା ଚର୍ମ କର୍କଟ ବା ସ୍କିନ୍‌ କ୍ୟାନ୍‌ସର ହେବାର ଆଶଙ୍କା ଅଧିକ ଥାଏ।

ଆଲବିନିଜମ୍‌ରେ ଟାଇରୋସେନେଜ୍‌ ଜିନ୍‌ରେ ବ୍ୟତିକ୍ରମ ଯୋଗୁ ମେଲାନିନ୍‌ ତିଆରି ହୋଇପାରି ନ ଥାଏ। ଏଥିଯୋଗୁ ଚର୍ମ ଓ କେଶ ଶ୍ୱେତ ବର୍ଣ୍ଣ ହୋଇଥାଏ। ଆଖିର ଆଇରିଶ (କନନିକା) ଓ ରେଟିନାରେ ମଧ୍ୟ ମେଲାନିନ୍‌ କଣିକାର ଅଭାବ ଯୋଗୁ ଦୃଷ୍ଟିଶକ୍ତି ହ୍ରାସ ସହିତ ଉଜ୍ଜ୍ୱଳ ଆଲୋକ ଦେଖିଲା ବେଳେ କଷ୍ଟ ହୋଇଥାଏ। ‘ପି’(P) ଜିନ୍‌ର ବ୍ୟତିକ୍ରମ ଯୋଗୁ ଦ୍ୱିତୀୟ ପ୍ରକାର ଆଲବିନିଜମ୍‌ ହୋଇଥାଏ, ଯାହାକି ପ୍ରଥମ ପ୍ରକାର ଆଲବିନିଜମ୍‌ଠାରୁ କମ୍‌ ମାତ୍ରାରେ ହୋଇଥାଏ। ତେଣୁ ଆଲବିନିଜମ୍‌କୁ ‘ଚକ୍ଷୁଚର୍ମ ଆଲବିନିଜମ୍‌’ ବୋଲି ଡାକ୍ତରୀ ଭାଷାରେ କୁହାଯାଇଥାଏ। ଯେହେତୁ ଏହା ‘ମେଲୋନୋମା’ ଓ ସ୍କାମ୍‌ସ ସେଲ୍‌ କାର୍ସିନୋମା ପରି ଚର୍ମ କର୍କଟର ଆଶଙ୍କା ଥାଏ।

ଦେଶରେ ପୂର୍ବକାଳରେ ଆଲବିନୋମାନଙ୍କୁ ବ୍ୟଙ୍ଗ ବିଦ୍ରୂପ କରାଯାଉଥିଲା। ଏପରି କି ଆକ୍ରମଣ କରି ମାରି ଦିଆଯାଉଥିଲା ଏବଂ ଭୂତ-ଡାହାଣୀର ପ୍ରତୀକ ବୋଲି କୁହାଯାଉଥିଲା। ହେଲେ କାଳକ୍ରମେ ଆଉ ଏହା ନାହିଁ। ସେଥିପାଇଁ ଆଲବିନିଜମ୍‌ ବିଷୟରେ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଜୁନ୍‌ ୧୩ ତାରିଖକୁ ‘ଅନ୍ତର୍ଜାତୀୟ ଆଲବିନିଜମ୍‌ ସଚେତନତା ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ଚଳିତ ବର୍ଷ ଉକ୍ତ ଦିବସର ସ୍ଲୋଗାନ୍‌ ରହିଛି ‘୧୦ବର୍ଷର ଆନ୍ତର୍ଜାତିକ ସଚେତନତା ଦିବସ : ଆଲବିନିଜମ୍‌ ପାଇଁ ସ୍ନେହ ଉନ୍ନତି’। ଏହି ଦିବସ ୨୦୧୪ରେ ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା। ୧୯୦୮ରେ ଡା. ଏ.ଇ. ଗ୍ରାରଡ୍‌ ଆଲବିନିଜମ୍‌ ଅବସ୍ଥା ବିଷୟରେ ବର୍ଣ୍ଣନା ଓ ବ୍ୟାଖ୍ୟା କରିଥିଲେ। ଆଲବିନିଜମ୍‌କୁ ମଧ୍ୟ ‘ହାଇପିଗମେଣ୍ଟେସନ’ ବୋଲି କୁହାଯାଏ। ଏପରି ସମସ୍ୟା ଥିଲେ ସୂର୍ଯ୍ୟ ତାପ ଓ ସୂର୍ଯ୍ୟ କିରଣରୁ ରକ୍ଷା କରିବା ବ୍ୟତୀତ ଶରୀରକୁ ଆବୃତ୍ତ ବାହ୍ୟ ତାପ ତଥା ଅନ୍ୟ କ୍ଷତିକାରକ କିରଣଠାରୁ ଶରୀରକୁ ଦୂରେଇ ରଖନ୍ତୁ। କୌଣସି ଚର୍ମ କ୍ଷତ, ଟ୍ୟୁମର, ଘା’ ପରୀକ୍ଷା କରି ସଙ୍ଗେ ସଙ୍ଗେ ଚିକିତ୍ସା କରିବା ଆବଶ୍ୟକ।

-ବରିଷ୍ଠ ଚିକିତ୍ସକ, ଭୁବନେଶ୍ୱର
ମୋ : ୮୨୪୯୦୮୭୯୯୫


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri